Advertisment

ଦେଶର ସବୁଠାରୁ ଧନୀ IAS, ଯିଏ ଦରମା ନିଅନ୍ତି ମାତ୍ର ୧ ଟଙ୍କା

ଅମିତ କଟାରିଆ ବସ୍ତରର ଜିଲ୍ଲାପାଳ ଥିବା ବେଳେ ସନଗ୍ଲାସ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ।

author-image
Hemant Lenka
amit

amit

ଭାରତରେ ୟୁପିଏସସି ପରୀକ୍ଷା ବେଶ କଷ୍ଟକର। ପ୍ରତିବର୍ଷ ଲକ୍ଷାଧିକ ଆଶାୟୀ ଏହି ପରୀକ୍ଷା ଦେଉଥିବା ବେଳେ କେବଳ କିଛି ଜଣଙ୍କୁ ସଫଳତା ମିଳିଥାଏ। ପରୀକ୍ଷାରେ ପାସ୍‌ କରିବାକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ପରିଶ୍ରମ କଲେ ବି ବେଳେବେଳେ ଆଶା ଅନୁସାରେ ରାଙ୍କିଙ୍ଗ ମଧ୍ୟ ମିଳେନାହିଁ। ତେବେ ଏମିତି କିଛି ଆଶାୟୀ ଅଛନ୍ତି, ଯେଉଁମାନେ ଦୃଢ଼ ପରିଶ୍ରମ ଓ ଆତ୍ମବିଶ୍ୱାସ ବେଳେ ପ୍ରତଟି ପରୀକ୍ଷାରେ ଏବଂ ପ୍ରତିଟି ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥାଆନ୍ତି।

Advertisment

ଆଜି ଆମେ ଆପଣମାନଙ୍କୁ ଜଣେ ପ୍ରେରଣାଦାୟୀ ଆଇଏଏସ୍‌ ଅଫିସରଙ୍କ କଥା କହିବୁ, ଯିଏ ଦିନ ସନଗ୍ଲାସ ପିନ୍ଧି ବିବାଦ ଘେରକୁ ଆସିଥିଲେ। ସେହି ଚର୍ଚ୍ଚିତ ଆଇଏଏସ୍‌ ହେଉଛନ୍ତି ଅମିତ କଟାରିଆ। ୨୦୦୩ ୟୁପିଏସ୍‌ସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଅମିତଙ୍କ ରାଙ୍କ ୧୮ ରହିଥିଲା। ୟୁପିଏସସିରେ କୃତକାର୍ଯ୍ୟ ହେବାରୁ ଅମିତ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସରେ ସାମିଲ ହୋଇଥିଲେ।

ଅମିତଙ୍କ ମୋଟ ସମ୍ପତ୍ତିର ପରିମାଣ ୮.୯୦ କୋଟି। ସେ ଭାରତର ସବୁଠାରୁ ଧନୀ ଆଇଏଏସ୍‌ର ମାନ୍ୟତା ପାଇଛନ୍ତି। ୨୦୦୪ ଛତିଶଗଡ଼ କ୍ୟାଡରର ଆଇଏଏସ୍‌ ଅଫିସର ଅମିତ ସବୁବେଳେ ବେଶ ଚର୍ଚ୍ଚାରେ ରହି ଆସନ୍ତି। ୭ ବର୍ଷ କେନ୍ଦ୍ରୀୟ ଡେପୁଟେସନରେ ରହିବା ପରେ ଅମିତ ଛତିଶଗଡ଼କୁ ଫେରିଛନ୍ତି। ଅମିତଙ୍କ ପ୍ରକୃତ ଘର ହେଉଛି ଦିଲ୍ଲୀ ଏନସିଆରରେ। ସେ ୨୦୦୩ ୟୁପିଏସ୍‌ସି ପରୀକ୍ଷାରେ ୧୮ତମ ସ୍ଥାନରେ ରହିଥିଲେ।

Advertisment

ସେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାମ କରିଛନ୍ତି। ଏହା ପୂର୍ବରୁ ସେ ଛତିଶଗଡ଼ର ବିଭିନ୍ନ ଉଚ୍ଚସ୍ତରୀୟ ବିଭାଗର ଦାୟିତ୍ୱରେ ରହିଥିଲେ। ଏପରି କି ଏକାଧିକ ଜିଲ୍ଲାର ଜିଲ୍ଲାପାଳ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ।

ଆରକେ ପୂରମ ଠାରେ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶିକ୍ଷା ଶେଷ କରିବା ପରେ ସେ ଆଇଆଇଟିରୁ ଗ୍ରାଜ୍ୟୁଏଟ ହୋଇଥିଲେ। ଆଇଏଏସ୍‌ ଭାବେ ସେ ପାଉଥିବା ଟଙ୍କାକୁ ଆଦୌ ଗୁରୁତ୍ୱ ଦିଅନ୍ତି ନାହିଁ। କାରଣ ଅମିତଙ୍କ ପରିବାର ରିୟଲ ଇଷ୍ଟେଟ ବ୍ୟବସାୟରୁ କରୁଥିବା ଆୟ ହିଁ ତାଙ୍କ ସମ୍ପତ୍ତିକୁ ବୃଦ୍ଧି କରିଛି। ଦିଲ୍ଲୀ ଏନସିଆରର ତମାମ ସ୍ଥାନରେ ଅମିତଙ୍କ ପରିବାରର ବ୍ୟବସାୟ ରହିଛି। ଏଥିରୁ କୋଟି କୋଟି ଟଙ୍କାର ରାଜସ୍ୱ ମିଳୁଛି।

ବର୍ତ୍ତମାନ ଅମିତ ୭ ବର୍ଷ କେନ୍ଦ୍ରୀୟ ଡେପୁଟେସନରେ ରହିବା ପରେ ଏବେ ଛତିଶଗଡ଼ରେ ପୋଷ୍ଟିଂ ହୋଇଛନ୍ତି। ଲୋକଙ୍କ ସେବା ପାଇଁ ସେ ପ୍ରଥମେ କୌଣସି ଟଙ୍କା ନେବାକୁ ଚାହୁଁ ନଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ମାସିକ ୧ ଟଙ୍କା ଦରମାରେ ନିଜର ସେବା ଯୋଗାଇ ଦେଉଛନ୍ତି।

ଗୁରୁଗ୍ରାମରେ ଜନ୍ମିତ ଅମିତ କଟାରିଆ ବସ୍ତରର ଜିଲ୍ଲାପାଳ ଥିବା ବେଳେ ସନଗ୍ଲାସ ପିନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ। ଏଥିପାଇଁ ସେ ବେଶ ଚର୍ଚ୍ଚାକୁ ଆସିଥିଲେ। ଏହି ଭେଟଘାଟକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସନଗ୍ଲାସ ପିନ୍ଧି ଭେଟିବା ଆଦୌ ଉଚିତ ବ୍ୟବହାର ନୁହେଁ ବୋଲି ଅନେକ ମତ ରଖିଥିଲେ। ୨୦୧୫ର ଏହି ଘଟଣା ପରେ ଅମିତଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ମିଳିଥିଲା।

ଅମିତ ଆଇଆଇଟି ଦିଲ୍ଲୀରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବିଟେକ କରିଛନ୍ତି। ସେ ଦେଶର ୧୦ ଧନୀ ଆଇଏଏସଙ୍କ ମଧ୍ୟରେ ରହିଛନ୍ତି। ଦିଲ୍ଲୀ ଓ ପଡ଼ୋଶୀ ଅଞ୍ଚଳରେ ପରିବାରର ରିୟଲ ଇଷ୍ଟେସ ବ୍ୟବସାୟ ରହିଥିବାରୁ ଅମିତଙ୍କ ଆୟକୁ ଏହା ବଢ଼ାଇ ଚାଲିଛି। ତାଙ୍କ ସମ୍ପତ୍ତି ବୃଦ୍ଧି ପଛରେ ଏହି ବ୍ୟବସାୟ ହିଁ ପ୍ରମୁଖ କାରଣ।

ଅମିଙ୍କ ପତ୍ନୀ ଅସ୍ମିତା ହାଣ୍ଡା ବ୍ୟବସାୟିକ ବିମାନର ପାଇଲଟ ଭାବେ କାର୍ଯ୍ୟ କରନ୍ତି। ଏହି କାମରୁ ସେ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଅମିତ ବିଭିନ୍ନ ସ୍ଥାନ ବୁଲିବାକୁ ବେଶ ଭଲ ପାଆନ୍ତି। ସେ ନିୟମିତ ଭାବେ ସେସବୁର ଫଟୋ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଥାଆନ୍ତି।

Chhattisgarh Ias Property List