ବଢ଼ୁଛି କରୋନା ସଂକ୍ରମଣ : ପୁଡୁଚେରୀରେ ମାସ୍କ ବାଧ୍ୟତାମୂଳକ

ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

Representational Image

  • Published: Friday, 07 April 2023
  • , Updated: 07 April 2023, 04:51 PM IST

ପୁଣି ବଢ଼ୁଛି କରୋନା ସଂକ୍ରମଣ । ଏନେଇ ଅଗୁଆ ସର୍ତକ ହୋଇଛି ପୁଡୁଚେରୀ । ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ ପୁଡୁଚେରୀ ସରକାରଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଗତ ୨୪ ଘଣ୍ଟାରେ ମୋଟ ୫୩୩୫ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଗତ ବୁଧବାର ଦିନ ଦେଶରେ ସଂକ୍ରମଣ ୪,୪୩୫ ଥିବାବେଳେ ଗୁରୁବାର ଏହା ୫ ହଜାର ଟପିଯାଇଛି । ଯାହା ୬ ମାସରେ ସର୍ବାଧିକ । ଦେଶରେ ଦୈନିକ ପଜିଟିଭ୍ ହାର ୩.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୭୯ ପ୍ରତିଶତ ରହିଛି । ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ଏହି ବୈଠକ କରାଯାଇଥିଲା । ଯେଉଁଥିରେ ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିକଟରେ କହିଥିଲେ ଯେ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ । ଏନେଇ ଅଗୁଆ ସର୍ତକ ହୋଇଛି ପୁଡୁଚେରୀ । ଅନ୍ୟପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ ଦେଶରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ବୈଠକରେ ସେ କୋଭିଡ-୧୯ର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ କୋଭିଡ ଟେଷ୍ଟିଂ ଏବଂ ଜିନୋମ ସିକ୍ୱେନସିଂ ସହ କୋଭିଡ ନିୟମର ପାଳନକୁ ବଢାଇବାକୁ ନେଇ ଚର୍ଚ୍ଚା କରାଯାଇଛି।

ମାଣ୍ଡବିୟ କହିଛନ୍ତି, ଆମକୁ ସତର୍କ ରହିବାକୁ ପଡିବ ଓ ଅନାବଶ୍ୟକ ଭୟ ପ୍ରଚାର କରିବା ନାହିଁ। ଏହି ବୈଠକରେ ମାଣ୍ଡବିୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କି ରାଜ୍ୟରେ କୋଭିଡର ସ୍ଥିତିକୁ ଦେଖି ସ୍ବାସ୍ଥ୍ୟ ସୁବିଧା ଓ ଇନଫ୍ରାଷ୍ଟକ୍ଚରକୁ ନେଇ ସମିକ୍ଷା ବୈଠକ କରିବେ। ଏହି ସମୟରେ ସେ ୧୦ ଓ ୧୧ ଏପ୍ରିଲକୁ ସାରା ଦେଶରେ କୋଭିଡକୁ ନେଇ ମକ କ୍ରିଲ କରିବା କଥା କହିଛନ୍ତି।

Related story