Advertisment

ହାଇଟେକ୍‌ ସୋସାଇଟିରେ ଫାଟିଲା ଏସି, ହୁ ହୁ ଜଳିଗଲା ଫ୍ଲାଟ୍‌

ପ୍ରବଳ ଗରମ ଓ ଖରା ଯୋଗୁ ଏସି ଫାଟି ଯାଇଥିବା କୁହାଯାଉଛି।

author-image
Madhupriya Mistry
AC Blast

AC Blast

ହାଇଟେକ୍‌ ସୋସାଇଟିରେ ଫାଟିଲା ଏସି। ହେଲା ଭୟଙ୍କର ବିସ୍ଫୋରଣ। ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଫ୍ଲାଟ୍‌। ଉତ୍ତରପ୍ରଦେଶର ନଏଡା ସେକ୍ଟର-୧୦୦ ଲୋଟ୍‌ସ୍‌ ବ୍ଲୁବାର୍ଡ ସୋସାଇଟିରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ହଠାତ୍‌ ଏସି ତଥା ଏୟାର କଣ୍ଡିସନର୍‌ରେ ବିସ୍ଫୋରଣ ଘଟି ସମଗ୍ର ଫ୍ଲାଟରେ ନିଆଁ ଲାଗିଯାଇଥିଲା। ପରେ ଏହା ଦେଖୁ ଦେଖୁ ସୋସାଇଟିରେ ଥିବା ଅନ୍ୟ ଫ୍ଲାଟଗୁଡିକରେ ବି ବ୍ୟାପି ଯାଇଥିଲା। ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ। ପ୍ରଭାବିତ ଫ୍ଲାଟରୁ ପ୍ରବଳ ଧୂଆଁ ବାହାରୁଥିବାରୁ ନିକଟସ୍ଥ ଫ୍ଲାଟରେ ରହୁଥିବା ଲୋକମାନେ ଭୟରେ ଫ୍ଲାଟ ଛାଡି ଦୌଡି ଥିଲେ।

ସେପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଫ୍ଲାଟରେ ନିଆଁ ଲାଗିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ ସୂଚନା ମୁତାବକ, ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନାହିଁ। ତେବେ ପ୍ରବଳ ଗରମ ଓ ଖରା ଯୋଗୁ ଏସି ଫାଟିଥିବା କୁହାଯାଉଛି।

Advertisment

ସମଗ୍ର ଉତ୍ତର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରିଛି। ଏଥିଯୋଗୁ ଏସିର ବ୍ୟବହାର ମଧ୍ୟ ଢ଼େର ବଢ଼ି ଯାଇଛି। ଲୋକମାନେ ନିଜ ଘରେ ଗରମରୁ ମୁକ୍ତି ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଏସି ଚାଲୁ ରଖୁଛନ୍ତି। ଏଥିଲାଗି ଏଥିରେ ବିସ୍ଫୋରଣ ହେଉଛି। ପୂର୍ବରୁ ମଧ୍ୟ ଗରମ ଦିନେ ଅନେକ ସ୍ଥାନରୁ ଏୟାର କଣ୍ଡିସନର ବିସ୍ଫୋରଣ ହେତୁ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।

Noida AC Blast