Advertisment

ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ନିଆଁ ଲିଭା କାର୍ଯ୍ୟରେ ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି। ସେହିପରି ମଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରି ଦିଆଯାଇଛି।

Fire

Fire

Advertisment

ପୂର୍ବ କୋଲକାତାରେ ଥିବା ବିରାଟକାୟ ଆକ୍ରୋପଲିସ ମଲରେ ଭୟଙ୍କର ଅଗ୍ନିକାଣ୍ଡ। ମଲରେ ପ୍ରବଳ ଭିଡ଼ ଥିବା ବେଳେ ହଠାତ୍‌ ଲାଗି ଯାଇଛି ନିଆଁ। ଏଥିଯୋଗୁ ଅନେକ ଲୋକ ଏହା ମଧ୍ୟରେ ଫସି ରହିଛନ୍ତି।

Advertisment

ନିଆଁ ଲିଭା କାର୍ଯ୍ୟରେ ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି। ସେହିପରି ମଲ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରି ଦିଆଯାଇଛି।

ରିପୋର୍ଟ ଅନୁସାରେ, ରାଜଡଙ୍ଗା ମେନ୍‌ ରୋଡରେ ଏହି ମଲଟି ରହିଛି। ସବୁ ଦିନ ଭଳି ଆଜି ମଧ୍ୟ ମଲରେ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ମଲର ୫ମ ମହଲାରେ ଘଟିଥିଲା ଅଘଟଣ। ଏଠାରେ ଥିବା ଫୁଡ କୋର୍ଟରେ ହଠାତ୍‌ ଲାଗି ଯାଇଥିଲା ନିଆଁ। ଚାହୁଁଚାହୁଁ ଏହା ବ୍ୟାପି ଯିବା ସହ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିଲା। ଲୋକମାନେ ଏହା ମଧ୍ୟରେ ଫସି ଯାଇଥିଲେ।

Advertisment

ଜଣେ ଅଧିକାରୀ କହିଛନ୍ତି, “ବର୍ତ୍ତମାନ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଟିମ ଅକ୍ସିଜେନ ମାସ୍କ ପିନ୍ଧି ମଲ ଭିତରକୁ ଯାଇଛନ୍ତି।

ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାରକୁ ଆଣିବା ହିଁ ଆମର ପ୍ରାଥମିକତା। ପୂରା ଅଞ୍ଚଳ ଧୂଆଁ ମୟ ହୋଇଯିବାରୁ ମଲ ସାମ୍ନାରେ ଯାତାୟାତ ବନ୍ଦ କରି ଦିଆଯାଇଛି। ପୂରା ଅଞ୍ଚଳକୁ କର୍ଡନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଛି।”

Kolkata Mall; Shoppin Mall
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe