Masood
ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଆଝାରର ନୂଆ ଠିକଣା ସାମ୍ନାକୁ ଆସିଛି। ଅପରେସନ ସିନ୍ଦୂର ଜରିଆରେ ମସୁଦ ଆଝାରର ଗଡ଼ ବାହାବୁଲପୁରରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ କରିଥିଲେ। ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ମସୁଦ ଆଝାରକୁ ଏବେ ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲଟିସ୍ତାନରେ ରିଜନରେ ଦେଖିବାକୁ ମିଳିଛି। ଏହା ଆଝାରର ଗଡ଼ ବାହାବଲପୁର ଠାରୁ ପ୍ରାୟ ୧୦୦୦ କିମି ଦୂର। ଏବେ ସେଠାରେ ସେ ନିଜର ଆଡ୍ଡା ଜମାଇବାକୁ ଚେଷ୍ଟା କରୁଥିବା ଗୁଇନ୍ଦା ତଥ୍ୟ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଆଝାରକୁ ନିକଟରେ ସକାରୁଦରେ ଦେଖିବାକୁ ମିଳିଥିଲା। ବିଶେଷ କରି ସେ ସାଦପରା ରୋଡ ଅଞ୍ଚଳରେ ରହିଥିଲା। ଏଠାରେ ୨ଟି ମସଜିଦ ଓ ଗୋଟିଏ ମଦ୍ରାସା ରହିଛି। ସେହିପରି ଏକାଧିକ ଘରୋଇ ଓ ସରକାରୀ ଗେଷ୍ଟ ହାଉସ ଉକ୍ତ ଅଞ୍ଚଳରେ ଅଛି। ଏହି ଅଞ୍ଚଳରେ ଥିବା ଆକର୍ଷିତ ହ୍ରଦ ଓ ପ୍ରାକୃତି ସୌଦ୍ଦର୍ଯ୍ୟରେ ଭରପୂର ପାର୍କ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଖାସ ଏହି କାରଣରୁ ସମସ୍ତଙ୍କୁ ଚକମା ଦେବା ପାଇଁ ଜାତିସଂଘ ଦ୍ୱାରା ଆତଙ୍କବାଦୀ ମାନ୍ୟତା ପାଇଥିବା ଆଝାର ସେଠାରେ ନିଜର ଆଡ୍ଡା ଜମାଇବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।
ଆଝାର ପାକିସ୍ତାନରେ ଥିବା ଭାରତ ବାରମ୍ବାର ଦାବି କରି ଆସୁଛି। ନିକଟରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଦାବି କରିଥିଲେ ଯେ ଆଝାର ଠିକଣା ଇସଲାମାବାଦ ପାଖରେ ନାହିଁ। ସମ୍ଭବତଃ ସେ ଆଫଗାନିସ୍ତାନରେ ରହିଛି। ଯଦି ପାକିସ୍ତାନ ମାଟିରେ ଆଝାର ରହିଥାଏ, ତା’ହେଲେ ତା’କୁ ଇସଲାମାବାଦ ଗିରଫ କରିବା ସହ ଭାରତକୁ ହସ୍ତାନ୍ତର କରିବ ବୋଲି ବିଲାବଲ ଦମ୍ଭୋକ୍ତି କରିଥିଲେ। ଏବେ ଆଝାର ପିଓକେର ଗିଲଗିଟ ବାଲଟିସ୍ତାନରେ ଥିବା ପ୍ରମାଣ ମିଳିଛି। ତେଣୁ ପାକିସ୍ତାନ ତା’କୁ ଧରୁଛି କି ନାହିଁ, ତା’ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
୨୦୧୬ ପଠାନକୋଟ ହମଲା ଠାରୁ ୨୦୧୯ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଆଝାର। ତେଣୁ ଭାରତୀୟ ଗୁଇନ୍ଦା ସଂସ୍ଥା ବେଶ ସତର୍କତାର ସହ ତା’ର ଗତିବିଧିକୁ ଟ୍ରାକ କରୁଛି। ଗୁଇନ୍ଦା ବିଭାଗ ଆଝାରକୁ ବାହାବଲପୁର ଠାରୁ ୧୦୦୦ କିମି ଦୂରରେ ଠାବ କରିଛି। କିନ୍ତୁ ଜୈଶର ଅନଲାଇନ ପ୍ଲାଟଫର୍ମ ଜାଣିଶୁଣି ସମସ୍ତଙ୍କୁ ବିଭ୍ରାନ୍ତ କରିବା ପାଇଁ ଆଝାରର ପୁରୁଣା ଭାଷଣ ଭିଡିଓ ରିଲିଜ କରୁଛି। ଆଝାର ବାହାବଲପୁରରେ ଥିବା ଜୈଶ ଦେଖାଇବାକୁ ଚେଷ୍ଟା କରୁଛି।
ବାହାବଲପୁରରେ ଆଝାର ଦୁଇଟି ପ୍ରତିଷ୍ଠାନ କରିଥିଲା। ଗୋଟିଏ ହେଉଛି ଜାମିଆ ସୁଭାନ ଆଲ୍ଲା ଓ ଆଉ ଗୋଟିଏ ହେଉଛି ଜାମିଆ ଉସମାନ ଓ ଅଲୀ ମସଜିଦ। ଜାମିଆ ସୁଭାନ ଆଲ୍ଲା ଜୈଶ ମୁଖ୍ୟାଳୟ ଭାବେ ପରିଚିତ ଥିଲା। ଏହାକୁ ଭାରତ ଅପରେସନ ସିନ୍ଦୂର ଦ୍ୱାରା ଧ୍ୱଂସ କରି ଦେଇଥିଲା। କିନ୍ତୁ ଜାମିଆ ଉସମାନ ଓ ଅଲୀ ମସଜିଦଟି ବାହାବଲପୁରର ଗୋଟିଏ ଜନବହୁଳ ଅଞ୍ଚଳରେ ରହିଛି। ଏହାକୁ ଲାଗି ଗୋଟିଏ ହସ୍ପିଟାଲ ବି ଅଛି। ଭାରତୀୟ ସେନା ଜାମିଆ ସୁଭାନ ଆଲ୍ଲାରେ କରିଥିବା ଏୟାର ଷ୍ଟ୍ରାଇକରେ ଆଝାର ପରିବାରର ୧୦ ଜଣ ପ୍ରାଣ ହରାଇଥିଲେ।
ପ୍ରଥମଥର ପାଇଁ ଆଝାର ବାହାବଲପୁର ଛାଡ଼ି ଅନ୍ୟତ୍ର ଯାଇ ନାହିଁ। ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ସେ ବାହାବଲପୁର ଛାଡ଼ି ପେଶାୱର ସ୍ଥିତ ସେଫ ହାଉସକୁ ଚାଲି ଯାଇଥିଲା। ଏବେ ସେ ସକାରୁଦରେକୁ ଚାଲି ଯାଇଛି। କେବଳ ଆଝାର ନୁହେଁ, ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲ୍ଲାହୁଦ୍ଦିନ ମଧ୍ୟ ପାକିସ୍ତାନର ଇସଲାମାବାଦରେ ରହି ତା’ର ନେଟୱର୍କକୁ ଚଳାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Masood_1752832286.jpg)