Advertisment

Massive Fire: ସାଂସଦମାନଙ୍କୁ ମିଳିଥିବା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ଏହାକୁ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ସେହିପରି ଏଠାରେ ଥିବା ଅନେକ ଫ୍ଲାଟକୁ ରାଜ୍ୟସଭାର ସାଂସଦମାନଙ୍କୁ ମିଳିଥିଲା।

Fire

ଅଗ୍ନିକାଣ୍ଡ ଯୋଗୁ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ

Advertisment

ଦେଶର ରାଜଧାନୀ ଦିଲ୍ଲୀ(Delhi)ର ବିଡି ମାର୍ଗରେ ଥିବା ବହୁତଳ ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ଏହାକୁ ୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। 

Advertisment

ସେହିପରି ଏଠାରେ ଥିବା ଅନେକ ଫ୍ଲାଟକୁ ରାଜ୍ୟସଭାର ସାଂସଦମାନଙ୍କୁ ମିଳିଥିଲା। ସେମାନଙ୍କ ପାଇଁ ଏପରି ଆପାର୍ଟମେଣ୍ଟ ତିଆରି କରାଯାଇଥିଲା। ଅଗ୍ନିକାଣ୍ଡ ବେଳେ କିଛି ସାଂସଦ ଆପାର୍ଟମେଣ୍ଟରେ ରହିଥିଲେ ବୋଲି ଖବର ମିଳିଛି। ହେଲେ ଏଥିରେ କୌଣସି ସାଂସଦ ଆହତ ହୋଇ ନାହାନ୍ତି।

କୁହାଯାଉଛି ଯେ ଆପାର୍ଟମେଣ୍ଟର ଗୋଟିଏ ଉପର ମହଲାରେ ପ୍ରଥମେ ଅଗ୍ନିକାଣ୍ଡ(Fire) ଘଟିଥିଲା। ଚାହୁଁ ଚାହୁଁ ନିଆଁ ଅନ୍ୟ କିଛି ଫ୍ଲୋରକୁ ବ୍ୟାପି ଯାଇଥିଲା। ପୂରା ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀ ୧.୨୦ରେ ଖବର ପାଇଥିଲା।

Advertisment

ଏହାପରେ ୬ଟି ଦମକଳ ଦ୍ୱାରା ଅଗ୍ନିଶମ କର୍ମଚାରୀମାନେ ବେଶ କିଛି ଘଣ୍ଟାର ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଆପାର୍ଟମେଣ୍ଟର ୨ଟି ଫ୍ଲୋର ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇ ସାରିଥିଲା। 

ବ୍ରହ୍ମପୁତ୍ର ଆପାର୍ଟମେଣ୍ଟ ଦେଶର ସଂସଦ ବିଲଡିଂ ଠାରୁ ମାତ୍ର ୨୦୦ ମିଟର ଦୂର। ଏଠାରେ ଅଧିକାଂଶ ଫ୍ଲାଟକୁ ରାଜ୍ୟସଭା ସାଂସଦମାନଙ୍କୁ ଦିଆଯାଇଛି। ଅଗ୍ନିକାଣ୍ଡ ବେଳେ ଆପାର୍ଟମେଣ୍ଟରେ ଫାୟାର ହାଇଡ୍ରାଣ୍ଟ କାମ କରୁ ନଥିଲା। ଟାଙ୍କି କିମ୍ବା ପାଇପଲାଇନରେ ପାଣି ନଥିଲା। ଲୋକମାନେ ଉକ୍ତ ପାଇପ ଲାଇନକୁ ଯାଞ୍ଚ କରିଥିଲେ ହେଁ ସେଥିରୁ କୌଣସି ପ୍ରକାରର ପାଣି ବାହାରି ନଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ଅଭିଯୋଗ କରିଛନ୍ତି। 

ଟିଏମସି ସାଂସଦ ସାକେତ ଗୋଖାଲେ କହିଛନ୍ତି, “ବଡି ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ରହୁଥିବା ସମସ୍ତ ଲୋକ ରାଜ୍ୟସଭା ସାଂସଦ। ବିଲଡିଂଟି ସାଂସଦ ଠାରୁ ୨୦୦ ମିଟର ଦୂର। ଅଗ୍ନିକାଣ୍ଡ ଘଟିବାର ୩୦ ମିନିଟ ଯାଏ କୌଣସି ଦମକଳ ଆସି ନଥିଲା। ନିଆଁ ତୀବ୍ର ହେବା ସହ ଏକାଧିକ ଫ୍ଲୋରକୁ ବ୍ୟାପିଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।” 

Delhi Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe