Advertisment

' ମା' ମତେ କ୍ଷମା କରିଦେବ' ଲେଖି ଝୁଲି ପଡ଼ିଲେ ଡାକ୍ତରୀ ଛାତ୍ର

ମୃତ ଛାତ୍ର ଜଣକ ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏମ୍‌ବିବିଏସ୍‌ ପଢ଼ୁଥିଲା। ସେ ଶେଷ ବର୍ଷର ଛାତ୍ର ଥିଲେ।

Suicide

Suicide

Advertisment

'ମା' ମତେ କ୍ଷମା କରିଦେବ। ମୁଁ ଆଜି ତୁମକୁ ଛାଡ଼ି ଚାଲି ଯାଉଛି।' ଏଭଳି କିଛି ଲେଖି ଝୁଲି ପଡିଛନ୍ତି ଡାକ୍ତରୀ ଛାତ୍ର। ଆସାମର ସିଲଚରେ ଘଟିଛି ଏହି ଘଟଣା। ଘରର ଛାତ ଉପରୁ ଜଣେ ଏମ୍‌ବିବିଏସ୍‌ର ଶେଷ ବର୍ଷର ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

Advertisment

ମୃତକ ଜଣକ ହେଲେ ଏମ୍‌ବିବିଏସ୍‌ ଛାତ୍ର। ତାଙ୍କ ବୟସ ୨୪ ବର୍ଷ। ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ସେ ଡାକ୍ତରୀ ପାଠ ପଢ଼ୁଥିଲା। ସେ ଶେଷ ବର୍ଷର ଛାତ୍ର ଥିଲେ। ତେବେ ମଙ୍ଗଳବାର ରାତିରେ ଆସାମା ସିଲଚର ସ୍ଥିତ ତାରପୁରରେ ଥିବା ତାଙ୍କ ଘରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ରୁମ୍‌ରୁ ଦୁଇଟି ସୁସାଇଡ୍‌ ନୋଟ୍‌ ମଧ୍ୟ ମିଳିଛି। ଗୋଟିଏରେ ମା ମୋତେ କ୍ଷମା କରିଦେବୁ। ମୁଁ ଆଜି ତୁମକୁ ଛାଡି ଚାଲିଯାଉଛି ଲେଖା ଅଛି। ଅନ୍ୟଟିରେ ସ ଅବସାଦରେ ଥିବା ଦର୍ଶାଇଛନ୍ତି।

ଏଥିସହ ଛାତ୍ର ଜଣକ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଆତ୍ମହତ୍ୟା ପାଇଁ ସେ କାହାକୁ ଦାୟୀ କରିନାହାନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସିଲଚର ମେଡିକାଲ କଲେଜ ଏବଂ ହସ୍ପିଟାଲର ସହପାଠୀ ଛାତ୍ରମାନେ ୨୪ ବର୍ଷୀୟା ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଜଣେ ଭଲ ମେଧାବୀ ଛାତ୍ର ଥିଲେ ବୋଲି କହିଛନ୍ତି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।

Advertisment
Suicide Assam Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe