Advertisment

ପୁଣି ଫେରିଲା କଟକଣା, ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ କରୋନା ସଂକ୍ରମିତ

ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ ଦିନ ଛୁଟି ପାଇବେ।

Covid 19

Covid 19

Advertisment

ଦେଶରେ ପୁଣି ଥରେ କଡ଼ ଲେଉଟାଇଛି କରୋନା। ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। କରୋନାର ନୂଆ ଭାରିଏଣ୍ଟ ଜେଏନ୍.୧ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କର୍ଣ୍ଣାଟକରେ କରୋନାର ସବ୍‌ ଭାରିଏଣ୍ଟ ଜେଏନ୍‌.୧ରେ ଶତାଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ଏବେ ସରକାର ଆଲର୍ଟ ମୁଡ୍‌ରେ ଅଛନ୍ତି। କର୍ଣ୍ଣାଟକକୁ ପୁଣିଥରେ କୋଭିଡ କଟକଣା ଫେରିଛି।

Advertisment

କରୋନା ଭାଇରସକୁ ନେଇ ରାଜ୍ୟ ସରକାର ଗଠନ କରିଥିବା ଉପ-କମିଟି ମଙ୍ଗଳବାର କୋଭିଡ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅନୁସରଣ କରିବା, ସଂକ୍ରମିତ ବ୍ୟକ୍ତିଙ୍କୁ ୭ଦିନ ଆଇସୋଲେସନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଯଦି ଛୋଟ ଛୁଆଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ସ୍କୁଲ ନ ପଠାଇବାକୁ କୁହାଯାଇଛି।

କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ଆଇସୋଲେସନରେ ରହିବେ। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ। ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ ଦିନ ଛୁଟି ପାଇବେ। ସେହିପରି କର୍ଣ୍ଣାଟକରେ ଦୈନିକ ପାଖାପାଖି ୫ ହଜାର କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି ।

Advertisment

ମଙ୍ଗଳବାର ସରକାରୀ ଉପ-କମିଟି ବୃଦ୍ଧ ଏବଂ କୌଣସି ରୋଗରେ ପୀଡ଼ିତ ଲୋକଙ୍କୁ ଆଗୁଆ ସତର୍କତା ମୂଳକ ଏକ ପ୍ରିକସନ୍‌ ଟିକା ନେବା ପାଇଁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟ ପାଇଁ କର୍ଣ୍ଣାଟକ କେନ୍ଦ୍ର ସରକାରଙ୍କ ଠାରୁ ୩୦ ହଜାର ଡୋଜ କର୍ବିଭ୍ୟାକ୍ସ ଟିକା କିଣିବାକୁ ନିଷ୍ପତ୍ତି ନେଇଛି।

ସେପଟେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ନୂତନ ବର୍ଷ ଉତ୍ସବରେ ସରକାର କୌଣସି ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରାଯିବ।

Karnataka Covid19 COVID Guideline JN.1 Variant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe