Advertisment

ରେଲଓ୍ୱେ ଷ୍ଟେସନ ନିକଟ ହୋଟେଲରେ ଲାଗିଲା ନିଆଁ, ୬ ମୃତ

ସେହିପରି ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପିଏମ୍‌ସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
fire-broke-out-in-hotel

fire-broke-out-in-hotel

ରେଲଓ୍ୱେ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ୨୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ବିହାରର ରାଜଧାନୀ ପାଟନାରେ ଘଟିଛି ଏଭଳି କିଛି ଘଟଣା।

Advertisment

ପାଟନା ଜଙ୍କସନ ସ୍ଥିତ ୪ ମହଲା ବିଶିଷ୍ଟ ପାଲ୍‌ ହୋଟେଲରେ ଏହି ଅଗ୍ନିକାଣ୍ଡ ଅଛି। ସକାଳୁ ଲୋକେ ଜଳଖିଆ କରିବା ପାଇଁ ହୋଟେଲ୍‌ର ରେଷ୍ଟୁରାଣ୍ଟରେ ଲୋକେ ଏକାଠି ହୋଇଥିଲେ। ହୋଟେଲ କିଚେନ୍‌ ରୁମ୍‌ରେ ରୋଷେଇ ଚାଲିଥିଲା। ଏତିକି ବେଳେ ହଠାତ୍‌ ଏକ ତେଲ କଢ଼େଇରେ ନିଆଁ ଲାଗି ଯାଇଥିଲା। ପରେ ଏହି ନିଆଁ ଗ୍ୟାସ୍‌ ସିଲିଣ୍ଡର ଯାଏଁ ବ୍ୟାପିଥିଲା। 

ଗ୍ୟାସ୍‌ ସିଲିଣ୍ଡର୍‌ରେ ବିସ୍ଫୋରଣ ଘଟି ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ଫଳର ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ତିନି ମହିଳା ଥିବା ପୁଲିସ କହିଛି। ସେହିପରି ୨୦ରୁ ଅଧି ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ପିଏମ୍‌ସିଏଚ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ହୋଟେଲ୍‌ରେ ନିଆଁ ଲାଗିବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ହୋଟେଲର ପୂରା ଉପର ମହଲାରେ ଥିବା ଲୋକେ ତଳକୁ ଆସି ନପାରି ସେଠାରେ ଫଶି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପ୍ରାୟ ଦେଢ଼ ଘଣ୍ଟାର ରେସ୍କ୍ୟୁ ଅପରେସନ୍‌ ପରେ ହୋଟେଲ ଭିତରୁ ସମସ୍ତ ଲୋକଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା। 

ଗ୍ୟାସ୍‌ ସିଲିଣ୍ଡର୍‌ରେ ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି। 

Bihar Fire Breakout Fire In Hotel Patna