Advertisment

ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍‌ରେ ରଖିଥିଲା ଲିଭ୍‌ ଇନ୍‌ ପାର୍ଟନରଙ୍କ ଶବ

ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।

ଅଦ୍ୟତନ ହୋଇଛି
Murder

Murder

Advertisment

ପ୍ରଥମେ ପ୍ରେମ। ତା'ପରେ ପ୍ରତାରଣା। ଏହାପରେ ହତ୍ୟାରେ ଶେଷରେ ହେଲା ସମ୍ପର୍କ। ସାମ୍ନାକୁ ଆସିଛି ଲିଭ-ଇନ୍‌ ରିଲେସନ୍‌ସିପ୍‌ର ଆଉ ଏକ ଭୟଙ୍କର ଚିତ୍ର। ପ୍ରଥମ ଦେଖାର ପ୍ରେମ ଫ୍ରିଜ୍‌ ଭିତରେ ଆସି ଶେଷ ହୋଇଗଲା। ଯାହାକୁ ମନ ଦେଇଥିଲେ ତାକୁ ହିଁ ମାରିଦେଲେ। ବିବାହ ପ୍ରତିଶ୍ରୁତି ଦେଇ କଲା ହତ୍ୟା। ଜହ୍ଲାଦ ସାଜିଲା ପ୍ରେମିକ। ପ୍ରେମିକାର ତଣ୍ଟିଚିପି ମାରିଦେଲା। ଏହାପରେ ମୃତଦେହକୁ ଫ୍ରିଜ୍‌ରେ ପୁରାଇ ୬ ମାସ ଯାଏଁ ଲୁଚାଇ ରଖିଥିଲା। ଏଭଳି କିଛି ଲିଭ-ଇନ୍‌ ରିଲେସନ୍‌ସିପ୍‌ର ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ।

Advertisment

ମଧ୍ୟପ୍ରଦେଶର ଦେୱାସ। ଏଠାରେ ଜଣେ ମହିଳାଙ୍କ ଗଳିତ ମୃତଦେହ ୬ ମାସରୁ ଅଧିକ ସମୟ ଭଡାଘରେ ରଖାଯାଇଥିବା ଫ୍ରିଜରୁ ବାହାରିଛି। ଏହି ଭୟଙ୍କର ହତ୍ୟାକାଣ୍ଡର ଖୁଲାସା ଶୁକ୍ରବାର ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସଞ୍ଜୟ ପାଟିଦାର। ସେହିପରି ମୃତ ମହିଳାଙ୍କ ଜଣଙ୍କ ପିଙ୍କି ଓରଫ ପ୍ରତୀଭା ପ୍ରଜାପତି ବୋଲି ଜଣାପଡିଛି।

ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ଦୁଇ ବର୍ଷ ହେଲା ଦୁହେଁ ଦେୱାସରେ ଏକ ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲେ। ଏହା ପୂର୍ବରୁ ଦୁଇ ପ୍ରେମୀ ଯୁଗଳ ତିନି ବର୍ଷ ଧରି ଉଜ୍ଜୈନ ରହିଥିଲେ। ଅଭିଯୁକ୍ତ ସଞ୍ଜୟ ପାଟିଦାର ପୂର୍ବରୁ ବିବାହିତ। ତା’ର ଦୁଇଟି ଛୋଟ ପିଲା ମଧ୍ୟ ଅଛନ୍ତି। ପୀଡ଼ିତା ପ୍ରେମିକା ପିଙ୍କି ବିବାହ ପାଇଁ ବାରମ୍ବାର ସଞ୍ଜୟଙ୍କୁ ଚାପ ପକାଉଥିଲେ।

Advertisment

ତେବେ ଘଟଣା ଦିନ ପ୍ରେମିକା ବିବାହ ଜିଦରେ ଅଟଳ ରହିଥିଲେ। ବହୁ ବୁଝାଇବା ପରେ ନମାନିବାରୁ ଅଭିଯୁକ୍ତ ସଞ୍ଜୟ ପିଙ୍କିର ତଣ୍ଟି ଚିପି ନୃଶଂସ ଭାବେ ହତ୍ୟା କରିଥିଲା। ଏହାପରେ ସେ ପିଙ୍କିର ମୃତଦେହକୁ ଅନ୍ୟ ଏକ ସାଥି ବିନୋଦ ଦେବଙ୍କ ସହିତ ମିଶି ଫ୍ରିଜରେ ପୁରାଇ ବନ୍ଦ କରିଦେଇଥିଲେ। ଘଟଣା ପରେ ଉଭୟ ଘର ଛାଡ଼ି ପଳାଇଥିଲେ।

