ଆଇପିଏସ୍ ଓ ଜବତ ଟଙ୍କା
ଫିଟୁଛି ଆଇପିଏସ୍(Ips) ବାବୁଙ୍କ କଳା ସାମ୍ରାଜ୍ୟର ଗୁମର। ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ(CBI) ହାତରେ ଧରା ପଡ଼ିଥିବା ଆଇପିଏସ୍ ହରଚରଣ ସିଂହ ଭୁଲ୍ଲାରଙ୍କ ସମ୍ପତ୍ତିକୁ ଦେଖି ଟେରା ହୋଇଛନ୍ତି ସିବିଆଇ ଅଧିକାରୀ। ପଞ୍ଜାବ(Punjab) ପୁଲିସ୍ରେ ଡିଆଇଜି ଭାବେ କାମ କରୁଥିବା ହରଚରଣଙ୍କ ବିଭିନ୍ନ ଠିକଣାରୁ ମିଳିଛି ନଗଦ ୫ କୋଟି ଟଙ୍କା, ୧.୫ କେଜି ସୁନା, ଏକାଧିକ ଦାମୀ କାର ଓ ଅନ୍ୟାନ୍ୟ ସମ୍ପତ୍ତିର ସୂଚନା।
ଗୁରୁବାର ରୋପର ରେଞ୍ଜର ଡିଆଇଜି ଭାବେ କାମ କରୁଥିବା ହଚରଣଙ୍କୁ ସିବିଆଇ ଲାଞ୍ଚ ଟଙ୍କା ନେବା ବେଳେ ଧରିଥିଲା। ସେ ଗୋଟିଏ ମାମଲାର ରଫଦଫା କରିବାକୁ ଜଣେ ସ୍କ୍ରାପ ଡିଲରଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଉଥିଲେ। ଟଙ୍କା ସହ ଧରିବା ପଡ଼ିବା ପରେ ଡିଆଇଜି ହରଚରଣଙ୍କୁ ସିବିଆଇ ଗିରଫ କରିଥିଲା।
ବାସ୍ତବରେ ସ୍କ୍ରାପ ଡିଲରଙ୍କ ଠାରୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ହରଚରଣ ୮ ଲକ୍ଷ ଟଙ୍କା ଓ ମାସିକିଆ ବଟି ପାଇଁ ଡିଲ କରିଥିଲେ। ଏନେଇ ଡିଲର ଜଣଙ୍କ ସିବିଆଇର ଦ୍ୱାରସ୍ଥ ହୋଇଥିଲେ। ହରଚରଣଙ୍କୁ ରଙ୍ଗେ ହାତ ଧରିବାକୁ ସିବିଆଇ ଜାଲ ବିଛାଇଥିଲା। ଯୋଜନା ଅନୁସାରେ ଅଭିଯୋଗକାରୀ ଜଣଙ୍କ ଲାଞ୍ଚ ଟଙ୍କା ଦେବାକୁ ହରଚରଣଙ୍କ ମୋହାଲି ଅଫିସରେ ପହଞ୍ଚିଥିଲେ। ସେଠାରେ ସେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଧରିଥିଲେ। ହରଚରଣଙ୍କ ସହ ତାଙ୍କ ପାଇଁ କାମ କରୁଥିବା କ୍ରିଷ୍ଣାନୁ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି।
/filters:format(webp)/odisha-reporter/media/media_files/2025/10/17/ips1-2025-10-17-14-47-21.jpg)
ଗିରଫଦାରୀ ପରେ ସିବିଆଇ ହରଚରଣଙ୍କ ଲିଙ୍କରେ ପଞ୍ଜାବ ଓ ଚଣ୍ଡିଗଡ଼ର ବିଭିନ୍ନ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ନଗଦ ଟଙ୍କା ସହ ୧୫ଟି ସମ୍ପତ୍ତି ସହ ଜଡ଼ିତ କାଗଜପତ୍ର, ମର୍ସିଡିଜ ଓ ଅଡି କାରର ଚାବି, ୨୨ଟି ବିଳାସପୂର୍ଣ୍ଣ ଘଣ୍ଟା, ଏକାଧିକ ଲକରର ଚାବି, ୪୦ ଲିଟର ବିଦେଶୀ ତଥା ଦାମୀ ମଦ, ଡବଲ ବାରେଲ ଗନ, ପିସ୍ତଲ, ରିଭଲବର ଓ ଗୋଟିଏ ଏୟାରଗନ ଜବତ କରାଯାଇଛି।
ସେହିପରି ମଧ୍ୟସ୍ଥି କ୍ରିଷ୍ଣାନୁ ଠାରୁ ସିବିଆଇ ଅଧିକାରୀମାନେ ନଗଦ ୨୧ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏବେ ବି କ୍ରିଷ୍ଣାନୁ ଓ ହରଚରଣଙ୍କ ବିଭିନ୍ନ ଠିକଣାରେ ରେଡ ଚାଲିଛି। ସିବିଆଇ ଉଭୟଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ନେବାକୁ ମଧ୍ୟ ଜବତ କରିଛି।
/filters:format(webp)/odisha-reporter/media/media_files/2025/10/17/ips2-2025-10-17-14-47-39.jpg)
ହରଚରଣ ସିଂହ ଭୁଲ୍ଲାରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରରେ କୁହାଯାଇଛି ଯେ ମଣ୍ଡି ଗୋବିନ୍ଦଗଡ଼ର ଆକାଶ ବାଟ୍ଟା ନାମକ ଜଣେ ବ୍ୟବସାୟୀଙ୍କୁ ହରଚରଣ ସହଯୋଗୀ କ୍ରିଷ୍ଣାନୁଙ୍କ ଜରିଆରେ ଲାଞ୍ଚ ଓ ମାସିକ ବଟି ମାଗିଥିଲେ। ଯଦି ସେ ଟଙ୍କା ନ ଦେବେ, ତା’ହେଲେ ତାଙ୍କୁ ମିଛ ଅପରାଧିକ ମାମଲାରେ ଫସାଇ ଦେବାର ଧମକ ଦେଇଥିଲେ।
/filters:format(webp)/odisha-reporter/media/media_files/2025/10/17/ips3-2025-10-17-14-48-17.jpg)
୨୦୨୫ ଅକ୍ଟୋବର ୧୧ରେ ଗୋଟିଏ ହ୍ୱାଟସ ଆପ କଲର ରେକର୍ଡ ମଧ୍ୟ ସାମ୍ନାକୁ ଆସିଛି। ହରଚରଣ ୮ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ କ୍ରିଷ୍ଣାନୁଙ୍କୁ କହୁଥିବା ଏହି କଲ ରେକର୍ଡରୁ ନିଶ୍ଚିତ ହୋଇଛି। ଏପରି ପ୍ରମାଣ ପାଇବା ପରେ ସିବିଆଇ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିବାକୁ ଜାଲ ବିଛାଇଥିଲା। ଆଉ ହରଚରଣ ସେହି ଜାଲରେ ଫସି ଯାଇଛନ୍ତି।
ହରଚରଣ ସିଂହ ଭୁଲ୍ଲାର କିଏ?
୨୦୦୭ ବ୍ୟାଚ୍ର ଆଇପିଏସ୍ ହେଉଛି ହରିଚରଣ। ୨୦୨୪ ନଭେମ୍ବର ୨୭ ତାଙ୍କୁ ରୋପର ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିଲା। ଏହାପୂର୍ବରୁ ସେ ପିଟିଆଲା ରେଞ୍ଜ ଡିଆଇଜି ଭାବେ କାମ କରୁଥିଲେ। ଭିଜିଲାନ୍ସ ବ୍ୟୁରୋର ଯୁଗ୍ମ ନିର୍ଦ୍ଦେଶ ବ୍ୟତୀତ ଆଇପିଏସ୍ ହରଚରଣ ସିଂହ ଭୁଲ୍ଲାର ଏକାଧିକ ସ୍ଥାନରେ ଏସ୍ପି ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି।
ପଞ୍ଜାବକୁ ନିଶା ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହରଚରଣ ସିଂହ ଭୁଲ୍ଲାର ହେଉଛନ୍ତି ପଞ୍ଜାବର ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ମେହଲ ସିଂହ ଭୁଲ୍ଲାରଙ୍କ ପୁଅ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/17/ips-2025-10-17-14-44-46.jpg)