/odisha-reporter/media/post_attachments/uploadimage/library/16_9/16_9_0/BSP_1687437470.jpg)
BSP
ବହୁ ପ୍ରତିକ୍ଷୀତ ବିରୋଧୀ ଦଳଗୁଡ଼ିକର ବୈଠକ ଆସନ୍ତାକାଲି ପାଟନାରେ ଅନୁଷ୍ଠିତ ହେବ। ୨୦୨୪ରେ ବିଜେପିକୁ ମାତ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ପାଟନାର ଶକ୍ତି ପ୍ରଦର୍ଶନ ସହ ରଣନୀତି ପ୍ରସ୍ତୁତ କରିବେ। ତେବେ ବିଏସ୍ପି ମୁଖିଆ ମାୟାବତୀ କିମ୍ବା ତାଙ୍କ ଦଳ ବିରୋଧୀଙ୍କ ଏହି ମହାବୈଠକରେ ସାମିଲ ହେବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ଏଥିସହ ସେ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି।
ବିରୋଧୀ ଦଳଗୁଡ଼ିକ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗ ଉଠାଉ ଥିଲେ ହେଁ ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆୟୋଜନ କରୁଥିବା ବୈଠକକୁ ମାୟାବତୀ ବିରୋଧ କରିଛନ୍ତି।
ସେ କହିଛନ୍ତି, “ମହଙ୍ଗାମାଡ଼, ଗରିବୀ, ବେକାରୀ, ଅନଗ୍ରସରତା, ନିରକ୍ଷର, ଜାତୀୟ ବିଦ୍ୱେଶ, ଧାର୍ମିକ ଭେଦଭାବ, ହିଂସା ଇତ୍ୟାଦି ଗ୍ରସ୍ତ ଦେଶରେ ବହୁଜନଙ୍କ ହତାଶ ହୋଇ ରହିଛନ୍ତି। ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ମାନବାବାଦୀ ସମ୍ବିଧାନକୁ ଲାଗୁ କରିବାର କ୍ଷମତା ବିଜେପି, କଂଗ୍ରେସ ଭଳି ଦଳ ପାଖରେ ନଥିବା ଏସବୁ ଘଟଣା ସ୍ପଷ୍ଟ କରୁଛି।
ଏସବୁ ସତ୍ତ୍ୱ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ଓ ନୀତୀଶ କୁମାରଙ୍କ ଦ୍ୱାରା ଜୁନ୍ ୨୩ରେ ହେଉଥିବା ବୈଠକ ଗୋଟିଏ କଥା ଦର୍ଶାଉଛି ଯେ ହୃଦୟ ମିଶୁ କି ନ ମିଶୁ ହାତ ମିଳାଇବା ଜାରି ରହୁ। ଲୋକସଭା ନିର୍ବାଚନର ପ୍ରସ୍ତୁତିକୁ ଧ୍ୟାନରେ ରଖି ଏପରି ବୈଠକ କରିବା ପୂର୍ବରୁ ଦଳଗୁଡ଼ିକ ଲୋକଙ୍କ ମଧ୍ୟରେ ସେମାନଙ୍କ ପ୍ରତି ଥିବା ଭାବନାକୁ ବଦଳାଇ ପାରି ଥାଆନ୍ତେ କିମ୍ବା ସେମାନଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟତା ଆଣି ପାରିଥାଆନ୍ତେ, ତା’ହେଲେ ଭଲ ହୋଇଥାଆନ୍ତା। ମୁହଁରେ ରାମ, କଡ଼ରେ ଛୁରୀ ଆଉ କେତେ ଦିନ ଚାଲିବ?”
ଅନ୍ୟପକ୍ଷରେ ବିହାର ଯାଇଥିବା ବିରୋଧୀ ଦଳର ନେତାମାନଙ୍କ କହିବା କଥା ଯେ ସେମାନେ ଏହି ବୈଠକକୁ ମାୟାବତୀ, ନବୀନ ପଟ୍ଟନାୟକଙ୍କ ବିଜେଡି ଓ କେ ଚନ୍ଦ୍ର ଶେଖର ରାଓଙ୍କ ବିଆରଏସ୍କୁ ନିମନ୍ତ୍ରଣ କରି ନାହାନ୍ତି। ନୀତୀଶ କୁମାର ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ନିମନ୍ତ୍ରଣ କରିଥିବା ବେଳେ ମାୟାବତୀଙ୍କ ନାଁ ତାଲିକାରେ ନଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
