Advertisment

ମା' ବିକି ଦେଲା ବୁଲେଟ୍‌, ନିଜକୁ ଗୁଳି କରିଦେଲା ପୁଅ

ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
boy dies by suicide

boy dies by suicide

ଖରାପ ସାଙ୍ଗସାଥୀଙ୍କ ସହ ମିଳାମିଶା କରୁଥିଲା ପୁଅ। ଗାଳି କଲେ ମା'। ପୁଅକୁ ସୁଧାରିବା ପାଇଁ ତା' ବୁଲେଟ୍‌କୁ ମଧ୍ୟ ବିକ୍ରି କରିଦେଲେ। ବାସ୍‌, ଏତିକିରେ ରାଗିଗଲା ନବମ ଶ୍ରେଣୀରେ ପଢୁଥିବା ପୁଅ। ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲା। ଉତ୍ତର ପ୍ରଦେଶର ମେରଟରେ ଘଟିଛି ଏହି ଘଟଣା।

Advertisment

ପୁଲିସ ସୂଚନା ମୁତାବକ, ଏଠାରେ ଜଣେ ନବମ ଶ୍ରେଣୀ ଛାତ୍ର ଭୁଲ୍‌ ସାଙ୍ଗସାଥୀଙ୍କ ସହ ମିଳାମିଶା କରୁଥିଲା। ଏହାକୁ ନେଇ ତାକୁ ତାଙ୍କ ମା' ଓ ବଡ଼ ଭାଇ ଗାଳିଗୁଲଜ କରିଥିଲେ। ଏହାପରେ ତା' ବୁଲେଟ୍‌କୁ ବିକ୍ରି କରିଦେଇଥିଲେ।

ମେଡିକାଲ କଲେଜରେ ନର୍ସ ଥିବା ନାବାଳକର ମା' ଜାନୁଆରୀ ୧୨ ଶନିବାର ଦିନ ରାତି ପ୍ରାୟ ୮ଟା ସମୟରେ ତାଙ୍କ ବଡ଼ ପୁଅ ସହିତ ଘରକୁ ଫେରିଥିଲେ। ଏତିକି ବେଳେ ସାନ ପୁଅ ଘରର ବାଲକୋନୀରେ ଠିଆ ହୋଇଥିଲେ। କିଛି ସମୟ ପରେ ସେ ନିଜ ରୁମ୍‌କୁ ଯାଇ ନିଜକୁ ନିଜେ ଗୁଳି କରିଦେଇଥିଲା।

Advertisment

ଗୁଳି ଫୁଟିବା ଶବ୍ଦ ଶୁଣି ମା' ଓ ବଡ଼ ଭାଇ ଦୌଡି ଯାଇ ରୁମ୍‌ର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭିତରକୁ ବନ୍ଦ ଥିବାରୁ ଏହା ଖୋଲି ନଥିଲା। ଏହାପରେ ଝରକା ଭାଙ୍ଗି ରୁମ୍‌ ଭିତରେ ପଶିଥିଲେ। ଏହାପରେ ରକ୍ତାକ୍ତ ଅବସ୍ଥାରେ ନାବାଳକକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର କିନ୍ତୁ ତାକୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ନବମ ଶ୍ରେଣୀ ଛାତ୍ର ଜଣକ ଗୁଗୁଲ ଓ ୟୁଟ୍ୟୁବରେ 'ମୃତ୍ୟୁ ପରେ ଆତ୍ମାର କ'ଣ ହୁଏ' ଏ ବିଷୟରେ ସର୍ଚ୍ଚ କରିଥିଲା।

ପୁଲିସ ଘଟଣାସ୍ଥଳରୁ ଏକ ପିସ୍ତଲ ଜବତ କରିଛି। ମୃତଦେହର ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

ମୂଳତଃ ବୁଲନ୍ଦସହର ବାସିନ୍ଦା ଏହି ପରିବାର ଛଅ ମାସ ପୂର୍ବରୁ ଆପେକ୍ସ କଲୋନୀରେ ଘର କିଣିବା ପରେ ମେରୁଟକୁ ଆସିଥିଲେ। ଏକ ବର୍ଷ ପୂର୍ବେ ଅସୁସ୍ଥତା ହେତୁ ସ୍ୱାମୀଙ୍କୁ ହରାଇଥିବା ଏହି ମା' ନିଜର ଦୁଇ ପୁଅ – ୧୭ ବର୍ଷର ବଡ଼ ପୁଅ ଏବଂ ମୃତ ପୁଅକୁ ଏକୁଟିଆ ପାଳୁଥିଲେ। ଅନୁସନ୍ଧାନ ବେଳେ ଜଣାପଡିଥିଲା ​​ଯେ ପରିବାର ଲୋକେ ନାବାଳକକୁ ତା' ଆଚରଣ ପାଇଁ ବାରମ୍ବାର ଗାଳିଗୁଲଜ କରିଥିଲେ। ଖରାପ ଲୋକଙ୍କ ସହ ମିଶାମିଶା ନକରିବାକୁ ଆକଟ କରୁଥିଲେ।

Uttar Pradesh Boy Dies By Suicide Bullet Bike