Advertisment

ବାଦଲ ଫଟା ବର୍ଷା ପରେ ମାଡ଼ି ଆସିଲା ପାଣି: ଚାଲିଗଲା ୨୩ ଜୀବନ, ଅନେକ ନିଖୋଜ

ଏବେ ବି ଅନେକ ଲୋକ ମାଟି କାଦୁଅ ତଳେ ପୋତି ହୋଇ ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭତ୍ତିରେ ଉଦ୍ୟମ ଚାଲିଛି।

ଅଦ୍ୟତନ ହୋଇଛି
Flood

Flood

Advertisment

ଉତ୍ତରାଖଣ୍ଡ ପରେ ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଚଶୋତିରେ ବାଦଲ ଫଟା ବର୍ଷା ପରେ ଅଚାନକ ମାଟି ମିଶା ପାଣି ଓ ପଥର ମାଡ଼ି ଆସିବାରୁ ଅତିକମରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ଅନେକ ଲୋକ ମାଟି କାଦୁଅ ତଳେ ପୋତି ହୋଇ ରହିଛନ୍ତି।

Advertisment

ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭତ୍ତିରେ ଉଦ୍ୟମ ଚାଲିଛି। ଅଚାନକ ବନ୍ୟାରେ ଫସିଥିବା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି। ଚଶୋତି ହେଉଛି ମାଚୈଲ ମାତା ଯାତ୍ରାର ଆରମ୍ଭ ସ୍ଥାନ ଏଠାରୁ କିସ୍ତୱାରରେ ଥିବା ମାତା ଚଣ୍ଡୀ ପୀଠକୁ ଲୋକମାନେ ଯାଆନ୍ତି। ଘଟଣା ବେଳେ ଏଠାରେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଏବେ ସେମାନଙ୍କୁ ଉଦ୍ଧାର କରାଯାଉଛି। 

କିସ୍ତୱାରର ଡେପୁଟି କମିଶନର ପଙ୍କଜ ଶର୍ମା କହିଛନ୍ତି, “କିସ୍ତୱାରର ଚଶୋତିରେ ଗୋଟିଏ ଅଚାନକ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି। ମାଟି ମିଶା ପାଣି ମାଡ଼ି ଯିବାରୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାରା ପାଇଁ ପ୍ରୟାସ ଚାଲିଛି।” କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ ବାଦଲ ଫଟା ବର୍ଷା ସମ୍ପର୍କରେ ତାଙ୍କୁ ଜମ୍ମୁ-କଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ସୁନୀଲ କୁମାର ଶର୍ମା ଖବର ଦେଇଥିଲେ। ଏହାପରେ ସେ ଡେପୁଟି କମିଶନର ଶର୍ମାଙ୍କ ସହ କଥା ହୋଇଛନ୍ତି।

Advertisment

ସେ ଏକ୍ସରେ ଲେଖିଛନ୍ତି, “ଚଶୋତି ଅଞ୍ଚଳରେ ବଡ଼ଧରଣର ବାଦଲ ଫାଟି ଯାଇଛି। ଏଥିରେ ମୃତାହତର ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ଆକ୍ସନ ମୋଡରେ ଥିବା ବେଳେ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କ୍ଷୟକ୍ଷତିର ଆକଳନ କରାଯାଉଛି ଓ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।”

ପ୍ରଭାବିତ ଅଞ୍ଚଳରେ ସ୍ଥାନୀୟ ଅଧିକାରୀଙ୍କ ସହ ପୁଲିସ, ଆର୍ମି, ଏନଡିଆରଏଫ ଓ ଏସଡିଆରଏଫର ସଦସ୍ୟମାନେ ଉପସ୍ଥିତ ରହିଛନ୍ତି। ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ବନ୍ୟା ପାଣିରେ ଫସି ଯାଇଛି। ବସ୍‌ରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବାରୁ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Flash Flood Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe