Advertisment

ହାଇକୋର୍ଟଙ୍କ ବଡ଼ ରାୟ: ହିନ୍ଦୁ-ମୁସଲିମ ବିବାହ ବୈଧ ନୁହେଁ

ଯଦି ବି ଉକ୍ତ ବାହାଘର ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧୀନରେ ପଞ୍ଜିକୃତ ହୋଇଥାଏ, ତଥାପି ଏହାବୁ ବୈଧ ବିବାହ ବୋଲି ଧରାଯିବ ନାହିଁ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ମଧ୍ୟରେ ବିବାହ ମୁସିଲମ ଆଇନ ଅନୁସାରେ ବୈଧ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ରାୟ ଦେଇଛନ୍ତି। ସେହିପରି ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ଅନ୍ତଃଧର୍ମ ବିବାହ ପାଇଁ ଜଣେ ଦମ୍ପତି ମାଗିଥିବା ପୁଲିସ ସୁରକ୍ଷା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ହାଇକୋର୍ଟର ବିଚାରପତି ଜଷ୍ଟିସ ଗୁରପାଲ ସିଂହ ଆଲୁୱାଲିଆ ଏପରି ରାୟ ଦେଇ କହିଛନ୍ତି ଯେ ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ବିବାହକୁ ମୁସଲିମ ପର୍ସନାଲ ଆଇନ ଅଧୀନରେ ଅନିୟମିତତା ବା ଫାସିଦ ବାହାଘର ବୋଲି ବିବେଚନା କରାଯାଏ। ଯଦି ବି ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ୧୯୫୪ ଅଧୀନରେ ବିବାହ କରୁଛନ୍ତି, ତଥାପି ଏହାକୁ ବୈଧ ବୋଲି ଧରାଯାଏ ନାହିଁ।

ହାଇକୋର୍ଟ ସୋମବାର ଅର୍ଥାତ ମେ’ ୨୭ରେ ଦେଇଥିବା ରାୟରେ କହିଛନ୍ତି, “ମୁସଲିମ ଆଇନରେ କୁହାଯାଇଛି ଯେ ମୂର୍ତ୍ତିପୂଜକ କିମ୍ବା ଅଗ୍ନିପୂଜାରେ ବିଶ୍ୱାସ ରଖୁଥିବା ଝିଅ ସହ କୌଣସି ମୁସଲିମ ପୁଅର ବାହାଘରକୁ ବୈଧ ଧରାଯିବ ନାହିଁ।

Advertisment

ଯଦି ବି ଉକ୍ତ ବାହାଘର ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧୀନରେ ପଞ୍ଜିକୃତ ହୋଇଥାଏ, ତଥାପି ଏହାବୁ ବୈଧ ବିବାହ ବୋଲି ଧରାଯିବ ନାହିଁ। ଏହା ଏକ ଅନିୟମିତତା ବା ଫାସିଦା ବିବାହ ବୋଲି କୁହାଯିବ।”

ସୋମବାର ହାଇକୋର୍ଟ ଜଣେ ମୁସଲିମ ପୁଅ ଓ ହିନ୍ଦୁ ଝିଅଙ୍କ ଆବେଦନର ଶୁଣାଣି କରିଛନ୍ତି। ଆବେଦନରେ ଉଭୟ ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧୀନରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ଓକିଲ କୋର୍ଟଙ୍କୁ କହିଥିଲେ ଯେ ବାହାଘର ପରେ ମଧ୍ୟ ଦୁଇ ଜଣ ନିଜ ନିଜ ଧର୍ମକୁ ପାଳନ କରିବେ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।

ତେଣୁ ବାହାଘର ପଞ୍ଜିକରଣ ପାଇଁ ସେମାନେ ଯେତେବେଳେ ମ୍ୟାରେଜ ଅଫିସକୁ ଯିବେ ସେତେବେଳେ ସେମାନଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଇ ଦିଆଯାଉ। ଅନ୍ତଃ ଧର୍ମ ବିବାହ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ବୈଧ। ଏହାର ସମ୍ପର୍କ ମୁସଲିମ ପର୍ସନାଲ ଲ’ ସହ କୌଣସି ସମ୍ପର୍କ ନାହିଁ ବୋଲି ସେ ଯୁକ୍ତି ରଖିଥିଲେ।

ହେଲେ ହାଇକୋର୍ଟ କହିଛନ୍ତି, ଯେଉଁ ବିବାହ ମୁସଲିମ ଆଇନ ଅନୁସାରେ ବୈଧ ନୁହେଁ, ତା’ହା ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧୀନରେ ମଧ୍ୟ ବୈଧ ନୁହେଁ। ସ୍ପେଶାଲ ମ୍ୟାରେଜ ଆକ୍ଟର ଧାରା ୪ରେ କୁହାଯାଇଛି ଯେ ବାହାଘର ସେତେବେଳେ ବୈଧ ହେବ ଯେତେବେଳେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କର ଧର୍ମକୁ ଗ୍ରହଣ କରିବେ। ତେଣୁ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

ବାହାଘରକୁ ବିରୋଧ କରି ହିନ୍ଦୁ ଝିଅର ପରିବାର ଲୋକ ମଧ୍ୟ କୋର୍ଟରେ ଆବେଦନ କରିଥିଲେ। ସେମାନେ କହିଥିଲେ ଯେ ଯଦି ଏହି ବାହାଘରକୁ ଅନୁମତି ମିଳିବ, ତା’ହେଲେ ସାମାଜରେ ସେମାନଙ୍କର ତିରସ୍କାର ହେବ।

High Court Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe