Advertisment

ଏନଡିଏରେ ଦ୍ୱନ୍ଦ୍ୱ! ୟୁନିଫର୍ମ ସିଭିଲ କୋଡ୍‌କୁ ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧ

ଏହି ଦ୍ୱନ୍ଦ୍ୱ ଭିତରେ ବିଜେପି ସହ ମିଶି ମେଘାଳୟରେ ମୁଖ୍ୟମନ୍ତ୍ରୀ ବନିଥିବେ କର୍ନଡ କେ ସାଙ୍ଗମା ୟୁସିସିକୁ ଭାରତର ବିଚାରଧାରା ବିରୋଧୀ ବୋଲି କହିଛନ୍ତି।

UCC

UCC

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନିଫର୍ମ ସିଭିଲ କୋଡ(ୟୁସିସି) ବା ସମାନ ନାଗରିକ ସଂହିତା ସପକ୍ଷରେ ମତ ରଖିବା ପରେ କେବଳ ବିରୋଧୀ ଦଳ ନୁହେଁ ବରଂ ବିଜେପିର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ବି ଦ୍ୱନ୍ଦ୍ୱ ଦେଖାଯାଇଛି।

Advertisment

ଏହି ଦ୍ୱନ୍ଦ୍ୱ ଭିତରେ ବିଜେପି ସହ ମିଶି ମେଘାଳୟରେ ମୁଖ୍ୟମନ୍ତ୍ରୀ ବନିଥିବେ କର୍ନଡ କେ ସାଙ୍ଗମା ୟୁସିସିକୁ ଭାରତର ବିଚାରଧାରା ବିରୋଧୀ ବୋଲି କହିଛନ୍ତି। ଶୁକ୍ରବାର ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନ୍ୟାଶନାଲ ପିପୁଲ୍ସ ପାର୍ଟିର ସୁପ୍ରିମୋ ସାଙ୍ଗାମା କହିଛନ୍ତି, ବିବିଧତା ହେଉଛି ଭାରିତ ଶକ୍ତି। ଆମ ଦଳ ଭାବୁଛି ଯେ ୟୁସିସିର ବର୍ତ୍ତମାନ ସ୍ଥିତି ଏହି ବିଚାରଧାରାର ବିରୋଧାଭାଷ କରୁଛି।

ଉତ୍ତରପୂର୍ବର ଗୋଟିଏ ସ୍ୱତନ୍ତ୍ର ସଂସ୍କୃତି ଓ ସମାଜିକ ବ୍ୟବସ୍ଥା ରହିଛି। ଆମେ ସେମିତି ରହିବାକୁ ଚାହୁଁଛୁ। ତେବେ ୟୁସିସିର ପ୍ରକୃତ ଡ୍ରାଫ୍ଟକୁ ନ ଦେଖି ଏ ସମ୍ପର୍କରେ ବିସ୍ତୃତ ମତ ରଖିବା କଷ୍ଟକର ବୋଲି ମଧ୍ୟ ସେ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଏନସିପି ସୁପ୍ରିମୋ ଶରଦ ପାୱାର ୟୁସିସିକୁ ବିରୋଧ କରି ନଥିଲେ ମଧ୍ୟ ସରକାର ବିସ୍ତୃତ ତଥ୍ୟ ଦେବା ପରେ ତାଙ୍କ ଦଳ ଏହା ଉପରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଶିଖ, ଜୈନ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କ ମତାମତ କ’ଣ,  ସେକଥା ମଧ୍ୟ ଜାଣିବା ଦରକାର। ଶିଖ ସଂପ୍ରଦାୟର ଭିନ୍ନ ମତ ରହିଛି। ୟୁସିସି ସପକ୍ଷରେ ସେମାନେ ନାହାନ୍ତି। ତେଣୁ ସେମାନଙ୍କ ମତାମତ ନ ଜାଣି ୟୁସିସି ଉପରେ ନିଷ୍ପତ୍ତି ନେବା ଠିକ ହେବନି ବୋଲି ଶ୍ରୀ ପାୱାର କହିଛନ୍ତି।

Meghalaya Uniform Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe