Advertisment

ବିଲ୍ଡିଂରେ ଲାଗିଲା ନିଆଁ; ଜୀବନ୍ତ ଜଳିଗଲେ ୪ ଜଣ, ୯ ଗୁରୁତର

ଶାସ୍ତ୍ରୀ ନଗରସ୍ଥିତ ଏକ ୪ ମହଲା ଘରର ଗ୍ରାଉଣ୍ଡ ଫ୍ଲୋରରେ ପାର୍କିଂ ଥିବା ବେଳେ ସେଠାରୁ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ତାହା ହଠାତ୍‌ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।

ଅଦ୍ୟତନ ହୋଇଛି
Fire

Fire

Advertisment

ରାଜଧାନୀ ଦିଲ୍ଲୀରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏକ ଚାରି ମହଲା ବିଲ୍ଡିଂରେ ନିଆଁ ଲାଗି ୪ ଜଣ ଜୀବନ୍ତ ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ୯ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଆଜି ସକାଳେ ରାଜଧାନୀ ଦିଲ୍ଲୀର ଶଶସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି।

Advertisment

ଶାସ୍ତ୍ରୀ ନଗରସ୍ଥିତ ଏକ ୪ ମହଲା ଘରର ଗ୍ରାଉଣ୍ଡ ଫ୍ଲୋରରେ ପାର୍କିଂ ଥିବା ବେଳେ ସେଠାରୁ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ତାହା ହଠାତ୍‌ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ସୂଚନା ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। ଏହାପରେ ବିଲ୍ଡିଂରେ ସନ୍ଧାନ ଆରମ୍ଭ କରି ୪ ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ନାବାଳକ ଥିବା ଜଣାଯାଇଛି।

Advertisment

ଏଥିସହ ଏହି ଅଗ୍ନିକାଣ୍ଡରେ ୯ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ପୁରୁଷ, ୪ ମହିଳା ଓ ୨ ଛୋଟ ଛୁଆ ଥିବା ଜଣାଯାଇଛି।

ପୁଲିସ୍‌ ଓ ଅଗ୍ନିଶମ ଟିମ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସର୍ଟ ସର୍କିଟ ଯୋଗୁ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Delhi Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe