Advertisment

ମନ୍ତ୍ରୀଙ୍କ ପିଏସ୍‌ଙ୍କ ଘରୋଇ ସହାୟକଙ୍କ ଘରେ ପଶିଲା ଇଡି, ଜବତ କଲା ୩୦ କୋଟି

ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରେ ଇଡି ଅଧିକାରୀ ପଶିଥିବା ବେଳେ ଘର ଭିତରୁ ବାହାର କରିଛନ୍ତି ଗଦ ଗଦା ଟଙ୍କା ।

author-image
Niharika Rout
Money Seized

Money Seized

ମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ଥିବା ସୂଚନା ପାଇଲା ଇଡି। ଏହାପରେ ମନ୍ତ୍ରୀଙ୍କ ଉପରେ ତୀକ୍ଷଣ ନଜର ରଖିଥିବା ଇଡି ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରୁ ଜବତ କରିଛି ପୁଳା ପୁଳା ଟଙ୍କା। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଘରେ ଇଡି ଅଧିକାରୀ ପଶିଥିବା ବେଳେ ଘର ଭିତରୁ ବାହାର କରିଛନ୍ତି ଗଦ ଗଦା ଟଙ୍କା ।

Advertisment

ଜବତ ଟଙ୍କା ପାଖାପାଖି ୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଇଡି ଅଧିକାରୀ ଟଙ୍କା ଗଣି ଗଣି ହାଲିଆ ହେବା ପରେ ମେଶିନ ସାହାଯ୍ୟରେ ଟଙ୍କା ଗଣିଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଝାଡ଼ଖଣ୍ଡରେ ଘଟିଛି।

ଜମି ଦୁର୍ନୀତି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍‌ରେ ଥିବା ବେଳେ ଏବେ ରାଜ୍ୟରେ ଆଉ ଏକ ମହାଘୋଟାଲା ସାମନାକୁ ଆସିଛି । ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ତଥା କଂଗ୍ରେସ ନେତା ଆଲମଗିରି ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ଇଡି ପାଖାପାଖି ୩୦ କୋଟି ଟଙ୍କା ଜବତ କରତ ସାରିଲାଣି।

Advertisment

କିଛି ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗରେ ଗତ ବର୍ଷ ଫେବୃୟାରୀରେ ଝାଡଖଣ୍ଡର ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ଅଭିୟନ୍ତା ବିରେନ୍ଦ୍ର କେ. ରାମଙ୍କୁ ଗିରଫ କରାଯାଇଥିଲା । ୧୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗର ଯାଞ୍ଚ ଇଡି କରୁ ଥିବା ବେଳେ ଏହାର କନେକ୍ସନ ମନ୍ତ୍ରୀଙ୍କ ସହ ଥିବା ଜାଣିବାକୁ ପାଇଥିଲା।

ଏହାପରେ ମନ୍ତ୍ରୀ ଆଲମଙ୍କ କାର୍ଯ୍ୟାଳୟରେ ସାଂଘାତିକ ଲାଞ୍ଚ କାରବାର ଚାଲୁଥିବା ବେଳେ କଳା ଟଙ୍କା ଚାକର ଘରେ ରଖାଯାଉଥିବା ଇଡିକୁ ସୂଚନା ମିଳିଥିଲା। ଏହାପରେ ଇଡି ଆଲମଙ୍କ ବ୍ୟକ୍ତିଗତ ସଚିବଙ୍କ ଘରୋଇ ସହାୟକଙ୍କ ଘରେ ଚଢ଼ାଉ କରି ଯାହା ଦେଖିଲା ଆଖି ଖୋସି ହୋଇଗଲା। ଘରୁ ଇଡି ଟିମ୍‌ ପୁଳା ପୁଳା ଟଙ୍କା ଜବତ କରିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ରାଜ୍ୟର ବହୁ ମନ୍ତ୍ରୀ ଭ୍ରଷ୍ଟାଚାର ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ କରିଥିଲେ। ଏହାର କିଛି ଦିନ ବ୍ୟବଧାନ ପରେ ଇଡି ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

ଗତ ବର୍ଷ ଡିସେମ୍ବରରେ ଝାଡ଼ଖଣ୍ଡ କଂଗ୍ରେସର ରାଜ୍ୟସଭା ସାଂସଦ ଓ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ୩୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିଲା।

ED Raid Jharkhand