Advertisment

କେଜ୍ରିୱାଲଙ୍କ ପାଇଁ ମେଡିକାଲ ବୋର୍ଡ ଗଠିତ, ୫ ଜଣିଆ ଡାକ୍ତରୀ ଟିମ୍‌ କରିବେ ସ୍ୱାସ୍ଥ୍ୟ ପରୀକ୍ଷା

ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଗଠିତ ହେଲା ଟିମ୍‌। AIIMSର ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଗଠିତ ହୋଇଛି ବୋର୍ଡ।

author-image
Niharika Rout
‌Delhi CM Arvind Kejriwal

‌Delhi CM Arvind Kejriwal

ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଗଠିତ ହେଲା ଟିମ୍‌। AIIMSର ୫ ଜଣିଆ ଡାକ୍ତରୀ ଟିମ୍‌କୁ ନେଇ ଗଠିତ ହୋଇଛି ବୋର୍ଡ। ଡାକ୍ତର ନିଖିଳ ଟଣ୍ଡନ ଏହି ବୋର୍ଡର ମୁଖ୍ୟ ରହିବେ।

Advertisment

ତିହାର ଜେଲ୍‌ ଡିଜିଙ୍କ ପତ୍ର ଅନୁଯାୟୀ ସେ ପୂର୍ବରୁ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନିଯୁକ୍ତ ହୋଇଥିଲେ। ଏବେ ଗଠିତ ହୋଇଥିବା ନୂଆ ବୋର୍ଡରେ ସେ ମୁଖିଆ ଭାବେ କାମ କରିବେ।

ତିହାର ଜେଲ୍‌ କର୍ତ୍ତୃପକ୍ଷ ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ସର୍କରା ସ୍ତର ଯାଞ୍ଚ କରୁଛନ୍ତି। ଏଥିସହ ତାଙ୍କୁ ଘରୁ ଆସୁଥିବା ଖାଦ୍ୟ ହିଁ ଦିଆଯାଉଛି। ଏପର୍ଯ୍ୟନ୍ତ ମେଡିକାଲ ବୋର୍ଡ ସହ କେଜ୍ରିୱାଲଙ୍କ ମିଟିଂ ହୋଇ ନାହିଁ। ଖୁବ୍‌ ଶୀଘ୍ର ମେଡିକାଲ ବୋର୍ଡ ଟିମ୍‌ ତିହାର ଜେଲ୍‌ ଯାଇ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ଜଣାଯାଇଛି। କେଜ୍ରିୱାଲଙ୍କୁ ଗତ ସୋମବାରଠୁ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ଡିନର ପୂର୍ବରୁ ୨ ୟୁନିଟ୍‌ର ଇନସୁଲିନ୍‌ର ଲୋ ଡୋଜ ଦିଆଯାଉଛି।

Advertisment

ଆପ୍‌ ନେତା ସଞ୍ଜୟ ସିଂହ ଗତକାଲଇ ପିଏମ ମୋଦି ଓ ଦିଲ୍ଲୀ ଉପରାଜ୍ୟପାଳ ଭିକି ସକସେନାଙ୍କୁ ଚିଠି ଲେଖି ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଲେଖିଥିଲେ ତିହାର ଜେଲ୍‌ କେଜ୍ରିୱାଲଙ୍କ ପାଇଁ ଟର୍ଚର ରୁମ୍‌ ପାଲଟିଗଲାଣି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ୨୪ ଘଣ୍ଟା କେଜ୍ରିୱାଲଙ୍କ ଉପରେ ନଜର ରଖାଯାଉଛି। ପିଏମ ମୋଦି ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏପରି ଜାସୁସି ଚାଲିଛି। ଜାଣିଶୁଣି କେଜ୍ରିୱାଲଙ୍କୁ ୨୩ ଦିନ ପର୍ଯ୍ୟନ୍ତ ଇନସୁଲିନ ଦିଆଗଲାନି। ଆପଣମାନେ ବିପକ୍ଷ ନେତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି।

ଅବକାରୀ ନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସେ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। 

କେଜ୍ରିୱାଲ ଜଣେ ଟାଇପ୍-୨ ଡାଇବେଟିସ ରୋଗୀ।   ୩୦ ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ଇନସୁଲିନ ଦେଇ ନ ଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ରକ୍ତ ଶର୍କରା ସ୍ତର ୩୨୦କୁ ବୃଦ୍ଧି ପାଇବା ପରେ ତାଙ୍କୁ ଇନସୁଲିନ ଦିଆଯାଉଛି। ଏପରି କରି କେଜ୍ରିୱାଲଙ୍କୁ ମାରିବାକୁ ମସୁଧା ଚାଲିଥିବା ଆପ୍‌ ପକ୍ଷରୁ ଅଭିଯୋଗ ହୋଇଥିଲା। 

Delhi Arvind Kejriwal Tihar Jail