ଫେରାର ଥିବା ଯୁବକ
ଜଣେ ୨୪ ବର୍ଷୀୟ ଏମବିଏ ଛାତ୍ରୀଙ୍କ ଉଲଗ୍ନ ମୃତଦେହ ଇନ୍ଦୋର ସ୍ଥିତ ଗୋଟିଏ ଭଡ଼ା ଘରୁ ମିଳିଥିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। କିଛି ଲୋକ ମଧ୍ୟ ଘଟଣାକୁ ନେଇ ଭୟଭୀତ। ଛାତ୍ରୀଙ୍କ ବେକରେ ଦଉଡ଼ିର ଚିହ୍ନ ଥିବାରୁ ତାଙ୍କୁ ହତ୍ୟା(Murder) କରାଯାଇଥିବା ସ୍ପଷ୍ଟ ହୋଇଛି। ସେହିପରି ଘଟଣା ପରଠାରୁ ନିଖୋଜ ହୋଇଯାଇଥିବା ଛାତ୍ରୀଙ୍କ ବୟଫ୍ରେଣ୍ଡ ପୀୟୂଷ ଧାମନୋଡିୟାଙ୍କୁ ପୁଲିସ୍ ଖୋଜିବାରେ ଲାଗିଛି।
ଛାତ୍ରୀ ଜଣଙ୍କ ବେଶ କିଛି ଦିନ ହେଲା ନିଖୋଜ ଥିଲେ। ଝିଅ ଘରକୁ ନ ଫେରିବାରୁ ପରିବାର ଲୋକ ପୁଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ନିଖୋଜ ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା ଯେ ଛାତ୍ରୀ ଜଣଙ୍କ ନିଜ ଜନ୍ମ ପ୍ରମାଣପତ୍ରରେ ଥିବା ତ୍ରୁଟିକୁ ସୁଧାରିବା ପାଇଁ ବାପାଙ୍କ ସହ ଘରୁ ବାହାରିଥିଲେ। ଏହାପରେ ଘରକୁ ଫେରିବା ସହ ସନ୍ଧ୍ୟା ସମୟରେ ସେ ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାର୍ଟିରେ ଯୋଗ ଦେବା କଥା କହି ବାହାରକୁ ଯାଇଥିଲେ। ସେବେଠାରୁ ସେ ଆଉ ଘରକୁ ଫେରି ନଥିଲେ।
ଛାତ୍ରୀ ଜଣଙ୍କ ଫେବୃଆରୀ ୧୦ରୁ ନିଖୋଜ ଥିବା ବେଳେ ୧୧ ତାରିଖରେ ପରିବାର ଲୋକ ବିଧିବଦ୍ଧ ଭାବେ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଅନଲାଇନରେ ନିଜର ଆପତ୍ତିଜନକ ଫଟୋ ଓ ଭିଡିଓକୁ ଦେଖି ତାଙ୍କ ଝିଅ ମାନସିକ ଚାପରେ ରହିଥିଲେ। ତାଙ୍କ ଝିଅଙ୍କୁ ପୀୟୂଷ ବ୍ଲାକମେଲ କରୁଥିଲେ ଓ ନିଜର କଲେଜ ଫି’ ଦେବାକୁ ଛାତ୍ରୀଙ୍କ ଉପରେ ଚାପ ପକାଉଥିବା ମଧ୍ୟ ବାପା ଜଣଙ୍କ ଅଭିଯୋଗ କରିଛନ୍ତି।
ଛାତ୍ରୀଙ୍କ ବାପା କହିଛନ୍ତି ଯେ “ମୁଁ ଝିଅର ସକ୍ସରୁ ତା’କୁ ଚିହ୍ନଟ କରିଛି। ପୁଲିସ୍ ମୋତେ ଫୋନ କରି ସେମାନେ ପୀୟୂଷର ରୁମରେ ଥିବା କହିଥିଲେ। ମୁଁ ମୋ ଝିଅର ଅବସ୍ଥା କଥା ଆଦୌ କହିପାରିବି ନାହିଁ। ମୋ ଝିଅ ଏମବିଏ ଦ୍ୱିତୀୟ ସେମିଷ୍ଟାରର ଛାତ୍ରୀ ଥିଲା ଓ ଅଭିଯୁକ୍ତ ମଧ୍ୟ ସମାନ କ୍ଲାସରେ ପଢ଼େ।”
ଛାତ୍ରୀଙ୍କୁ କଲେଜ ଫି’ ଦେବାକୁ କରାଯାଉଥିଲା ବ୍ଲାକମେଲ
ଅନଲାଇନରେ ଭାଇରାଲ ହେଉଥିବା ନିଜର ଆପତ୍ତିଜନକ ଫଟୋ ଓ ଭିଡିଓକୁ ନେଇ ଛାତ୍ରୀ ଜଣଙ୍କ ଗଭୀର ଚିନ୍ତାରେ ରହିଥିଲା। ତାଙ୍କ ବାପା କହିଛନ୍ତି, “ଯୁବକ ଜଣକ ମୋ ଝିଅକୁ ଭିଡିଓ ଓ ଫଟୋ ଦେଖାଇ ବ୍ଲାକମେଲ କରୁଥିଲା। ମୋ ଝିଅ ଯୁବକ ପାଇଁ କଲେଜ ଫି’ ଦେଉ ବୋଲି ସେ ଚାହୁଁଥିଲା।
ଆପତ୍ତିଜନକ ଭିଡିଓରେ କେତେ ସତ୍ୟତା ରହିଛି, ତା’ର ତଦନ୍ତ ହେବା ଦରକାର। ମୁଁ ଘଟଣା ଦିନ ସନ୍ଧ୍ୟାରେ ଝିଅ ସହ କଥା ହୋଇଥିଲି। କଥା ହେବାର କିଛି ଘଣ୍ଟା ପରେ ମୁଁ ତା’କୁ ଫୁଣି ଫୋନ କରିଥିଲେ ହେଁ ସେ ଉଠାଇ ନଥିଲା।”
ପୂରା ଘଟଣାର ମୁଖ୍ୟ ସନ୍ଦିଗ୍ଧ ଭାବେ ପୁଲିସ୍ ମଣ୍ଡସୌରର ପୀୟୂଷଙ୍କୁ ଚିହ୍ନଟ କରିଛି। ସେ ଛାତ୍ରୀଙ୍କ ସହପାଠୀ ଓ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବି ରହିଥିଲା। ଘଟଣା ପରଠାରୁ ପୀୟୂଷ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ କରୁଛି। ସେ ଧରାପଡ଼ିବା ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/14/police-2026-02-14-11-31-24.jpg)