Advertisment

ବ୍ୟାନ୍‌ ପରେ ଆକ୍ସନ ମୁଡ୍‌ରେ ଭାରତ ସରକାର, ହେବ ନମୂନା ଯାଞ୍ଚ

ନିକଟରେ ହଂକଂର ଫୁଡ୍‌ ସେଫ୍ଟି ଡିପାର୍ଟମେଣ୍ଟ ଏମ୍‌ଡିଏଚ୍‌ ଗ୍ରୁପର ତିନୋଟି ସମଲା ମିକ୍ସ ମଡ୍ରାସ କରି ପାଉଡର୍‌, ସାମ୍ବର ମସଲା ପାଉଡର ଓ କରି ପାଉଡର୍‌ରେ ଅଧିକ ମାତ୍ରା କର୍କିନୋଜେନିକ୍ କୀଟନାଶକ ଇଥିଲିନ ଅକ୍ସାଇଡ୍ ମିଳିଥିବା କହିଥିଲା।

MDH Everest ban

MDH Everest ban

Advertisment

ନିକଟରେ ହଂକଂ ଓ ସିଙ୍ଗାପୁରରେ ଭାରତୀୟ କମ୍ପାନୀ ଏମ୍‌ଡିଏଚ୍‌ ପ୍ରାଇଭେଟ୍‌ ଲିମିଟେଡ ଓ ଏଭେରେଷ୍ଟ ଫୁଡ୍‌ ପ୍ରଡକ୍ଟସ ଲିମିଟେଡ୍‌ର କିଛି ସମଲାକୁ ବ୍ୟାନ୍‌ କରାଯାଇଛି। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌ ଆସିଛନ୍ତି ଭାରତ ସରକାର। ଏହି ଦୁଇ ବ୍ରାଣ୍ଡର ସମାଲାଗୁଡିକର ସାମ୍ପୁଲ ତଥା ନମୂନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନା ମୁତାବକ, କେନ୍ଦ୍ର ସରକାର ଏହି ଦୁଇ ବ୍ରାଣ୍ଡସ୍‌ ମସଲାକୁ ନେଇ ଫୁଡ୍‌ କମିଶନରଙ୍କୁ ଆଲର୍ଟ କରିଛନ୍ତି। ଏଥିସହ ଏହାର ନମୂନା ଯାଞ୍ଚ ପାଇଁ କହିଛନ୍ତି। ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଫୁଡ୍‌ କମିଶନର ମଧ୍ୟ ତୁରନ୍ତ ସମାଲଗୁଡିକର ସାମ୍ପୁଲ କଲେକ୍ଟ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। କେବଳ ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ନୁହେଁ ସମସ୍ତ ମସଲା ତିଆରି କରୁଥିବା କମ୍ପାନୀର ପ୍ରଡକସନ୍‌ ୟୁନିଟ୍‌ରୁ ନମୂନା ସଂଗ୍ରହ କରାଯିବ। ଏହାପରେ ପ୍ରାୟ ୨୦ ଦିନ ପରେ ଲ୍ୟାବ୍‌ରୁ ଏହାର ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।

ଏହାରି ଭିତରେ ସ୍ପାଇସ୍‌ ବୋର୍ଡ ମସଲାଗୁଡିକରେ କୌଣସି ବି କ୍ଷତିକାରକ ଜିନିଷ ମିଶାନ୍ତୁ ନାହିଁ ବୋଲି ସମସ୍ତ କମ୍ପାନୀକୁ ଅନୁରୋଧ କରିଛି। ଯଦି ଭାରତୀୟ ମସଲାରୁ କୌଣସି ବି କ୍ଷତିକାରକ ପଦାର୍ଥ ମିଳେ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ କମ୍ପାନୀ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ଜାରି କରାଯାଇଛି।

Advertisment

କହିରଖୁ ଯେ, ନିକଟରେ ହଂକଂର ଫୁଡ୍‌ ସେଫ୍ଟି ଡିପାର୍ଟମେଣ୍ଟ ଏମ୍‌ଡିଏଚ୍‌ ଗ୍ରୁପର ତିନୋଟି ସମଲା 'ମିକ୍ସ ମଡ୍ରାସ କରି ପାଉଡର୍‌, ସାମ୍ବର ମସଲା ପାଉଡର ଓ କରି ପାଉଡର୍‌'ରେ ଅଧିକ ମାତ୍ରାରେ କର୍କିନୋଜେନିକ୍ କୀଟନାଶକ ଇଥିଲିନ ଅକ୍ସାଇଡ୍ ମିଳିଥିବା କହିଥିଲା। କେବଳ ସେତିକି ନୁହେଁ ରୁଟିନ୍‌ ସର୍ଭେଲାନ୍ସ ବେଳେ 'ଏଭରେଷ୍ଟର ଫିସ୍‌ କରି ମସଲା' ପାଉଡର୍‌ରେ ମଧ୍ୟ ପେଷ୍ଟିସାଇଡ୍‌ ମିଳିଥିବା ଫୁଡ୍‌ ସେଫ୍ଟି ଡିପାର୍ଟମେଣ୍ଟ ଅଭିଯୋଗ କରିଥିଲା। ଏହାପରେ ଏହି ଉଭୟ କମ୍ପାନୀର ମସଲାକୁ ବ୍ୟାନ୍‌ କରାଯାଇଥିଲା।

Sample Test Food Corporation Of India MDH MDH And Everrest Ban Everest Fish Curry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe