Advertisment

'ଡିପ୍‌ ଫେକ୍‌'ର ଶିକାର ହେଲେ ମେଦାନ୍ତ ଚେୟାରମ୍ୟାନ୍‌

ଫେସ୍‌ବୁକ୍‌ ସମେତ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରୁ ଏହାକୁ ହଟାଇବା ପାଇଁ ଦାବି କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

author-image
Madhupriya Mistry
Dr. Naresh Trehan

Dr. Naresh Trehan

ବଲିଉଡ ସେଲେବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟର ଏପରିକି ରାଜନେତା ସମସ୍ତେ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇ ସାରିଲେଣି। ଏବେ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍‌ଙ୍କ ପାଳି ପଡିଛି। ସେ ମଧ୍ୟ ଡିପ୍‌ ଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ତାଙ୍କର ଏକ ଡିପ୍‌ ଫେକ୍‌ ଭିଡିଓ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍‌ ଡଃ.ନରେଶ ତ୍ରେହାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଓଜନ କମାଇବା ପାଇଁ ଏକ ଔଷଧର ପ୍ରଚାର କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଏହାକୁ ଜୋରସୋର ସେୟାର କରାଯାଇଛି। ତେବେ ପ୍ରକୃତରେ ହସ୍ପିଟାଲର ସିଏମ୍‌ଡି ଏଭଳି କୌଣସି ପ୍ରଚାର କରି ନାହାନ୍ତି। ଏହା ଏକ ଡିପ୍‌ ଫେକ୍‌ ଭିଡିଓ ବୋଲି ଜଣାପଡିଛି।

ଏହି ଭିଡିଓ ଜରିଆରେ ସାଧାରଣ ଜନତା ଓ ରୋଗୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଯାଇଛି। ଏପରି ଭିଡିଓ ତିଆରି କରି ମେଦାନ୍ତ ହସ୍ପିଟାଲ ଓ ସିଏମ୍‌ଡି ନରେଶ ତ୍ରେହାନଙ୍କ ଛବିକୁ ଖରାପ କରିବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି। ଡାକ୍ତରୀ ଚିକିତ୍ସାର ଏକ ନକଲି ଭିଡିଓ ତିଆରି କିର ସୋଶାଲ ମିଡିଆରେ ଏହାକୁ ଭାଇରାଲ କରିବାକୁ ନେଇ ମେଦାନ୍ତ ହସ୍ପିଟାଲ ତରଫରୁ ଅଭିଯୋଗ ହେବା ପରେ ଗୁରୁଗ୍ରାମର ସାଇବର କ୍ରାଇମ ଥାନା ପୁଲିସ ମାମଲା ରୁଜୁ କରିଛି।

Advertisment

ମେଦାନ୍ତର ଏଭିପି ମାର୍କେଟିଂ ହରିଶ ଅସଓ୍ୱାନୀ ଏହି ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ, ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ଏକ ଫେକ୍ ଭିଡିଓ ଭାଇରାଲ କରାଯାଇଛି, ଯେଉଁଥିରେ ମେଡଇକାଲ ଟ୍ରିଟମେଣ୍ଟ ବିଷୟରେ ମିଥ୍ୟା ସୂଚନା ଦିଆଯାଇଛି। ଫେସ୍‌ବୁକ୍‌ ସମେତ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରୁ ଏହାକୁ ହଟାଇବା ପାଇଁ ଦାବି କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସେପଟେ ପୁଲିସ ଏହି ମାମଲାରେ ଫେସ୍‌ବୁକ୍‌କୁ ଚିଠି ଲେଖି ଉକ୍ତ ଡିପ୍‌ ଫେକ୍‌ ଭିଡିଓକୁ ହଟାଇବା ପାଇଁ କହିଛି। ଏଥିସହ ଯେଉଁ ଆକାଉଣ୍ଟରୁ ଏହି ଭିଡିଓକୁ ପୋଷ୍ଟ କରାଯାଇଛି ତା'ର ସବିଶେଷ ତଥ୍ୟ ଦେବ ପାଇଁ ଫେସ୍‌ବୁକ୍‌କୁ କୁହାଯାଇଛି।

Deepfake Video Deepfake Medanta Chairman Medanta Hospital