Advertisment

ଆସନ୍ତାକାଲି ମେଘାଳୟ ବିଧାନସଭା ନିର୍ବାଚନ

ରାଜ୍ୟରେ ୯୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଇଛି।

undefined

election

Advertisment

ଆସନ୍ତାକାଲି ମେଘାଳୟର ବିଧାନସଭା ନିର୍ବାଚନ ରହିଛି। ତାପୂର୍ବରୁ ସାରା ରାଜ୍ୟରେ ୯୦୦ରୁ ଅଧିକ ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଶନିବାର ଏହା କହିଛନ୍ତି। ସିଇଓ ଏମ.ଆର ଖାରକୋଙ୍ଗୋର କହିଛନ୍ତି ଯେ, ଏହି ୯୦୦ଟି ମତଦାନ କେନ୍ଦ୍ରରେ ଅତୀତରେ ହିଂସା ରେକର୍ଡ ରହିଛି । ପୂର୍ବରୁ ଗାରୋ ଏବଂ ଖାସି ହିଲ୍ସ ଅଞ୍ଚଳରେ ସନ୍ତ୍ରାସବାଦୀ ଗୋଷ୍ଠୀ ସକ୍ରିୟ ଥିବାବେଳେ ପୂର୍ବ ନିର୍ବାଚନ ସମୟରେ କେତେକ ଅଘଟଣ ଘଟିଥଲା।

Advertisment

ରାଜ୍ୟରେ ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ନିର୍ବାଚନ ଆୟୋଗ ମେଘାଳୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏଏଫ) ର୧୧୯ କମ୍ପାନୀ ନିୟୋଜିତ କରିଛନ୍ତି। ମେଘାଳୟ ସିଇଓ ଏଫଆର ଖାର୍କୋଙ୍ଗୋର କହିଛନ୍ତି ଯେ, ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବା ପାଇଁ ଆମେ ଏଠାରେ ୧୧୯ଟି କମ୍ପାନୀ (କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ) ନିୟୋଜିତ କରିଛୁ।

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଆମେ ପୂର୍ବରୁ ୪୦ ଟି କମ୍ପାନୀ ଏବଂ ଅନ୍ୟ ୨୯ ଟି କମ୍ପାନୀ ନିୟୋଜିତ କରିଥିଲୁ। ଏପର୍ଯ୍ୟନ୍ତ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଖବର ଆସିନାହିଁ। ଦୁର୍ଭାଗ୍ୟବଶତ ସୋହିଙ୍ଗ ନିର୍ବାଚନମଣ୍ଡଳୀ ପାଇଁ ଜଣେ ପ୍ରାର୍ଥୀଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଫଳସ୍ୱରୂପ ଏହି ବିଭାଗରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ନିର୍ବାଚନ ଆୟୋଗଙ୍କ ନିକଟରେ ମତଦାନର ସଂଶୋଧନ ପାଇଁ ଆମେ ସୂଚନା ଏବଂ ସୁପାରିଶ ପଠାଇ ସାରିଛୁ। ତେଣୁ ସମସ୍ତ ସମ୍ଭାବନାରେ ୬୦ ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୯ ଟିରେ ମତଦାନ ଅନୁଷ୍ଠିତ ହେବ ବୋଲି ମେଘାଳୟର ସିଇଓ କହିଛନ୍ତି।

Advertisment

ସେ କହିଛନ୍ତି ଯେ, ଆମେ ସମୁଦାୟ ୩୪୮୨ଟି ମତଦାନ କେନ୍ଦ୍ର ସ୍ଥାପନ କରିଛୁ। ସମସ୍ତ ପ୍ରସ୍ତୁତି ଚାଲିଛି । ତେବେ ଗାରୋ ପାହାଡରେ ଆମ ସଦସ୍ୟଙ୍କ ସହ ସଂଘର୍ଷ ହୋଇଥିଲା। ଆମେ ଏହି ଘଟଣାରେ ୩୧ ଜଣଙ୍କୁ ଗିରଫ କରିଛୁ। କିଛି ଘଟଣା ଶିଲୋଙ୍ଗରେ ଘଟିଥିଲା ​​କିନ୍ତୁ ପରିସ୍ଥିତି ମଧ୍ୟ ନିୟନ୍ତ୍ରଣରେ ରହିଛି।

ଏହି ସମୟ ମଧ୍ୟରେ ବାଂଲାଦେଶ ସହିତ ମେଘାଳୟର ଅନ୍ତର୍ଜାତୀୟ ସୀମାକୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ସିଲ୍ କରିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ଖାର୍କୋଙ୍ଗୋର କହିଛନ୍ତି, "ରାଜ୍ୟରେ ମୁକ୍ତ ଏବଂ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିଛୁ। ଆନ୍ତର୍ଜାତୀୟ ସୀମାରେ ସିଆପିସି ର ଧାରା ୧୪୪ ଲାଗୁ କରାଯାଇଛି। ମେଘାଳୟରେ ଭୋଟ ଗଣନା ମାର୍ଚ୍ଚ ୨ରେ ହେବ।

India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe