Advertisment

କେମିକାଲ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ବିସ୍ଫୋରଣରେ ଭୁଶୁଡିଲା ଛାତ ଓ କାନ୍ଥ

ଦିଲ୍ଲୀର ଏକ କେମିକାଲ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା।

author-image
Debibandita Barick
Fire Breaks Out In Chemical godown

Fire Breaks Out In Chemical godown

ଦିଲ୍ଲୀର ଏକ କେମିକାଲ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ। ଆଜି ଅପରାହ୍ନରେ ଉତ୍ତର ଦିଲ୍ଲୀର ଆଲିପୁର ଅଞ୍ଚଳରେ ଥିବା ଏହି ରାସାୟନିକ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖବର ଲେଖା ହେବା ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ଦିଆଯାଇ ନାହିଁ।

Advertisment

ଅଗ୍ନିଶମ ବାହିନୀଙ୍କ କହିବା ଅନୁସାରେ, ଗୋଦାମରେ ନିଆଁ ଲାଗିଥିବା ନେଇ 3ଟା ସମୟରେ ସେମାନଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ 20ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ରସାୟନ ଭର୍ତ୍ତି ଥିବା ଡ୍ରମରେ ନିଆଁ ଲାଗିଥିବାରୁ ପ୍ରବଳ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ଗୋଦାମର ଛାତ ଓ କାନ୍ଥ ଭୁଶୁଡି ପଡିଛି। କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ ବୋଲି କର୍ମଚାରୀମାନେ କହିଛନ୍ତି। 

ଏହାପୂର୍ବରୁ ଜୁନ 15 ରେ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ମଧ୍ୟ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଛାତ୍ରଛାତ୍ରୀମାନେ ଝରକା ଡେଇଁ ନିଜକୁ ରକ୍ଷା କରିଥିଲେ। ପରେ ପୁଲିସ୍ ଯାଞ୍ଚ କରିବା ପରେ ସେଠାରେ ଅଗ୍ନି ନିରାପତ୍ତା ସୁବିଧା ନଥିବା ଜଣାପଡିଥିଲା।

Advertisment
Delhi Fire Incident Fire Breaks Out Delhi Delhi News