Advertisment

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ, ପଥର ମାଡ଼

ବଞ୍ଜରା ସମ୍ପ୍ରଦାୟର ଶତାଧିକ ପ୍ରଦର୍ଶନକାରୀ ଏକାଠି ହୋଇ ବିକ୍ଷୋଭ କରୁଥିବା ବେଳେ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ ପାଇଁ ନାକେଦମ ହୋଇଛି।

author-image
Tapas Behera
ଅଦ୍ୟତନ ହୋଇଛି
undefined

BS Yediyurappa

ଆଜି ଅପରାହ୍ନରେ କର୍ଣ୍ଣାଟକର ଶିମୋଗା ଜିଲ୍ଲାର ବିଜେପିର ଭେଟେରାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ବାସଭବନ ସମ୍ମୁଖରେ ଏକ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ ସହ ପଥର ମାଡ଼ ହୋଇଛି। ବଞ୍ଜରା ସମ୍ପ୍ରଦାୟର ଶତାଧିକ ପ୍ରଦର୍ଶନକାରୀ ଏକାଠି ହୋଇ ବିକ୍ଷୋଭ କରୁଥିବା ବେଳେ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ ପାଇଁ ନାକେଦମ ହୋଇଛି। ନିକଟରେ କର୍ଣ୍ଣାଟକ ସରକାର ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ କରିଥିବାରୁ ଏହାକୁ ବିରୋଧ କରି ପ୍ରତିବାଦ ହୋଇଥିଲା। ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ବ୍ୟବସ୍ଥାରେ କାଣ୍ଟଛାଣ୍ଟ ଲାଗି ବସଭରାଜ ବମ୍ମାଇଙ୍କ ନେତୃତ୍ୱାଧୀନ ବିଜେପି ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି।

Advertisment

ଅନୁସୂଚିତ ଜାତି ପାଇଁ ମୋଟ ସଂରକ୍ଷିତ ଥିବା ୧୭ ପ୍ରତିଶତରୁ ୬ ପ୍ରତିଶତ ଅନୁସୂଚିତ ଜାତି (ବାମ), ୫.୫ପ୍ରତିଶତ ଅନୁସୂଚିତ ଜାତି (ଡାହାଣ), ୪.୫ ପ୍ରତିଶତ ସବର୍ଣ୍ଣ ଏବଂ ଗୋଟିଏ ପ୍ରତିଶତ ଅନ୍ୟମାନଙ୍କୁ ଦିଆଯିବାକୁ ସୁପାରିଶ କରାଯାଇଛି।  ୨୦୦୫ରେ କଂଗ୍ରେସ-ଜନତା ଦଳ ମିଳିତ ସରକାର ଦ୍ୱାରା ଗଠିତ ଏଜେ ସଦାଶିଭ ଆୟୋଗର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।

ବଞ୍ଜରା ସମ୍ପ୍ରଦାୟର ନେତାମାନେ ଅଭିଯୋଗ କରିଛନ୍ତି ଯେ, ସଂରକ୍ଷଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସେମାନେ ଅଧିକ କ୍ଷତି ସହିବେ। ରାଜ୍ୟ ସରକାର ତୁରନ୍ତ ଏହି ସୁପାରିଶକୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି।

Advertisment
India