Advertisment

ଆଜିଠୁ ମିୟୋନିଜ ବ୍ୟାନ୍‌, ବର୍ଷେ ପାଇଁ କଟକଣା ଲାଗୁ

ଏବେ ଆଉ ମୋମୋ ପ୍ଲେଟରେ ଦେଖିବାକୁ ମିଳିବନି ଏହି ଧଳା ସସ୍‌ । ଆଜିଠୁ ଏହାକୁ ବ୍ୟାନ୍‌ କରିଛନ୍ତି ରାଜ୍ୟ ସରକାର।

ଅଦ୍ୟତନ ହୋଇଛି
momo with white mayonnaise

momo with white mayonnaise

Advertisment

ଗରମାଗରମ ମୋମୋ ସାଙ୍ଗକୁ ମିୟୋନିଜ ସସ୍‌ ତ ନିହାତି ଦରକାର। ମିୟୋନିଜ ବିନା ମୋମୋ ଅଧୁରା ବୋଲି କୁହନ୍ତି ଖାଦ୍ୟପ୍ରେମୀ। ମାତ୍ର ଏବେ ଆଉ ମୋମୋ ପ୍ଲେଟରେ ଦେଖିବାକୁ ମିଳିବନି ଏହି ଧଳା ସସ୍‌ । କାରଣ ଏହାକୁ ବ୍ୟାନ୍‌ କରିଛନ୍ତି ତେଲେଙ୍ଗାନା ସରକାର। ଏହାଦ୍ୱାରା ବହୁ ଲୋକଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ଆଜିଠୁ ଏହାକୁ ବ୍ୟାନ୍‌ କରିଛନ୍ତି ରାଜ୍ୟ ସରକାର।

Advertisment

ଗତ ମଙ୍ଗଳବାର ମୋମୋ ଖାଇବା ପରେ ହାଇଦ୍ରାବାଦରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୪୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରାଥମିକ ଯାଞ୍ଚରୁ ସେମାନେ ହାଇଦ୍ରାବାଦରେ ପାଖାପାଖି ଥିବା ୬ରୁ ଅଧିକ ଦୋକାନରୁ ମୋମୋ ଖାଇଥିଲେ। ଏହି ଘଟଣାର ଯାଞ୍ଚ କରି ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। 

ସମସ୍ତ ଦୋକାନୀ ଜଣେ ସପ୍ଲାୟର୍ସଙ୍କ ନିକଟରୁ ମୋମୋ ଅର୍ଡର କରିଥିବା ଜଣାପଡ଼ିଥିଲା। ତାହାର କିଛି ଦିନ ପୂର୍ବରୁ ବି ମୋମୋ ଖାଇବା ଦ୍ୱାରା ଫୁଡ ପଏଜନିଂ ମାମଲା ସାମନାକୁ ଆସିଥିଲା।

Advertisment

ଏହାପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋମୋ ପ୍ରସ୍ତୁତ ହେଉଥିବା ସ୍ଥାନରେ ଚଢ଼ାଉ କରାଯାଇଥିଲା। ମୋମୋ ସହ ମିୟୋନିଜକୁ ବି ପରୀକ୍ଷା ପାଇଁ ପଠାଯାଇଥିଲା।

ମିୟୋନିଜ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ହେଉଥିବାରୁ ଏହା ଫୁଡ ପଏଜନିଂ କରାଉଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତେଲେଙ୍ଗାନା ସରକାର ଏହାକୁ ବ୍ୟାନ୍‌ କରିଛନ୍ତି। ଆଜିଠୁ ତେଲେଙ୍ଗାନାରେ ଏହି ପ୍ରତିବନ୍ଧକ ଲାଗୁ ହେଉଥିବା ବେଳେ ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe