Advertisment

ଟ୍ରେନ ଯାତ୍ରୀଙ୍କୁ ୨୦ ଟଙ୍କାରେ ମିଲ୍‌ ଓ ୩ ଟଙ୍କାରେ ମିଳିବ ପାଣି ବୋତଲ

ଆଇଆରସିଟିସି ପକ୍ଷରୁ ଏପରି ଶସ୍ତାରେ ମିଲ୍‌ ଲୋକଙ୍କୁ ଯୋଗାଇ ଦିଆଯିବ। ପ୍ଲାଟଫର୍ମରେ ଜେନେରାଲ କୋଚ୍‌ ଲାଗୁ ଥିବା ସ୍ଥାନରେ ହିଁ ମିଲ୍‌ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Indian Railway

Indian Railway

Advertisment

ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ବିଶେଷ କରି ସାଧାରଣ ବଗି ବା ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ଶସ୍ତାରେ ମିଳିବ ମିଲ୍‌ ଓ ପାଣି ବୋତଲ। ଭାରତୀୟ ରେଳବାଇ ପକ୍ଷରୁ ଲୋକଙ୍କ ଯାତ୍ରାକୁ ଅଧିକ ସୁଗମ କରିବା ପାଇଁ ଶସ୍ତା ମିଲ୍‌ର ବ୍ୟବସ୍ଥା ଆରମ୍ଭ କରିଛି।

Advertisment

ରେଳ ବାଇ ପକ୍ଷରୁ ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ୨୦ ଟଙ୍କାରେ ମିଲ୍‌ ଓ ୩ ଟଙ୍କାରେ ୨୦୦ ମିଲି ଲିଟର୍‌ର ପ୍ୟାକେଟ ପାଣି ଯୋଗାଇ ଦିଆଯିବ। ଏହାବାଦ ଜେନେରାଲ କୋଚ୍‌ ଯାତ୍ରୀଙ୍କ ପାଇଁ ୫୦ ଟଙ୍କିଆ ମିଲ୍‌ର ବ୍ୟବସ୍ଥା ମଧ୍ୟ ରହିଛି।

ଆଇଆରସିଟିସି ପକ୍ଷରୁ ଏପରି ଶସ୍ତାରେ ମିଲ୍‌ ଲୋକଙ୍କୁ ଯୋଗାଇ ଦିଆଯିବ। ପ୍ଲାଟଫର୍ମରେ ଜେନେରାଲ କୋଚ୍‌ ଲାଗୁ ଥିବା ସ୍ଥାନରେ ହିଁ ମିଲ୍‌ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Advertisment

ଭାରତୀୟ ରେଳବାଇ ୨୦ ଟଙ୍କିଆ ଓ ୫୦ ଟଙ୍କିଆ ପ୍ୟାକେଟ୍‌ରେ କ’ଣ ସବୁ ଦେବ, ତା’ର ମଧ୍ୟ ସୂଚନା ଦେଇଛି। ୨୦ ଟଙ୍କିଆ ମିଲ୍‌ରେ ୭ଟି ପୁରୀ, ୧୫୦ ଗ୍ରାମର ଆଳୁ ଭଜା ଓ ଗୋଟିଏ ଖଟା ରହିବ। ଏପରି ବ୍ୟବସ୍ଥା ଏବେ ଉତ୍ତର ପଶ୍ଚିମର ବିଭିନ୍ନ ରେଳ ଷ୍ଟେସନ ଯଥା ଫୁଲେରା, ରେୱାରୀ, ଆଜମେର, ଅବୁ ରୋଡ, ନାଗାଉର, ଜୟପୁର, ଅଲୱର ଓ ଉଦୟପରରେ ରହିଛି।

ଲୋକମାନେ ୨୦ ଟଙ୍କିଆ ମିଲ୍‌ ଓ ୩ ଟଙ୍କିଆ ପାଣିର ଲାଭ ଉଠାଉଛନ୍ତି। ଏବେ କିନ୍ତୁ ବିଭିନ୍ନ ଷ୍ଟେସନରେ ଏପରି ଶସ୍ତା ମିଲ୍‌ର ବ୍ୟବସ୍ଥା କରାଯିବ।

ଟାଇପ ୨ ବା ୫୦ ଟଙ୍କିଆ ମିଲ୍‌ରେ ଯାତ୍ରୀମାନେ ନିଜ ଇଚ୍ଛାରେ ଯେ କୌଣସି ଖାଦ୍ୟର ମଜା ଉଠାଇ ପାରିବେ। ଏଥିରେ ରାଜମା-ଭାତ, ଖେଚୁଡୁ, ଛୋଲେ କୁଲଚେ, ଛୋଲେ ବଟୁରେ, ପାୱଭାଜି କିମ୍ବା ମସଲା ଦୋଷାର ବିକଳ୍ପ ରହିଛି। ସେହିପରି ଯାତ୍ରୀମାନଙ୍କୁ ଏହି କାଉଣ୍ଟର୍‌ରେ ୩ ଟଙ୍କାରେ ପାଣି ଗ୍ଲାସ କିମ୍ବା ବୋତଲ ମଧ୍ୟ ମିଳିବ। 

ରେଳବାଇ ପକ୍ଷରୁ ଅଧିକାରୀମାନଙ୍କୁ ଜେନେରାଲ କୋଚ୍‌ ନିକଟରେ କାଉଣ୍ଟର କରି ଲୋକଙ୍କ ଶସ୍ତାରେ ମିଲ୍ ଓ ପାଣି ଯୋଗାଇ ଦେବାକୁ କୁହାଯାଇଛି। ମେଲ୍‌ ଓ ଏକ୍ସପ୍ରେସ ଟ୍ରେନ୍‌ରେ ସାଧାରଣତଃ ଦୁଇଟି ଜେନେନାଲ ସ୍ଲିପର କୋଚ ରହିଥାଏ। ଗୋଟିଏ ଲୋକମୋଟିଭ ନିକଟରେ ଓ ଆଉ ଗୋଟିଏ ଟ୍ରେନର ସବୁଠାରୁ ପଛ ଭାଗରେ ଖଞ୍ଜା ଯାଇଥାଏ। ଏବେ ଉକ୍ତ ବଗି ନିକଟରେ ଶସ୍ତାରେ ମିଲ ଓ ପାଣି ମିଳିବ।

Train Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe