Advertisment

ହେଟ୍‌ ସ୍ପିଚ୍‌ ମାମଲା: ମୌଲାନା ମୁଫ୍‌ତି ସଲମାନଙ୍କୁ ଉଠାଇ ନେଲା ପୁଲିସ

ଇସ୍‌ଲାମି ଉପେଦଶକଙ୍କ ଦ୍ୱାରା ଦିଆଯାଇଥିବା ଏକ ହେଟ୍‌ ସ୍ପିଚ୍‌ ବା ଉତ୍ତେଜନାମୂଳକ ଭାଷଣ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଗୁଜରାଟର ଜୁନାଗଡ ପୁଲିସ ଶନିବାର ଦୁଇ ଜଣଙ୍କୁ ଗିରଫ କରିଥିଲା।

author-image
Madhupriya Mistry
Maulana Mufti Salman Azhari arrested

Maulana Mufti Salman Azhari arrested

ହେଟ୍‌ ସ୍ପିଚ ମାମଲାରେ ଇସ୍‌ଲାମି ଉପେଦଶକ ମୁଫ୍‌ତି ସଲମାନ ଅଜହରୀଙ୍କୁ ଉଠାଇନେଲା ପୁଲିସ। ଗତକାଲି ଗୁଜରାଟ ପୁଲିସ ମୁମ୍ବାଇରୁ ଏହି ମୌଲାନାଙ୍କୁ ଗିରଫ କରିଛି। ଏହାକୁ ନେଇ ମହାରାଷ୍ଟ୍ରରୁ ଗୁଜରାଟ ଯାଏଁ ହଇଚଇ ସୃଷ୍ଟି ହୋଇଯାଇଛି।

Advertisment

ଗୁଜରାଟ ଏଟିଏସ୍ ବିଳମ୍ବିତ ରାତିରେ ମୌଲାନା ମୁଫତି ସଲମାନ ଅଜହରୀଙ୍କୁ ଗିରଫ ଘାଟକୋପର ଥାନାକୁ ନେଇଥିଲା। ତେବେ ମୌଲାନାଙ୍କ ଗିରଫକୁ ବିରୋଧ କରି ଥାନା ଘେରାଉ କରିଥିଲେ ଶତାଧିକ ସମର୍ଥକ। ଶତାଧିକ ମୁଫତିଙ୍କ ସମର୍ଥକ ଘାଟକୋପର ପୁଲିସ ଷ୍ଟେସନ ବାହାରେ ଏକତ୍ରିତ ହୋଇ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ। ଫଳରେ ପୁଲିସ ଭିଡ ହଟାଇବା ପାଇଁ ଲାଠିଚାର୍ଜ କରିଥିଲା। ଏହାପରେ ମୁଫତିଙ୍କୁ ମାଜିଷ୍ଟ୍ରେଟ୍‌ ଆଗରେ ହାଜରା କରାଯାଇ ଦୁଇ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି ଗୁଜରାଟ ଏଟିଏସ୍‌। ମୁଫତି ସଲମାନ ଅଜହରୀଙ୍କୁ ନିଜ ସାଙ୍ଗରେ ଜୁନାଗଡ ନେଇ ଯାଇଛି ଏଟିଏସ୍‌ ଟିମ୍‌।

ପୁଲିସ ସୂଚନା ମୁତାବକ, ଇସ୍‌ଲାମି ଉପେଦଶକଙ୍କ ଦ୍ୱାରା ଦିଆଯାଇଥିବା ଏକ ହେଟ୍‌ ସ୍ପିଚ୍‌ ବା ଉତ୍ତେଜନାମୂଳକ ଭାଷଣ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଗୁଜରାଟର ଜୁନାଗଡ ପୁଲିସ ଶନିବାର ଦୁଇ ଜଣଙ୍କୁ ଗିରଫ କରିଥିଲା। ୩୧ଜାନୁୟାରୀ ରାତିରେ ଜୁନାଗଡର 'ବି' ଡିଭିଜନ୍ ପୁଲିସ୍ ଷ୍ଟେସନ ନିକଟରେ ଏକ ଖୋଲା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଭାଷଣ ଦିଆଯାଇଥିଲା। ସୋସିଆଲ ମିଡିଆରେ ହେଟ୍‌ ସ୍ପିଚ୍‌ର ଭିଡିଓ ଭାଇରାଲ ହେବା ପରେ ଅଜହରୀ ଏବଂ ସ୍ଥାନୀୟ ସଂଗଠକ ମହମ୍ମଦ ୟୁସୁଫ ମଲ୍ଲିକ ଏବଂ ଅଜିମ ହବିବ ଓଡେଦରାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩-ବି ଏବଂ ୫୦୫ (୨) ଅନୁଯାୟୀ ଏକ ଏଫଆଇଆର ରୁଜୁ କରାଯାଇଥିଲା।

Advertisment

କହିରଖୁ ଯେ, ମୌଲାନା ମୁଫତି ସଲମାନ ଅଜହରୀ ନିଜକୁ ଜଣେ ଇସଲାମିକ ଅନୁସନ୍ଧାନ ସ୍କଲର୍ ଭାବରେ ଉପସ୍ଥାପନ କରନ୍ତି। ଜାମିଆ ରିଆଜୁଲ ଜାନ୍ନା, ଅଲ-ଅମାନ ଶିକ୍ଷା ଏବଂ କଲ୍ୟାଣ ଟ୍ରଷ୍ଟ ଓ ଦାରୁଲ ଆମନର ପ୍ରତିଷ୍ଠାତା ଅଟନ୍ତି ସଲମାନ ଅଜହରୀ। ସେ କାହିରାର ଅଲ-ଅଜହର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ମୌଲାନା ମୁଫତି ଅନେକ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟରେ ସକ୍ରିୟ ଅଟନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର ମତ ପ୍ରକାଶ କରୁଥିବା ପ୍ରାୟତଃ ଦେଖିବାକୁ ମିଳେ। ଯୁବ ମୁସଲମାନ ସମ୍ପ୍ରଦାୟ ତାଙ୍କୁ ବିଶେଷ ପସନ୍ଦ କରନ୍ତି। ସେ ବହୁ ଥର ହେଟ୍ ସ୍ପିଚ୍‌ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ମଧ୍ୟ ସେ ଗୁଜରାଟରେ ଘୃଣା ଭାଷଣ ଦେଇଥିଲେ। ଏହକାୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। 

Hate Speech Mumbai Police Maulana Mufti Salman Azhari Arrested Gujarat ATS