Advertisment

ଭୋଟିଂ ଭିତରେ ଧାରଣାରେ ବସିଲେ ମେହବୁବା ମୁଫ୍‌ତି

ବିନା କାରଣରେ ପୁଲିସ ପିଡିପି ପୋଲିଂ ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଅଟକ ରଖିଥିବା ସେ ଅଭିଯୋଗ ଆଣିଛନ୍ତି।

author-image
Madhupriya Mistry
Mehbooba Mufti

Mehbooba Mufti

ଆଜି ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଜରି ରହିଛି। ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ। ଏହି ପର୍ଯ୍ୟାୟର ଜମ୍ମୁ କଶ୍ମୀରର ଅନନ୍ତନାଗର-ରଜୌରୀ ଆସନରେ ଭୋଟିଂ ଚାଲିଛି। ଏହାରି ଭିତରେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଧାରଣାରେ ବସିଛନ୍ତି।

Advertisment

ଅନନ୍ତନାଗ-ରଜୌରୀ ଆସନରୁ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ନିର୍ବାଚନ ଲଢ଼ୁଛନ୍ତି। ତେବେ ମତଦାନ ବେଳେ ଏଠାରେ ହେରଫର୍‌ ଚାଲିଥିବା ଅଭିଯୋଗ କରି ସେ ଧାରଣା ଦେଇଛନ୍ତି। ତାଙ୍କ ସହ ପିଡିପିର ଅନ୍ୟ କର୍ମୀମାନେ ମଧ୍ୟ ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ଆମ ଲୋକମାନଙ୍କୁ ଘରେ ତାଲା ପକାଇ ଦିଆଯାଇଛି। ଭୋଟିଂରେ ଅନିୟମିତତା ସୃଷ୍ଟି କରିବାକୁ ଚାହୁଁଛନ୍ତି। ନିର୍ବାଚନରେ ହେରଫେର କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର ୟୁପିରୁ ଆସିଛନ୍ତି। ୧୯୮୭ ନିର୍ବାଚନରେ ​​ଘଟିଥିବା ଅନିୟମିତତାକୁ ଏହି ଲୋକମାନେ ପୁନରାବୃତ୍ତି କରିବାକୁ ଚାହାଁନ୍ତି। ଯଦି ଆପଣ ମେହବୁବା ମୁଫତିଙ୍କୁ ଏତେ ଭୟ କରୁଛନ୍ତି ତେବେ ଆପଣ ଏହା ପୂର୍ବରୁ କହିଥାନ୍ତେ, ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନଥାନ୍ତି ବୋଲି କହିଛନ୍ତି ପିଡିପି ଅଧ୍ୟକ୍ଷା।

Advertisment

ପିଡିପି ସଭାପତି ମେହବୁବା ମୁଫତି ଶନିବାର ଦାବି କରିଛନ୍ତି ଯେ କୌଣସି ସ୍ପଷ୍ଟୀକରଣ ନ ଦେଇ ତାଙ୍କ ମୋବାଇଲ୍ ନମ୍ବରରେ ଆଉଟ୍‌ ଗୋଇଂ କଲ୍କୁ ସ୍ଥଗିତ ରଖାଯାଇଛି। ବିନା କାରଣରେ ପୁଲିସ ପିଡିପି ପୋଲିଂ ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ଅଟକ ରଖିଥିବା ସେ ଅଭିଯୋଗ ଆଣିଛନ୍ତି।

Mehbooba Mufti Loksabha Election 2024 Jammu Kashmir