୨୦୨୪ରେ ସଞ୍ଜୟ ଉକ୍ତ ଭଡ଼ା ଘରକୁ ଖାଲି କରିଥିଲା। ତେବେ ସେ ନିଜର କିଛି ଜିନିଷ ଉକ୍ତ ଘରର ଦୁଇଟି ରୁମ୍‌ରେ ଛାଡି ତାଲା ଲଗାଇ ରଖିଥିଲା। ଉକ୍ତ ଜିନିଷଗୁଡିକୁ ପରେ ନେବି ବୋଲି ସେ ଘର ମାଲିକଙ୍କୁ କହିଥିଲା। ତେବେ ୧୫ ଦିନରେ ଥରେ ଆସି ସେ ଘରେ ରଖିଥିବା ଜିନିଷର ଯାଞ୍ଚ କରୁଥିଲେ।

ଗତ ବର୍ଷ ଜୁଲାଇ ମାସରେ ବଲବୀର ରାଜପୁତ୍ ନାମକ ଜଣେ ବ୍ୟକ୍ତି ଫ୍ଲାଟର ଗ୍ରାଉଣ୍ଡ ଫ୍ଲୋରକୁ ଭଡ଼ାରେ ନେଇଥିଲା। ଯେଉଁଥିରେ ପୂର୍ବରୁ ଅଭିଯୁକ୍ତ ସଞ୍ଜୟ ରହୁଥିଲା। ଅଭିଯୁକ୍ତ ଦୁଇଟି ରୁମ୍ ବନ୍ଦ କରି ରଖିଥିବାରୁ ନୂଆ ଭଡ଼ାଦାର ଏହାକୁ ବ୍ୟବହାର କରିପାରୁନଥିଲେ। ଏନେଇ ସେ ଘର ମାଲିକଙ୍କୁ ଜଣାଇଥିଲେ। ତାଲା ଭାଙ୍ଗି ଘର ବ୍ୟବହାର କରିବାକୁ ଘର ମାଲିକ କହିଥିଲେ। ବଲବୀର ରୁମ୍‌ କବାଟ ଖୋଲିବା ପରେ ଫ୍ରିଜ ଅନ୍‌ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଫ୍ରିଜ୍‌ ବନ୍ଦ କରିଦେଇଥିଲେ।

ତେବେ ସନ୍ଧ୍ୟାରେ ଫ୍ରିଜ୍‌ରୁ ପ୍ରବଳ ଦୁର୍ଗନ୍ଧ ବାହାରିଥିଲା। ବଲବୀରଙ୍କୁ ସନ୍ଦେହ ହେବାରୁ ସେ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଆସି ସଞ୍ଜୟ ଛାଡି ଯାଇଥିବା ଫ୍ରିଜ୍‌କୁ ଖୋଲିବା ପରେ ସେଥିରୁ ପ୍ରତିଭାଙ୍କ ଗଳିତ ମୃତଦେହ ମିଳିଥିଲା। ପୁଲିସ ଛାନଭିନ୍ ଆରମ୍ଭ କରି ଅଭିଯୁକ୍ତ ସଞ୍ଜୟ ପାଟିଦାରକୁ ଗିରଫ କରିଛି। ସଞ୍ଜୟ ନିଜ ଲିଭ-ଇନ୍‌ ପାର୍ଟନର ପ୍ରତିଭାଙ୍କୁ ହତ୍ୟା କରିବା କଥା ସ୍ୱୀକାର କରିଛି। ସେପଟେ ସାଙ୍ଗ ବିନୋଦ ଏବେ ରାଜସ୍ଥାନର ଏକ ଜେଲରେ ବନ୍ଦ ଅଛି। ମଧ୍ୟ ପ୍ରଦେଶ ପୁଲିସ ତାକୁ ମଧ୍ୟ ପଚରା ଉଚରା ଜାରି ରଖିଛି। 

MURDER CASE Live In Relation Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe