Advertisment

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

ମାର୍ଚ୍ଚ ୨ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

author-image
Manoranjan Sial
ଅଦ୍ୟତନ ହୋଇଛି
Election

Election

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ମତଦାନ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।

Advertisment

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାରେ ୬୦ଟି ଲେଖାଏ ଆସନ ରହିଥିବା ବେଳେ ଉଭୟ ରାଜ୍ୟରେ ୫୯ଟି ଲେଖାଏ ଆସନରେ ଆଜି ଭୋଟ୍ ଗ୍ରହଣ ହେଉଛି। ମେଘାଳୟର ହୋହିଓଙ୍ଗ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯିବାରୁ ଏଠାରେ ଭୋଟ୍ ଗ୍ରହଣ ବନ୍ଦ ରହିଛି। ସେହିପରି ନାଗାଲ୍ୟାଣ୍ଡରେ ଅକୁଲୁଟୋ ଆସନରୁ କଂଗ୍ରେସ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେବାରୁ ବିଜେପି ନିଦ୍ୱର୍ନ୍ଦ୍ୱରେ ଏହି ଆସନ ହାତେଇଛି। ତେଣୁ ଏଠାରେ ଭୋଟ୍ ଗ୍ରହଣ ହେଉ ନାହିଁ। 

ମେଘାଳୟରେ ମୋଟ ୩୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୧ ଲକ୍ଷ ଭୋଟର। ଏଥିପାଇଁ ରାଜ୍ୟରେ ମୋଟ ୩ ହଜାର ୪ଶହ ୧୯ଟି ପୋଲିଂ ବୁଥ୍ କରାଯାଇଛି।

Advertisment

୨୦୧୮ ବିଧାନସଭା ନିର୍ବାଚନରେ ମେଘାଳୟରେ କଂଗ୍ରେସ ସର୍ବାଧିକ ୨୧ଟି ସିଟରେ ଜିତିଥିଲା। କିନ୍ତୁ ୨୦ଟି ସିଟ୍ ଜିତିଥିବା ନ୍ୟାସନାଲ ପିପୁଲସ ପାର୍ଟି (NPP) ବିଜେପି ଓ ଅନ୍ୟ ଆଞ୍ଚଳିକ ଦଳ ସହ ମେଣ୍ଟ କରି ସରକାର ଗଢ଼ିଥିଲା। ଏଥର ଏନ୍‌ପିପି ଓ ବିଜେପି ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହୋଇନାହିଁ। ଉଭୟ ଏକକ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଛି। 

ନାଗାଲ୍ୟାଣ୍ଡରେ ଏଥର ମୋଟ ୧୮୩ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିକାଶ ଓ ରୋଜଗାରର ପ୍ରତିଶ୍ରୁତି ଦେଇ ବିଜେପି ଓ ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (NDPP) ପୁଣି କ୍ଷମତା ହାତେଇବାକୁ ଆଶା ରଖିଛନ୍ତି। ନାଗାଲ୍ୟାଣ୍ଡରେ ବିଜେପି ୨୦ଟି ଓ NDPP ୪୦ଟି ସିଟରେ ପ୍ରାର୍ଥୀ ଦେଇଛି। ସେହିପରି ନାଗା ପିପୁଲସ ଫ୍ରଣ୍ଟ ୨୨ଟି ଓ କଂଗ୍ରେସ ୨୩ଟି ସିଟରେ ପ୍ରାର୍ଥୀ ଦେଇଛି।

ମାର୍ଚ୍ଚ ୨ ତାରିଖରେ ଉଭୟ ରାଜ୍ୟର ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। 

Meghalaya Nagaland Assembly Polls