Advertisment

ରାଗିଗଲେ ବିଜେପି ବିଧାୟକଙ୍କ ଭାଇ, ହସ୍ପିଟାଲ କର୍ମଚାରୀଙ୍କୁ ନିର୍ଧୁମ ପିଟିଲେ

ମଥୁରା ମାଣ୍ଟ ବିଧାନସଭା ଆସନର ବିଜେପି ବିଧାୟକ ରାଜେଶ ଚୌଧୁରୀଙ୍କ ଭାଇମାନେ ତଥା ସମର୍ଥକମାନେ ମିଶି ଡିଏସ୍‌ ହସ୍ପିଟାଲରେ ପଶି ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି।

Mla Brother Beat

Mla Brother Beat

Advertisment

ରାଗିଗଲେ ବିଜେପି ବିଧାୟକଙ୍କ ଭାଇ। ସର୍ବସମ୍ମୁଖରେ ଦେଖାଇଲେ ଦାଦାଗିରି। ହସ୍ପିଟାଲ ଭିତରେ ଡାକ୍ତରଙ୍କୁ ନିର୍ଧୁମ ପିଟିଲେ। ଲାତ ଗୋଇଠାଠୁ ଆରମ୍ଭ କରି ବିଧା, ଯାହା ପାରିଲେ ଯେମିତି ପାରିଲେ ପିଟି ଚାଲିଲେ। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରାରେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମଥୁରାର ମାଣ୍ଟ ବିଧାନସଭା ଆସନର ବିଜେପି ବିଧାୟକ ରାଜେଶ ଚୌଧୁରୀ। ତାଙ୍କ ଭାଇମାନେ ତଥା ସମର୍ଥକମାନେ ମିଶି ଡିଏସ୍‌ ହସ୍ପିଟାଲରେ ପଶି ମାର୍‌ପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହି ପୂରା ଘଟଣା ହସ୍ପିଟାଲରେ ଲାଗିଥିବା ସିସିଟିଭିରେ କଏଦ୍‌ ହୋଇଛି।

କୁହାଯାଉଛି ଯେ, ବିଜେପି ବିଧାୟକଙ୍କ ମା' ମହୋଲି ରୋଡ୍‌ ସ୍ଥିତ ଡିଏସ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହି ସମୟରେ ବିଜେପି ବିଧାୟକର ଭାଇ ଓ ଅନ୍ୟ ଦୁଇରୁ ତିନି ଜଣ ମିଶି ଆଇସିୟୁରେ ପଶି ଭିଡିଓ ରେକର୍ଡିଂ କରିବାକୁ ଲାଗିଥିଲେ। ଏହାକୁ ନେଇ ହସ୍ପିଟାଲ କର୍ମଚାରୀ ଓ ଡାକ୍ତର ତାଙ୍କୁ ବାରଣ କରିଥିଲେ। ବାସ୍ ଏତିକିରେ ସେମାନେ ରାଗି ଯାଇଥିଲେ। ବିଧାୟକଙ୍କ ଭାଇ ସଞ୍ଜୟ, ଦୀପୁ ବା ପ୍ରତିନିଧିଙ୍କ ସହ ଅନ୍ୟ ଦୁଇରୁ ତିନି ଜଣ ମିଶି ହସ୍ପିଟାଲ କର୍ମଚାରୀଙ୍କ ସହ ମାର୍‌ପିଟ୍‌ କରିବା ଆରମ୍ଭ କରିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଘଟଣାକୁ ନେଇ ବିଧାୟକ ରାଜେଶ ଚୌଧୁରୀ କହିଛନ୍ତି, ତାଙ୍କ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଏହି ସମୟରେ ହସ୍ପିଟାଲ କର୍ମଚାରୀ ତାଙ୍କ ପରିବାର ସଦସ୍ୟଙ୍କ ସହ ଅଭଦ୍ରତା ବା ମାର୍‌ପିଟ୍‌ କରିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।

ସେପଟେ ଏହାକୁ ନେଇ ହସ୍ପିଟାଲ ସଂଚାଳକ ତଥା ଡାକ୍ତର ଲଳିତ କହିଛନ୍ତି, ବିଧାୟକଙ୍କ ମା'ଙ୍କ ଚିକିତ୍ସା ଚାଲିଥିଲା। ଆଇସିୟୁ ଭିତରେ ଭିଡିଓ ରେକର୍ଡିଂ କରିବା ନେଇ ବାରଣ ରହିଛି। ଏହାଦ୍ୱାରା ରୋଗୀଙ୍କୁ ସଂକ୍ରମଣ ହୋଇପାରେ। ଏଥିଯୋଗୁ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ମନା କରିଥିଲେ। କିନ୍ତୁ ବିଧାୟକଙ୍କ ଭାଇ ଆଇନକୁ ନିଜ ହାତରେ ନେଇ କର୍ମଚାରୀଙ୍କୁ ମାରପିଟ୍ କରିଥିଲେ। ଏହି ଘଟଣା ଏବେ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ପୁଲିସ ଏନେଇ କୌଣସି ଅଭିଯୋଗ ହୋଇନଥିବା କହିଛି।

Uttar Pradesh Mathura BJP MLA MLA Brother Beat Hospital Staff
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe