/odisha-reporter/media/post_attachments/uploadimage/library/16_9/16_9_0/Fire_1676736138.jpg)
Fire
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଥିବା ଏକ ଚିନି କାରଖାନାରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ମିଲ ଭିତରେ ୭୦ରୁ ୮୦ ଜଣ କର୍ମଚାରୀ ଫସିଥିବା ଜଣାପଡ଼ିଛି। ଏହି ଭୟାବହ ନିଆଁକୁ ଲିଭାଇବା ପାଇଁ ଏକାଧିକ ଦମକଳବାହିନୀ ନିୟୋଜିତ ହୋଇଛନ୍ତି। ମିଳଥିବା ସୂଚନା ଅନୁଯାୟୀ, କାରଖାନାର ଡିଷ୍ଟିଲରୀ ୟୁନିଟରେ ଅଗ୍ନିକାଣ୍ଡ ଆରମ୍ଭ ହୋଇ ଅନ୍ୟ କେତେକ ସ୍ଥାନକୁ ବ୍ୟାପିଯାଇଛି ।
ଅହମ୍ମଦନଗରର ସେଭଗାଓଁରେ ଥିବା ଗଙ୍ଗାମାଇ ଚିନି କଳର ଡିଷ୍ଟିଲରୀ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଆରମ୍ଭ ହେବା ମାତ୍ରେ ଏଠାରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । କାରଖାନା ଭିତରେ ୭୦ରୁ ୮୦ ଜଣ ଫସି ରହିଥିବା କୁହାଯାଉଛି। ଦମକଳ ବାହିନୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଇଥାନଲ କାରଖାନାରେ ନିଆଁ ଲାଗିବା ପରେ ବଏଲରରେ ମଧ୍ୟ ନିଆଁ ଲାଗିଯାଇବା ଜଣାପଡ଼ିଛି। ଏଠାରେ ଥିବା ଜୁସ୍ ଟାଙ୍କି ମଧ୍ୟ ଫାଟି ଯାଇଥିବା କୁହାଯାଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଂଚି ଆହତ ଲୋକମାନଙ୍କୁ ହସପିଟାଲକୁ ନେବା ଆରମ୍ଭ କରିଛି । ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
