Advertisment

ଆତଙ୍କବାଦୀ ହମଲା ପାଇଁ ଡିଜିପିଙ୍କୁ ଦାୟୀ କଲେ ମୁଫତି

ଘାଟିରେ ଆତଙ୍କବାଦୀ ହମଲା ବଢ଼ୁଥିବା ବେଳେ ଏଥିପାଇଁ ଜମ୍ମୁ-କଶ୍ମୀରର ଡିଜିପି ତଥା ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଦାୟୀ କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି।

ଅଦ୍ୟତନ ହୋଇଛି
Mufti

Mufti

Advertisment

ଜମ୍ମୁ-କଶ୍ମୀରରେ ବାରମ୍ବାର ଆତଙ୍କବାଦୀ ହମଲା ହେବାରେ ଲାଗିଛି। ଆଜି ଡୋଡା ଜିଲ୍ଲାରେ ହୋଇଥିବା ଆତଙ୍କୀ ହମଲାରେ ଜଣେ ମେଜରଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି।

Advertisment

ଘାଟିରେ ଆତଙ୍କବାଦୀ ହମଲା ବଢ଼ୁଥିବା ବେଳେ ଏଥିପାଇଁ ଜମ୍ମୁ-କଶ୍ମୀରର ଡିଜିପି ତଥା ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଦାୟୀ କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ଶ୍ରୀ ସ୍ୱାଇଁ ଜମ୍ମୁ-କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ହମଲା ପାଇଁ ଉତ୍ତରଦାୟୀ ରହିବା ଦରକାର ବୋଲି ମୁଫତି କହିଛନ୍ତି।

ଡିଜିପି ସ୍ୱାଇଁ ସୋମବାର ଦାବି କରିଥିଲେ ଯେ ଜମ୍ମୁ-କଶ୍ମୀରରେ ଥିବା ରାଜନୀତିକ ଦଳଗୁଡ଼ିକ ନିହତ ଆତଙ୍କବାଦୀମାନଙ୍କ ଘରକୁ ଯାଉଛନ୍ତି। ସର୍ବସମ୍ମୁଖରେ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ପାକିସ୍ତାନ ସଫଳତାର ସହ ସାମାଜୀକ ଜୀବନରେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଛି।

Advertisment

ଏହା ପଛରେ ତଥାକଥିତ ମୁଖ୍ୟସ୍ରୋତ ଓ ଆଞ୍ଚଳିକ ରାଜନୀତିକ ଦଳଗୁଡ଼ିକର ହାତ ରହିଛି। ରାଜନୀତିକ ଫାଇଦା ପାଇଁ ରାଜନେତାମାନେ ଆତଙ୍କୀ ନେଟୱର୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ କରୁଛନ୍ତି ବୋଲି ଶ୍ରୀ ସ୍ୱାଇଁ ମତ ରଖିଥିଲେ।

ଡିଜିପି ସ୍ୱାଇଁଙ୍କ ଏପରି ବୟାନକୁ ମୁଫତି ସମାଲୋଚନା କରି ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ମୁଫତି କହିଛନ୍ତି, “ସୀମାରେ ଆମ ଯବାନମାନେ ଦୈନିକ ପ୍ରାଣ ହରାଉଛନ୍ତି। ହେଲେ ଏହାର ତଦନ୍ତ ଭାରତ ସରକାରଙ୍କ ପକ୍ଷରୁ କରାଯାଉ ନାହିଁ।

ତଦନ୍ତ ବଦଳରେ ସେମାନେ ମୁଖ୍ୟସ୍ରୋତର ରାଜନୀତିକ ଦଳଗୁଡ଼ିକୁ ଦାୟୀ କରୁଛନ୍ତି। ୬ ବର୍ଷ ହେଲାଣି ଭାରତ ସରକାର ଜମ୍ମୁ-କଶ୍ମୀରକୁ ଚଳାଉଛନ୍ତି। କିନ୍ତୁ ଇତି ମଧ୍ୟରେ ସେମାନେ କରିଛନ୍ତି କ’ଣ?

ସେମାନେ ନିରୀହ ସାଧାରଣ ଲୋକ ଓ ସାମ୍ବାଦିକମାନଙ୍କୁ କେବଳ ଜେଲରେ ଭର୍ତ୍ତି କରୁଛନ୍ତି। ଆପଣ(ଭାରତ ସରକାର) ନିଜ ଲୋକଙ୍କ ସହ ଲଢ଼େଇ କରୁଛନ୍ତି। କିନ୍ତୁ ଦାବି କରୁଛନ୍ତି ଉପତ୍ୟକାରେ ଆତଙ୍କବାଦର ଶେଷ ହୋଇଛି। ସେମାନଙ୍କର ଯାଞ୍ଚ ହେଉନି ଓ ସେମାନଙ୍କୁ ପାସପୋର୍ଟ ମିଳୁନି।

ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଜମ୍ମୁ-କଶ୍ମୀରରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ମୃତାହତ ଘଟଣାକୁ ବିଚାରକୁ ନିଅନ୍ତୁ। କିଏ ଏଥିପାଇଁ ଉତ୍ତରଦାୟୀ, ସେକଥା ମଧ୍ୟ କୁହନ୍ତୁ।

ଅଧିକ ସଂଖ୍ୟକ ମୃତାହତ ଘଟଣା ଡିଜିପି ଆରଆର ସ୍ୱାଇଁ ମୁତୟନ ହେବା ପରେ ଘଟିଛି। ସ୍ଥାନୀୟ, ଆଞ୍ଚଳିକ ଦଳ ଓ ସାମ୍ବାଦିକମାନେ ସୀମା ଜଗୁନାହାନ୍ତି। ସୀମାରେ ଆତଙ୍କବାଦର ଗତିବିଧି ହ୍ରାସ କରିବା ଭାରତ ଓ ଡିଜିପି ଦାୟିତ୍ୱ।” 

Terror Attack Jammu Kashmir Mehbooba Mufti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe