Advertisment

'ଆମ ମସଲା ୧୦୦% ସୁରକ୍ଷିତ', ସଫେଇ ରଖିଲା MDH

ଏମ୍‌ଡିଏଚ୍‌ ଓ ଏଭେରେଷ୍ଟର କିଛି ମସଲାରେ ମାରାତ୍ମକ କ୍ୟାନ୍‌ସର ରୋଗ ସୃଷ୍ଟିକାରୀ କୀଟନାଶକ ଔଷଧ ମିଶିଥିବା ଅଭିଯୋଗ ହୋଇଥିଲା।

MDH Masala

MDH Masala

Advertisment

ଜଣାଶୁଣା ମସଲା ବ୍ରାଣ୍ଡ ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ ହଂକଂ ଓ ସିଙ୍ଗାପୁର୍‌ରେ ବ୍ୟାନ୍‌ କରାଯାଇଛି। ଏଥିରେ ମାରାତ୍ମକ କ୍ୟାନ୍‌ସର ରୋଗ ସୃଷ୍ଟିକାରୀ କୀଟନାଶକ ଔଷଧ ମିଳିବା ଖବର ସାମ୍ନାକୁ ଆସିବା ପରେ ଭାରତ ସରକାର ମଧ୍ୟ ଏଯାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ସେପଟେ ଏହି ମସଲାକୁ ନେଇ ରିଟେଲ ବଜାରରେ ବିବାଦ ଦେଖାଇଛି। ଏସବୁ ଭିତରେ ଏନେଇ ଏବେ ସଫେଇ ରଖିଛି ଏମ୍‌ଡିଏଚ୍।

Advertisment

ପ୍ରସିଦ୍ଧ ମସଲା ବ୍ରାଣ୍ଡ MDH ଶନିବାର ଗ୍ରାହକଙ୍କୁ ଆଶ୍ୱାସନା ଦେଇଛି। ତାଙ୍କ ମସଲା ଶହେ ପ୍ରତିଶତ ସୁରକ୍ଷିତ ବୋଲି କୁହାଯାଇଛି। ଏଥିସହ ତାଙ୍କ ମସଲାରେ କୀଟନାଶକ ଔଷଧ ଥିବା ଅଭିଯୋଗକୁ ଏମ୍‌ଡିଏଚ୍‌ ଖଣ୍ଡନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛି। ସଂରକ୍ଷଣ ଠାରୁ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ଏହାର ଉତ୍ପାଦରେ ଇଥିଲିନ ଅକ୍ସାଇଡ ବ୍ୟବହାର କରାଯାଉ ନାହିଁ । ଏହା ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ କଠୋର ଭାବେ ପାଳନ କରେ ବୋଲି କମ୍ପାନୀ କହିଛି।

ଏମ୍‌ଡିଏଚ୍‌ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକଙ୍କ ଆଣିଥିବା ଅଭିଯୋଗ ପ୍ରମାଣ ହୋଇନାହିଁ। ଉଭୟ ଦେଶର ନିୟାମକମାନେ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ କିମ୍ବା ଘରୋଇ ନିୟାମକ FSSAI କୁ କୌଣସି ପରୀକ୍ଷା ରିପୋର୍ଟ କିମ୍ବା ଯୋଗାଯୋଗ ବା କମ୍ୟୁନିକେଶନ ପଠାଇ ନାହାଁନ୍ତି। ଏହାର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳୁଥିବା ଅଭିଯୋଗ ସମ୍ପର୍କରେ କମ୍ପାନୀ କହିଛି ଯେ ଏହା ସତ୍ୟ ନୁହେଁ। ଏପରି ଅଭିଯୋଗ କରିବାର ସେମାନଙ୍କ ପାଖରେ କୌଣସି ବଳିଷ୍ଟ ପ୍ରମାଣ ନାହିଁ।

Advertisment

ନିକଟରେ ହଂକଂ ଏବଂ ସିଙ୍ଗାପୁରରେ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳିଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଉଭୟ ମସଲାକୁ ଦୁଇ ଦେଶରେ ବ୍ୟାନ୍‌ ଘୋଷଣା କରାଯାଇଥିଲା।

ଏମଡିଏଚର ମାଡ୍ରାସର କରି ପାଉଡର, ଏମଡିଏଚ ସମ୍ବର ମସାଲା, ମିକ୍ସଡ ମସାଲା ପାଉଡର, ଏମଡିଏଚ କରୀ ମିକ୍ସଡ ମସାଲା ପାଉଡର ଏବଂ ଏଭରେଷ୍ଟର ଫିସ କରୀ ମସାଲାରେ ପେଷ୍ଟିସାଇଡ୍‌ ଓ କ୍ୟାନ୍‌ସର୍‌ ଜୀବାଣୁ ସୃଷ୍ଟିକାରୀ କାରକ ମିଳିଥିବା ଅଭିଯୋଗ ହୋଇଥିଲା। 

MDH And Everrest Ban Cancer Causing Pesticide MDH Masala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe