Advertisment

ୱାୟନାଡ ଭୂସ୍ଖଳନ: ଅଜଣା ମୃତଦେହଗୁଡ଼ିକର ହେଲା ଶେଷକୃତ୍ୟ ସମ୍ପନ୍ନ

ଚିହ୍ନଟ ହୋଇ ନଥିବା ବହୁ ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ସେମାନଙ୍କ ଗଣଦାହ ହୋଇଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
mass cremation

mass cremation

Advertisment

ୱାୟନାଡ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟକୁ ସପ୍ତାହେ ବିତି ସାରିଥିବା ବେଳେ ଶତାଧିକ ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଏଯାବତ ଚିହ୍ନଟ ହୋଇ ନଥିବା ବହୁ ମୃତଦେହର ପରିଚୟ ମିଳି ପାରି ନ ଥିବା ବେଳେ ସେମାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାଯାଇଛି।

Advertisment

ପୁଥୁମାଲାରେ ପ୍ରଶାସନ ପକ୍ଷରୁ ଅଜଣା ମୃତଦେହଗୁଡ଼ିକର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତା’ ପୂର୍ବରୁ ସମସ୍ତ ମୃତଦେହର DNA ନମୁନା ସଂଗ୍ରହ କରାଯାଇଛି। ଭୂସ୍ଖଳନ ଯୋଗୁ ପ୍ରାୟ ଚାରି ଶହରୁ ଊର୍ଦ୍ଧ୍ୱ ଜଣଙ୍କର ଅକାଳରେ ମୃତ୍ୟୁ ହୋଇଥିବା ବେଳେ ଏବେ ବି ମାଟି ତଳେ ଚାଲିଛି ଜୀବନ ଖୋଜା । ଏବେ ବି ନିଖୋଜ ଅଛନ୍ତି ୧୮୦ ଜଣ। ଭୂସ୍ଖଳନ ଧ୍ୱଂସ୍ତସ୍ତୁପ ତଳୁ ୧୬୦ରୁ ଅଧିକ ଅଙ୍ଗ ପ୍ରତ୍ୟଙ୍ଗ ଉଦ୍ଧାର କରାଯାଇଛି।

୮ ଦିନ ତଳେ ଘଟିଥିବା ପ୍ରକୃତିର ଏହି କରାଳ ତାଣ୍ଡବ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା। ଏଯାବତ ରେସକ୍ୟୁ ଅପରେସନ୍ ସରିନି। ସେନା, ଏନଡିଆରଏଫ୍, ଏସଡିଆରଏଫ୍, ସ୍ଥାନୀୟ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ମିଶାଇ ୧୫ଶହରୁ ଅଧିକ ଉଦ୍ଧାରକାରୀ ଲାଗିଛନ୍ତି ।

Advertisment

ଡିପ୍ ସର୍ଚ୍ଚ ରାଡାର ଯୋଗେ ସର୍ଚ୍ଚ ଅପରେସନ୍ ବି ଚାଲିଛି। ଏହି ରାଡାର ଭୂପୃଷ୍ଠରୁ ୮୦ ମିଟର ଗଭୀରତା ଯାଏ ମଣିଷ ଫସିଥିବା ନେଇ ସନ୍ଧାନ କରିପାରେ।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ସହ ପୁନରୁଦ୍ଧାର କାମ ଚାଲିଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଚାଲିଛି ଏୟାରଲିଫ୍ଟ। ପ୍ରଭାବିତ ଅଞ୍ଚଳରେ ୧୩ ଶହରୁ ଅଧିକ ଲୋକ ରେସକ୍ୟୁ ଅପରେସନରେ ଲାଗିଛନ୍ତି।

ଭୂସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର ହୋଇଯାଇଛି ୱାୟନାଡ୍‌ର ଚୁରଲମାଲା, ମୁଣ୍ଡାକାଇ ଓ ପୁଞ୍ଚୁରି ମାଟମ୍। ଏହି ସବୁ ସ୍ଥାନ ଧ୍ୱଂସସ୍ତୁପ ପାଲଟି ଯାଇଛି। ଭୂସ୍ଖଳନରେ ସବୁଠୁ ବେଶି ପ୍ରଭାବିତ ହୋଇଛି ମେପ୍ପାଡି ପାହାଡ଼ ନିକଟରେ ଥିବା ମୁଣ୍ଡାକାଇ ଗାଁ। ସେହିପରି ପୁଞ୍ଚୁରି ମାଟମରେ ମଧ୍ୟ ଅନେକ ଘର ମାଟିରେ ମିଶିଯାଇଛି। 

ଭୂସ୍ଖଳନରେ ପାଖାପାଖି ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ବିପନ୍ନଙ୍କ ପାଖରେ ଛାତ ନାହିଁ। ବିଭିନ୍ନ ରିଲିଫ କ୍ୟାମ୍ପରେ ପ୍ରାୟ ୩ ହଜାର ଲୋକ ଆଶ୍ରୟ ନେଇଛନ୍ତି।

Kerala Landslides Wayanad Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe