Advertisment

ବଢ଼ୁଛି କରୋନା ସଂକ୍ରମଣ: ହସ୍ପିଟାଲରେ ମାସ୍କ ବାଧ୍ୟତାମୂଳକ

ସଂକ୍ରମଣକୁ ଦୃଷ୍ଟିରେ ରହି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଥିବା ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀ ଓ ତାଙ୍କ ସହ ଆସୁଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।

Corona

Corona

Advertisment

ପୁଣିଥରେ ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କ୍ରମାଗତ ଦୁଇ ଦିନ ଧରି ଦେଶର ଦୈନିକ ସଂକ୍ରମଣ ୩ ହଜାର ଉପରେ ରେକର୍ଡ କରାଯିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଏଥିପାଇଁ ବିଭିନ୍ନ ସ୍ତରରେ ତତ୍ପରତା ମଧ୍ୟ ପ୍ରକାଶ ପାଇଛି।

Advertisment

ସଂକ୍ରମଣକୁ ଦୃଷ୍ଟିରେ ରହି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଥିବା ସମସ୍ତ ସରକାରୀ ହସ୍ପିଟାଲରେ ରୋଗୀ ଓ ତାଙ୍କ ସହ ଆସୁଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନିୟମ ହସ୍ପିଟାଲର କର୍ମଚାରୀ ଓ ଡାକ୍ତରମାନଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏନେଇ ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ମୁମ୍ବାଇରେ ଥିବା ଅଧିକାଂଶ ଘରୋଇ ହସ୍ପିଟାଲ ପକ୍ଷରୁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା। ବିଶେଷ କରି ଥଣ୍ଡା ଓ କାଶ ଜନିତ ରୋଗ ପାଇଁ ହସ୍ପିଟାଲ ଆସୁଥିବା ରୋଗୀଙ୍କ କ୍ଷେତ୍ରରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିଲା। 

Advertisment

ସଂକ୍ରମଣ ବଢ଼ୁଥିବାରୁ ଅତରିକ୍ତ କମିଶନ ଡାକ୍ତର ସଞ୍ଜୀବ କୁମାରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସମୀକ୍ଷା ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏଥିସହ ସମସ୍ତ ପ୍ରକାରର ସରକାରୀ ହସ୍ପିଟାଲରେ ମାସ୍କକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି।

ହସ୍ପିଟାଲ ଆବଶ୍ୟକ କରୁଥିବା କୋଭିଡ ସଂକ୍ରମିତଙ୍କୁ ଅନ୍ଧେରୀରେ ଥିବା ସେଭେନ ହିଲ୍ସ ହସ୍ପିଟାଲ କିମ୍ବା କସ୍ତୁରବା ହସ୍ପିଟାଲକୁ ପଠାଇବୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ କସ୍ତୁରବା ଓ କେଇଏମ ହସ୍ପିଟାଲକୁ ଆରଟି-ପିସିଆର ଟେଷ୍ଟ ସଂଖ୍ୟାକୁ ବୃଦ୍ଧି କରିବାକୁ କୁହାଯାଇଛି।

ସମସ୍ତ ହସ୍ପିଟାଲ ଜରୁରୀ ମେଡିସିନ ଓ ଭେଣ୍ଟିଲେଟର ମହଜୁଦ କରି ରଖିବେ। ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ସମଗ୍ର ଦେଶରେ କରୋନା ପାଇଁ ହସ୍ପିଟାଲରେ ମକଡ୍ରିଲ ହେବ। ଏହାପୂର୍ବରୁ ସବୁ ପ୍ରକାରର ଭିତ୍ତିଭୂମିକୁ ଠିକ କରିବାକୁ ବୈଠକରେ ସବୁ ଅଧିକାରୀଙ୍କୁ କୁହାଯାଇଛି।

ବର୍ତ୍ତମାନ ୫୭ ଜଣ କରୋନା ରୋଗୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଫେବୃଆରୀ ମାସରେ ଏହି ସଂଖ୍ୟା ୨ ଥିଲା। ତେଣୁ ସଂକ୍ରମଣ ସହ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Coronavirus Mask
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe