Advertisment

ଓ୍ୱାଇନାଡରେ ଭୟଙ୍କର ଭୂସ୍ଖଳନ, ୨୪ ମୃତ

ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି।

ଅଦ୍ୟତନ ହୋଇଛି
Landslide

Landslide

Advertisment

କେରଳର ଓ୍ୱାଇନାଡରେ ପ୍ରବଳ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ଅତିକମ୍‌ରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଭୂସ୍ଖଳନ ଯୋଗୁ ୧୦୦ରୁ ଅଧିକ ଲୋକ ଫଶି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Advertisment

ଆଜି ଭୋରୁ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଦୁଇ ଦୁଇଟି ଭୂସ୍ଖଳନ ଘଟିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ KSDMA ଓ NDRF ନିୟୋଜିତ ଅଛନ୍ତି। ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର MI 17 ଓ ALH ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।  

ମୃତକଙ୍କ ମଧ୍ୟରେ ୩ ଛୋଟ ପିଲାଙ୍କ ସମେତ ୨୪ ଜଣ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭୂସ୍ଖଳନ ଯୋଗୁ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ୱାଇନାଡରେ ଭୂସ୍ଖଳନ ପରେ ସମସ୍ତ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଆଯିବ। ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି।

ଏହାରି ଭିତରେ ପାଣିପାଗ ବିଭାଗ ଆସନ୍ତା ତିନି ଘଣ୍ଟା ମଧ୍ୟରେ କେରଳର ମାଲାପୁରମ୍ ଏବଂ କନ୍ନୁର ଜିଲ୍ଲା ପାଇଁ ଚେତାବନୀ ଜାରି କରିଛି। ଆସନ୍ତା ତିନି ଘଣ୍ଟା ମଧ୍ୟରେ କେରଳର କୋଲାମ, ଆଲାପୁଝା, କୋଟାୟାମ, ଏର୍ନାକୁଲମ୍, ଥ୍ରିସୁର ଏବଂ ମାଲାପୁରମ୍ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ନେଇ ସମ୍ଭାବନା ରହିଛି। 

Kerala Massive Landslide Wayanad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe