Advertisment

ଜଙ୍ଗଲ ନିଆଁ ନେଲା ଜୀବନ; ଜଳିଗଲେ ୪ ବନ କର୍ମଚାରୀ, ୪ ଗୁରୁତର

ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ପାଇ ଏକ ୮ ଜଣିଆ ବନ କର୍ମଚାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରବଳ ପବନ ଯୋଗୁ ନିଆଁ ଝାସ ଆସି ସେମାନଙ୍କୁ କବଳିତ କରିଥିଲା।

author-image
Niharika Rout
Fire In Jungle

Fire In Jungle

ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାର ବିନସାର ଜଙ୍ଗଲରେ ଲାଗିଛି ନିଆଁ । ଏହି ନିଆଁକୁ ଲିଭାଇବାକୁ ଯାଇ ୪ ବନ କର୍ମଚାରୀ ଜୀଅନ୍ତା ଜଳି ଯାଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଗତକାଲି ଅପରାହ୍ନରେ ଏହି ଅଘଟଣ ଘଟିଛି।

Advertisment

ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ପାଇ ଏକ ୮ ଜଣିଆ ବନ କର୍ମଚାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରବଳ ପବନ ଯୋଗୁ ନିଆଁ ଝାସ ଆସି ସେମାନଙ୍କୁ କବଳିତ କରିଥିଲା। ଫଳରେ ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୪ ଜଣଙ୍କର ଜଳି ଯାଇ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଗୁରୁତରଙ୍କ ଉନ୍ନତ ଚିକିତ୍ସା ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଗୁରୁତରମାନଙ୍କୁ ଏୟାର ଲିଫ୍ଟ କରାଯାଇ ଋଶିକେଷସ୍ଥିତ ଏମ୍ସ ପଠାଇବାକୁ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରତି ମୃତ ବନ କର୍ମଚାରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି। ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।

Advertisment

ଅତ୍ୟଧିକ ଗରମ ପବନ ପ୍ରବାହିତ ହେଉଥିବାରୁ ଜଙ୍ଗଲରେ ହଠାତ୍‌ ନିଆଁ ଲାଗି ଯାଉଥିବା ପରିବେଶବିତ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ୪.୫୦ ହେକ୍ଟର ଜଙ୍ଗଲ ନିଆଁ ଦ୍ୱାରା କବଳିତ ହୋଇ ଯାଇଛି।

Uttarakhand Fire Mishap Jungle