Advertisment

ମହାରାଷ୍ଟ୍ରରେ କେଶ ଝଡ଼ିବା ଆତଙ୍କ; ସପ୍ତାହେ ଭିତରେ ଚନ୍ଦା ହୋଇଯାଉଛନ୍ତି ଲୋକେ

କେଶ ଝଡ଼ିବା ଆରମ୍ଭ ହେଲେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତେ ଚନ୍ଦା ହୋଇଯାଉଛନ୍ତି। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ।

author-image
Debadatta Aryashrestha
Mass Hair fall in Maharashtra

Mass Hair fall in Maharashtra

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ କେଶ ଝଡ଼ିବା ସାଧାରଣ କଥା। କେଶ ଝଡ଼ିବା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ମଧ୍ୟ ଧରିନିଆଯାଏ। ସାଧାରଣତଃ ମୁଣ୍ଡ ସଫା କରିବା କିମ୍ବା ପାନିଆରେ କୁଣ୍ଡାଇବା ସମୟରେ କିଛି କେଶ ଝଡ଼ିଯାଏ। ହେଲେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ କେଶ ଝଡ଼ିବା ନେଇ ଏକ ଆତଙ୍କ ସୃଷ୍ଟି ହୋଇଛି। ଏଠାରେ କେଶ ଝଡ଼ିବା ଆରମ୍ଭ ହେଲେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତେ ଚନ୍ଦା ହୋଇଯାଉଛନ୍ତି। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ।

Advertisment

କେବଳ ଗୋଟିଏ ସ୍ଥାନ ନୁହେଁ, ଏହି ଜିଲ୍ଲାର ବୋରଗ୍ରାମ, କାଲୱାଡ ଓ ହିଂଗ୍ନା ଭଳି ୩ଟି ଗ୍ରାମରେ ଏପରି ଅପ୍ରତ୍ୟାଶିତ ଭାବେ କେଶ ଝଡ଼ିବା ସମସ୍ୟା ଗତ କିଛିଦନ ହେବ ଆତଙ୍କ ସୃଷ୍ଟି କରିଛି। ତେବେ ସାର-ପିଡ଼ିଆ କାରଣରୁ ଜଳ ଦୂଷିତ ହୋଇ ଏଭଳି ସମସ୍ୟା ଉପୁଜିଥାଇପାରେ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସନ୍ଦେହ କରିଛନ୍ତି। ଏହାର ପ୍ରକୃତ କାରଣ ଜାଣିବା ପାଇଁ ଗାଁରେ ପହଞ୍ଚି ଲୋକମାନେ ବ୍ୟବହାର କରୁଥିବା ଜଳ, ଲୋକଙ୍କର ଝଡ଼ୁଥିବା କେଶ ଓ ଚର୍ମର ନମୂନା ସଂଗ୍ରହ କରିଛନ୍ତି ଡାକ୍ତରୀ ଟିମ୍।

ଏଠାକାର ଲୋକଙ୍କ କହିବା କଥା, ଆଗରୁ ଏମିତି କେବେ ହୋଇନଥିଲା। ଗତ କିଛିଦିନ ହେଲା ଏଠାକାର ଉଭୟ ପୁରୁଷ ଓ ମହିଳା ଏହି ସମସ୍ୟାରେ ପଡ଼ୁଛନ୍ତି। ଯାହାର ଥରେ କେଶ ଝଡ଼ିବା ଆରମ୍ଭ ହେଉଛି, କେବଳ ସପ୍ତାହେ ମଧ୍ୟରେ ସେମାନେ ସଂପୂର୍ଣ୍ଣ ଚନ୍ଦା ହୋଇଯାଉଛନ୍ତି।

Advertisment

ଏଭଳି ଅଭିଯୋଗ ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି ସମସ୍ତ ଗାଁକୁ ଗସ୍ତ କରି ପିଇବା ପାଣିର ଯାଂଚ ଆରମ୍ଭ କରିଛନ୍ତି। ଡାକ୍ତରୀ ଦଳର କହିବା ଅନୁସାରେ ଏଠାରେ ପ୍ରାୟ ୫୦ ଜଣ ଲୋକ ଏହି ସମସ୍ୟାର ସମ୍ମୁଖୀନ ହୋଇ ଚନ୍ଦା ହୋଇଗଲେଣି। ଏହି ମାମଲା ଆହୁରି ବଢ଼ିପାରେ ବୋଲି ଡାକ୍ତରୀ ଟିମ୍ ଆଶଙ୍କା କରିଛନ୍ତି।

ତେବେ ଅନ୍ୟ ସ୍ୱାସ୍ଥ୍ୟଗତ କାରଣ ସହ ଦୂଷିତ ଜଳ କାରଣରୁ ଏପରି ହେଉଥାଇପାରେ ବୋଲି ଡାକ୍ତର ସନ୍ଦେହ କରୁଛନ୍ତି। ଲୋକମାନେ ବ୍ୟବହାର କରୁଥିବା ପାଣି, ସେମାନଙ୍କ ଝଡ଼ୁଥିବା କେଶ ଓ ଚର୍ମର ନମୂନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡ଼ିବ। ହେଲେ ଲୋକଙ୍କୁ ଭଲ ଭାବରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଡାକ୍ତରୀ ଟିମ୍ ପରାମର୍ଶ ଦେଇଛି।

Hair Fall Maharashtra News Bald Within A Week Mass Hair Loss Hair Fall Treatment