Advertisment

ପୁଣି ଟାର୍ଗେଟ୍‌ରେ ପ୍ରବାସୀ ଶ୍ରମିକ, ବସ୍‌ ଉପରେ ଆକ୍ରମଣ

୪ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଅଟକ ରଖିଛି।

Attack on Bus

Attack on Bus

Advertisment

ଥମୁନି ଆତଙ୍କବାଦୀଙ୍କ ଉତ୍ପାତ। ପୁଣି ଟାର୍ଗେଟ୍‌ରେ ପ୍ରବାସୀ ଶ୍ରମିକ। ନିର୍ମାଣ କାମରେ ଯାଉଥିବା ଏକ ଶ୍ରମିକଙ୍କ ବସ୍‌କୁ ଅଟକାଇଲେ ମୁଖାପିନ୍ଧା ଆତଙ୍କୀ। ଏହାପରେ ବସ୍‌ ଭିତରେ ପଶି ଶ୍ରମିକଙ୍କୁ ନିର୍ଧୁମ ମାଡ଼ ମାରିଲେ। ନୂଆବର୍ଷର ପ୍ରଥମ ଦିନରେ ଜମ୍ମୁକଶ୍ମୀରର ରାମବନରେ ଘଟିଛି ଏଭଳି କିଛି ଘଟଣା।

Advertisment

ବାସ୍ତବରେ ବୁଧବାର ଦିନ, ଏକ ନିର୍ମାଣ କମ୍ପାନୀ କର୍ମଚାରୀମାନଙ୍କୁ ଏକ ବସ୍‌ରେ ପ୍ରୋଜେକ୍ଟ ସାଇଟକୁ ନେଉଥିଲା। ତେବେ ଅଧରାସ୍ତାରେ ହଠାତ୍ କିଛି ମୁଖା ପିନ୍ଧା ବ୍ୟକ୍ତି ଉକ୍ତ ବସ୍‌କୁ ଅଟକାଇ ଥିଲେ। ଏହାପରେ ବସ୍‌ରେ ଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି। ଏହି ମାମଲାରେ ପୁଲିସ ୮ ଜଣଙ୍କୁ ଅଟକ ରଖିଛି।

ପୁଲିସ ସୂଚନା ମୁତାବକ, ବସ୍‌ରେ ଥିବା ଶ୍ରମିକମାନେ ମାରୋଗରେ ଥିବା ଏକ ସୁଡ଼ଙ୍ଗ ପ୍ରୋଜେକ୍ଟ ସାଇଟ୍‌କୁ ଯାଉଥିଲେ। ଏତିକି ବେଳେ ହଠାତ୍‌ ସେରି ପାଖରେ କିଛି ମୁଖା ପିନ୍ଧା ଆକ୍ରମଣକାରୀ ବସ୍‌କୁ ଅଟକାଇଥିଲେ। ସେମାନେ ବସ୍‌ରେ ପ୍ରବେଶ କରି କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ସୂଚନା ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା।

Advertisment

ରାମବନର ବରିଷ୍ଠ ପୁଲିସ ଅଧିକ୍ଷକ କୁଲବୀର ସିଂହ କହିଛନ୍ତି, ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଆକ୍ରମଣକାରୀଙ୍କ ନାଁ ଜଣାପଡିଛି। ବାହାରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଦେବା ପାଇଁ ଆମେ ଉପସ୍ଥିତ ଅଛୁ ବୋଲି ଏସ୍‌ଏସ୍‌ପି କହିଛନ୍ତି।

Masked Men Attack On Bus Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe