Advertisment

ହୁତୁହୁତୁ ହୋଇ ଜଳିଲା ଆପାର୍ଟମେଣ୍ଟ, ଚାଲିଗଲା ୬ ଜୀବନ

ସିକନ୍ଦରାବାଦର ଏକ ୮ ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଗତ କାଲି ରାତି ପ୍ରାୟ ୮ଟା ପାଖାପାଖି ସମୟରେ ନିଆଁ ଲାଗି ଯାଇଥିଲା । ଉକ୍ତ ଆପାର୍ଟମେଣ୍ଟର ବହୁ ଅଫିସ ଥିବା ବେଳେ ବିଭିନ୍ନ ଫ୍ଲାଟରେ ଲୋକେ ରହୁଥିବା ବି ଜଣାଯାଇଛି।

Fire

Fire

Advertisment

ଗୁରୁବାର ରାତିରେ ତେଲେଙ୍ଗାନାର ସିକନ୍ଦରାବାଦସ୍ଥିତ ସ୍ୱପ୍ନାଲୋକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଯୁବକ ଓ ୨ ଯୁବତୀ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣା ଯାଇଛି। ଏହି ଅଗ୍ନିକାଣ୍ଡରୁ ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Advertisment

ସିକନ୍ଦରାବାଦର ଏକ ୮ ତାଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଗତ କାଲି ରାତି ପ୍ରାୟ ୮ଟା ପାଖାପାଖି ସମୟରେ ନିଆଁ ଲାଗି ଯାଇଥିଲା । ଉକ୍ତ ଆପାର୍ଟମେଣ୍ଟର ବହୁ ଅଫିସ ଥିବା ବେଳେ ବିଭିନ୍ନ ଫ୍ଲାଟରେ ଲୋକେ ରହୁଥିବା ବି ଜଣାଯାଇଛି।

ବିଲ୍ଡିଂର ତୃତୀୟ ମହଲାରୁ ଲାଗିଥିବା ନିଆଁ କ୍ରମଶଃ ଉପରକୁ ଉଠିବାକୁ ଲାଗିଲା। ଫଳରେ ଚତୁଃର୍ଦିଗ ଧୂଆଁମୟ ହେବା ସହ ଉପରେ ଫସି ରହିଥିବା ଲୋକେ ତଳକୁ ଆସି ପାରି ନ ଥିଲେ। ଫଳରେ ଧାଁଦୌଡ଼ ଆରମ୍ଭ ହୋଇଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିବା ଜଣାଯାଇଛି। 

Advertisment

ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଏଥିନିମନ୍ତେ ୧୦ଟି ଦମକଳ ଗାଡ଼ିକୁ ବ୍ୟବହାର କରାଯାଇଥିଲା। ଏଥିସହ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ  ହୋଇଥିଲା। ପ୍ରବଳ ଧୂଆଁ ଯୋଗୁ ସିଡ଼ି ଦେଇ ଯିବା ସମ୍ଭବ ନ ହେବାରୁ ଅଗ୍ନିଶମ କର୍ମଚାରୀ ଉପର ମହଲାର କାନ୍ଥ ଭାଙ୍ଗି ଗୋଟିଏ ରୁମ୍‌ରେ ଫସି ରହିଥିବା ପ୍ରାୟ ୫ ଜଣଙ୍କୁ ଉଦ୍ଧାର କରିଥିଲେ।

ପ୍ରାୟ ୪ ଘଣ୍ଟା କାଳ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରାୟ ୧୨ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନେ ସୁରକ୍ଷିତ ଥିବା ଜଣାଯାଇଛି। 

ମୃତକମାନେ ତେଲାଙ୍ଗାନାର ବିଭିନ୍ନ ଜିଲ୍ଲାର ହୋଇଥିବା ବେଳେ ଉକ୍ତ ଆପାର୍ଟମେଣ୍ଟରେ ଥିବା ଏକ ଅଫିସରେ କାମ କରୁଥିଲେ। ନିଆଁ ଲାଗିବା ସମୟରେ ସେମାନେ କାମ କରୁଥିବା ବେଳେ ଆଉ ବାହାରି ପାରି ନ ଥିଲେ। ଅଣନିଶ୍ୱାସୀ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବେ ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି।

ଖବର ପାଇ ତେଲେଙ୍ଗାନାର ବହୁ ବରିଷ୍ଠ ଅଧିକାରୀ ତଥା ବିଭାଗୀୟ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ତଥା ଗୁରୁତର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

 ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇ ଚାରିଆଡ଼ ଧୂଆଁ  ବ୍ୟାପି ଯାଇଥିଳା। ଫଳରେ ପୁଲିସ୍‌ ଆଖପାଖ ବିଲ୍ଡିଂକୁ ଖାଲି କରି ଦେଇଥିଲା। ପ୍ରାୟ ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲେ ବି ତଲାସୀ କାର୍ଯ୍ୟ ଶେଷ ହୋଇ ନ ଥିବା ବରିଷ୍ଠ ଅଗ୍ନି ନିରାପତ୍ତା ଅଧିକାରୀ ସୂଚନା ଦେଇଛନ୍ତି।

Deadbody Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe