Advertisment

ଓ୍ୱାଇନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି

ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Landslide

Landslide

Advertisment

ପ୍ରବଳ ବର୍ଷା ପରେ ତାଣ୍ଡବ ରଚିଛି ପ୍ରକୃତି। କେରଳର ଓ୍ୱାଇନାଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଟି ତଳେ ୪୦୦ରୁ ଅଧିକ ପରିବାର ଫଶି ରହିଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ଆଜି ଭୋରୁ ଓ୍ୱାଇନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ରାତି ୧ଟା ବେଳେ ମୁବାଡକାଇରେ ପ୍ରଥମ ଭୂସ୍ଖଳନ ହୋଇଥିଲା। ଏହାପରେ ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା।

ନ୍ୟାସନାଲ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ)ର ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏବେ ସେନା ମଧ୍ୟ ଘଟଣାସ୍ଥଳକୁ ଯାଇଛି।

Advertisment

ସେପଟେ ଭୂସ୍ଖଳନ ପରେ ନିଜ ପ୍ରାକୃତିକ ମନୋରମ ଦୃଶ୍ୟ ପ୍ରସିଦ୍ଧ ମୁବାଡକାଇ ଏବଂ ଚୁରାଲ ମାଲା, ଅଟ୍ଟମାଲ ଓ ନଲ୍ଲାପୁଝାର ଚିତ୍ର ବଦଳି ଯାଇଛି। ବାହ୍ୟ ଜଗତରୁ ଏହା ବିଚ୍ଛିନ୍ନ ହୋଇଛି। ଏଠାର ପରିସ୍ଥିତି ଗୁରୁତର ରହିଛି। ରାଜ୍ୟ ସରକାର ସମସ୍ତ ଏଜେନ୍ସିକୁ ଉଦ୍ଧାର କାର୍ଯ୍ୟରେ ଲଗାଇ ଦେଇଛନ୍ତି।

ସେପଟେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ଜିଲ୍ଲାର ଅନେକ ରାସ୍ତା ଧୋଇ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୋଲ ମଧ୍ୟ ଭୁଶୁଡିଛି। ଓ୍ୱାଇନାଡର ମୋଟ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଆଜି ବି ପୂରା ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଥିଲାଗି ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି।

Kerala Landslide Wayanad Landslide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe