Advertisment

ଇସ୍କନ ମନ୍ଦିରରେ ଦୁର୍ନୀତି, ଦାନ ଟଙ୍କା ନେଇ କର୍ମଚାରୀ ଛୁ'

ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିରର ଅନ୍ୟ କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତର ସନ୍ଧାନ ଜାରି ରଖିଛି।

author-image
Madhupriya Mistry
ISKCON Temple

ISKCON Temple

ଇସ୍କନ ମନ୍ଦିରରେ ଦୁର୍ନୀତି। ସାମ୍ନାକୁ ଆସିଛି ରସିଦ ଦାନ ସ୍କାମ ଘଟଣା। ଦାନ ଟଙ୍କା ନେଇ ଛୁ' ମାରିଛନ୍ତି କର୍ମଚାରୀ। ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ବୃନ୍ଦାବନରେ ସ୍ଥିତ ଇସ୍କନ ମନ୍ଦିରରୁ ସାମ୍ନାକୁ ଆସିଛି ଏଭଳି ଚକିତ କଲା ଭଳି ଘଟଣା।

Advertisment

ସୂଚନା ମୁତାବକ, ଶ୍ରଦ୍ଧାଳୁଙ୍କୁ ସଦସ୍ୟ ଗ୍ରହଣ କରାଇବା ଏବଂ ଦାନ ନେବା ପାଇଁ ମନ୍ଦିର ପରିଚାଳନା ମୁରଲୀଧର ଦାସଙ୍କୁ ୩୨ ରସିଦ ପୁସ୍ତକ ଦେଇଥିଲା। ଏହି ରସିଦ ବହି ମାଧ୍ୟମରେ ମୁରଲୀଧର ଦାସ ଭକ୍ତଙ୍କଠାରୁ ଦାନ ନେଇଥିଲେ। ଦାନ କରିଥିବା ଟଙ୍କା ସଂଗ୍ରହ କରି ସମୟ ସମୟରେ ମନ୍ଦିର ପ୍ରଶାସନରେ ଜମା କରିବା ମୁରଲିଧର ଦାସଙ୍କ କାମ ଥିଲା। ତେବେ ମନ୍ଦିରର ସଦସ୍ୟତା ବିଭାଗରେ ପୋଷ୍ଟ ହୋଇଥିବା ମୁରଲୀଧର ଦାସ, ଭକ୍ତଙ୍କ ଦ୍ୱାରା ଦିଆଯାଇଥିବା ଦାନକୁ ଅପବ୍ୟବହାର କରି ରସିଦ ପୁସ୍ତକ ସହିତ ଫେରାର ଥିବା ଅଭିଯୋଗ ହୋଇଛି।

ସିଟି ଅରବିନ୍ଦ ସିଂହ କହିଛନ୍ତି ଯେ ଏଠାରେ ଏକ ସଦସ୍ୟତା ବିଭାଗ ଅଛି, ଯେଉଁଥିରେ ଲୋକମାନେ ସଦସ୍ୟତା ଗ୍ରହଣ କରିବା ପରେ ଦାନ କରନ୍ତି। ସେହି ବିଭାଗରେ କାର୍ଯ୍ୟ କରୁଥିବା ମୁରଲୀଧର ଦାସ ସେହି ଦାନ ଟଙ୍କାର ହିସାବ ଦେଇନାହାନ୍ତି। କେବଳ ସେତିକି ନୁହେଁ ସେ ଉକ୍ତ ରସିଦଗୁଡିକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

Advertisment

ଇସ୍କନ ମନ୍ଦିରର ମୁଖ୍ୟ କର୍ମଚାରୀ ବିଶ୍ୱନାଥ ଦାସଙ୍କ ଅଭିଯୋଗ ଆଧାରରେ ଥାନା ବୃନ୍ଦାବନରେ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ସହ ଆଇନଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅଭିଯୁକ୍ତୁ ଖୋଜା ଚାଲିଥିବା ପୁଲିସ କହିଛି। ଅଭିଯୁକ୍ତ ଜଣଙ୍କର ଲୋକେସନ୍‌ ଟ୍ରେନ୍‌ କରାଯାଉଛି ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଉଛି। ଏହା ବ୍ୟତୀତ ପୁଲିସ ଅନ୍ୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିରର ଅନ୍ୟ କର୍ମଚାରୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି।

Mathura Iskcon Temple ISKCON Temple Scam