Advertisment

୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡ୍‌ରେ MCD, ୧୩ କୋଚିଂ ସେଣ୍ଟର ସିଲ୍‌

ନିୟମ ଉଲ୍ଲଙ୍ଘନ କରି ବେସ୍‌ମେଣ୍ଟରେ ଚାଲିଥିବା ରାଜେନ୍ଦ୍ର ନାଗରର ସମସ୍ତ କୋଚିଂ ସେଣ୍ଟରକୁ ସିଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Coaching Center seal

Coaching Center seal

ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ଭରିଯିବାରୁ ଶନିବାର ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌କୁ ଆସିଛି ଦିଲ୍ଲୀ ମହାନଗର ନିଗମ ତଥା ଏମ୍‌ସିଡି। ଏହି ଦୁର୍ଘଟଣା ପରେ ଏମ୍‌ସିଡି ବିଭିନ୍ନ ବେସ୍‌ମେଣ୍ଟରେ ବେଆଇନ୍‌ ରୂପେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍‌ କରିଛି।

Advertisment

MCD ଅଧିକାରୀମାନେ ରାଜେନ୍ଦ୍ର ନାଗର ଅଞ୍ଚଳରେ ଚାଲୁଥିବା ଅନେକ କୋଚିଂ ସେଣ୍ଟରେ ରବିବାର ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇ ମେୟର ଶୈଲି ଓବରୟ କହିଛନ୍ତି, ନିୟମ ଉଲ୍ଲଙ୍ଘନ କରି ବେସ୍‌ମେଣ୍ଟରେ ଚାଲିଥିବା ରାଜେନ୍ଦ୍ର ନାଗରର ସମସ୍ତ କୋଚିଂ ସେଣ୍ଟରକୁ ସିଲ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଆବଶ୍ୟକ ପଡେ ତେବେ ଏହି ଅଭିଯାନ ସମଗ୍ର ଦିଲ୍ଲୀରେ ଚାଲିବ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ୧୩ଟି କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। ଏଥିରେ ଆଇଏଏସ୍ ଗୁରୁକୁଲ, ଚାହଲ ଏକାଡେମୀ, ପ୍ଲୁଟସ୍ ଏକାଡେମୀ, ସାଇ ଟ୍ରେଡିଂ, IAS ସେତୁ, ଟପର୍ସ ଏକାଡେମୀ, ଦୈନିକ ସମ୍ବାଦ, ସିଭିଲ୍ସ ଦୈନିକ IAS, କ୍ୟାରିୟର ପାୱାର, 99 ନୋଟ୍, ବିଦ୍ୟା ଗୁରୁ, ଗାଇଡେନ୍ସ IAS ଏବଂ 'ଇଜି ଫର୍‌ IAS' ସାମିଲ ଅଛି। ନିୟମ ଉଲ୍ଲଂଘନ କରି ବେସମେଣ୍ଟରେ ଏହି ସମସ୍ତ କୋଚିଂ ସେଣ୍ଟରଗୁଡିକ ପରିଚାଳନା କରାଯାଉଥିଲା। ‍ଏଥସହ RAU'S IAS କୋଚିଂ ସେଣ୍ଟର୍‌ରେ କିପରି ବର୍ଷା ଚଳ ପଶିଲା ସେ ନେଇ ତଦନ୍ତ ଜାରି ରହିଛି ବୋଲି ମେୟର୍‌ କହିଛନ୍ତି। 

Advertisment

କହିରଖୁ ଯେ, ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ରାଓ ଆଇଏଏସ୍ ଷ୍ଟଡି ସର୍କଲର ବେସ୍‌ମେଣ୍ଟ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନର୍ଦ୍ଦମା ଜଳରେ ବୁଡ଼ିଯିବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ତମ୍ବି ତୋଫାନ ସୃଷ୍ଟି ହୋଇଛି। କୋଚିଂ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ପାଠାଗାର ଭାବେ ବ୍ୟବହୃତ ହେଉଥିବା ବେସ୍‌ମେଣ୍ଟରେ ନର୍ଦ୍ଦମା ଫାଟି ପାଣି କେମିତି ପହଞ୍ଚିଲା ସେ ନେଇ ପୁଲିସ ତଦନ୍ତ ଜାରି ରହିଛି।

ଏହି ମାମଲାରେ ପୁଲିସ କୋଚିଂ ସେଣ୍ଟର ମାଲିକ ଓ ଅଭିଷେକ ଗୁପ୍ତା ଓ କୋର୍ଡିନେଟର୍‌କୁ ଗିରଫ କରିସାରିଛି। ଏହି ଦୁଇ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। 

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ମାଟିଠାରୁ ପ୍ରାୟ ୮ ଫୁଟ ତଳେ ଥିବା ଏହି ବେସ୍‌ମେଣ୍ଟରେ ଶନିବାର ସନ୍ଧ୍ୟାରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା ଯୋଗୁଁ କୋଚିଂ ସେଣ୍ଟରର ଗେଟ୍ ବନ୍ଦ ହୋଇଯାଇଥିଲା ଏବଂ ଅତି ତୀବ୍ର ଗତିରେ ବେସ୍‌ମେଣ୍ଟରେ ବନ୍ୟା ଜଳ ପଶିଥିଲା। ପାଣି ଭର୍ତ୍ତି ହୋଇଯିବାରୁ ବେସ୍‌ମେଣ୍ଟରେ ଛାତ୍ରଛାତ୍ରୀମାନେ ଫସି ଯାଇଥିଲେ ଏବଂ ଏଥିରେ ଦୁଇ ଜଣ ଛାତ୍ରୀ ଏବଂ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।

RAU'S IAS Coaching Center Coaching Institutes Sealed MCD Delhi IAS Coaching Centre