ନିଜ ପୁତୁରାଙ୍କୁ ବାହାର ରାସ୍ତା ଦେଖାଇଲେ ମାୟାବତୀ, କହିଲେ...

ନିଜ ପୁତୁରାଙ୍କୁ ଦଳର ପ୍ରମୁଖ ପଦରୁ ହଟାଇ ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏଥିସହ ସେ ତାଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇଛନ୍ତି ।

Mayabati with his nephew

ନିଜ ପୁତୁରାଙ୍କ ସହ ମାୟାବତୀ ।

Niharika Rout
  • Published: Wednesday, 08 May 2024
  • Updated: 08 May 2024, 09:45 AM IST

‘ଗୁରୁ ଦାୟିତ୍ୱ ତୁଲାଇବାକୁ ପରିପକ୍ୱ ହୋଇ ନାହାନ୍ତି ଆକାଶ ଆନନ୍ଦ । ତେଣୁ ତାଙ୍କୁ ‘ବହୁଜନ ସମାଜବାଦୀ ପାର୍ଟି’ର ରାଷ୍ଟ୍ରୀୟ ସଂଯୋଜକ ପଦରୁ ହଟାଯାଉଛି। ’ ଏପରି ଘୋଷଣା ସହ ନିଜ ପୁତୁରାଙ୍କୁ ଦଳର ପ୍ରମୁଖ ପଦରୁ ହଟାଇ ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏଥିସହ ସେ ତାଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇଛନ୍ତି ।

ଚଳିତ ସାଧାରଣ ନିର୍ବାଚନରେ ଆକାଶଙ୍କୁ ଗୁରୁ ଦାୟିତ୍ୱ ଦେଇ ମାୟାବତୀ ନିର୍ବାଚନୀ ବୈତରଣୀ ପାର୍‌ ହେବେ ବୋଲଇ ଆଲୋଚନା ହେଉଥିବା ବେଳେ ତାହା କିନ୍ତୁ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇ ପାରିନି। ଦଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମାୟା କହିଛନ୍ତି ।

ଏନେଇ ମାୟାବତୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇ କହିଛନ୍ତି, ‘ବହୁଜନ ସମାଜବାଦୀ ପାର୍ଟି’ ଏକ ରାଜନୈତିକ ଦଳ ବ୍ୟତୀତ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆନ୍ଦୋଳନ । ଏହି ଦଳ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଆତ୍ମ ସମ୍ମାନ ଓ ଆତ୍ମ ସ୍ୱାଭିମାନକୁ ନେଇ ତିଷ୍ଠି ରହିଛି। ଏହି ବିଚାରଧାରାକୁ ବଜାୟ ରଖିବା ନିମନ୍ତେ କାଂଶୀରାମଜୀ ଏବଂ ମୁଁ ଆମର ସମଗ୍ର ଜୀବନ ଉତ୍ସର୍ଗ କରିଛୁ । ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରବର୍ତ୍ତୀ ପିଢିକୁ ପ୍ରସ୍ତୁତ କରାଯାଉଛି ।’

Also Read

 ଏହି କ୍ରମରେ ଅନ୍ୟ ନେତାଙ୍କୁ ମଧ୍ୟ ନେତୃତ୍ୱ ଦେବା ପାଇଁ ଦଳରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଘୋଷଣା କରାଯାଇଥିଲା । ମାତ୍ର ଦଳର ଗୁରୁ ଦାୟିତ୍ୱ ତୁଲାଇବା ନିମନ୍ତେ ଆକାଶ ଏବେ ଯଥେଷ୍ଟ ପରିପକ୍ୱ ହୋଇ ନାହାନ୍ତି। ତେଣୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଏହି ଦାୟିତ୍ୱରୁ ଅନ୍ତର କରାଯାଉଛି । ମାତ୍ର ଆକାଶଙ୍କ ପିତା ଆନନ୍ଦ କୁମାର ପୂର୍ବପରି ବହୁଜନ ସମାଜବାଦୀ ପାର୍ଟିର ସାଙ୍ଗଠନିକ ଦାୟିତ୍ୱ ବଜାୟ ରଖିବେ  ବୋଲି କହିଛନ୍ତି ମାୟାବତୀ ।

ମାୟାବତୀ ୨୦୧୯ ମସିହାରେ ନିଜ ଭାଇ ଆନନ୍ଦ କୁମାରଙ୍କୁ ଦଳର ରଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତ କରିଥିଲେ । ଏହା ସହ ପୁତୁରା ଆକାଶ ଆନନ୍ଦଙ୍କୁ ମଧ୍ୟ ଦଳର ଜାତୀୟ ସଂଯୋଜକ ମଧ୍ୟ କରିଥିଲେ । ସେତେବେଳେ ମଧ୍ୟ ଏହାକୁ ବିରୋଧୀ ସମାଲୋଚନା କରିଥିଲେ ।

ଏହାକୁ ଖାତିର ନ କରି ଗତବର୍ଷ ଡିସେମ୍ବର ୧୦ ତାରିଖରେ ଆକାଶ ଆନନ୍ଦଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିଥିଲେ ମାୟା । ରାଜନୀତିରେ ବଂଶବାଦକୁ ନିଜ ପାର୍ଟି ବିଚାରଧାରାରେ ତୀବ୍ର ବିରୋଧ କରୁଥିବା ମାୟାବତୀଙ୍କର ଏପରି ନିଷ୍ପତ୍ତିକୁ ବିରୋଧୀ ସେତେବେଳେ ନାପସନ୍ଦ କରିଥିଲେ । ଜାତିବାଦ ରାଜନୀତିରେ ଦଳିତଙ୍କ ଅଧିକାରକୁ ପ୍ରାଧାନ୍ୟ ଓ ବଂଶବାଦ ରାଜନୀତିକୁ ବିରୋଧ କରୁଥିବା ମାୟାବତୀ ପୁତୁରାଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କରିବାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଏବେ ସେ ତାଙ୍କୁ ଦାୟିତ୍ୱରୁ ହଟାଇ ଦେଇଥିବାରୁ ଏହାକୁ ନେଇ ବି ଚର୍ଚ୍ଚା ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story