Advertisment

କଶ୍ମୀରରେ ଜୋରଦାର ଟକ୍କର, ମୁହାଁମୁହିଁ ହେବେ ଗୁଲାମ ନବି ଓ ମୁଫତୀ

କଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ଆଜି ପଡିପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। କଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ।

Ghulam nabi and Mehbooba Mufti

Ghulam nabi and Mehbooba Mufti

Advertisment

ଏଥର ଜୋରଦାର କଶ୍ମୀର ଲୋକସଭା ନିର୍ବାଚନ। ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପିଡିପି ସୁପ୍ରିମୋ ମେହବୁବା ମୁଫତୀ। ଅନନ୍ତନାଗ ନିର୍ବାଚନ ମଣ୍ଡଳିରୁ ଏଥର ମୁଫତୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ମଧ୍ୟ ଅନ୍ତନାଗର ରଜୌରୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଫଳରେ ଏହି ଆସନରେ ଗୁଲାମ ନବି ଓ ମେହବୁବା ମୁଫତୀଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି କୁହାଯାଉଛି।

Advertisment

କଶ୍ମୀର ତିନୋଟି ଲୋକସଭା ଆସନ ପାଇଁ ଆଜି ପଡିପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। କଶ୍ମୀରର ଅନନ୍ତନାଗ-ରଜୌରୀ, ଶ୍ରୀନଗର ଏବଂ ବାରାମୁଲା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ତେବେ ଅନନ୍ତନାଗ-ରଜୌରୀ ଆସନରୁ ଦଳର ମୁଖ୍ୟ ମେହବୁବା ମୁଫତୀଙ୍କୁ ପ୍ରାର୍ଥୀ କରିଛି ପିଡିପି। ସେହିପରି ଶ୍ରୀନଗରରେ ଦଳ ଯୁବ ନେତା ମହମ୍ମଦ ଓ୍ୱାହିଦ୍ ପାରା ଏବଂ ବାରାମୁଲା ଆସନରେ ଫୟାଜ୍ ମିରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ଜମ୍ମୁର ଦୁଇଟି ଆସନ ଉଧମପୁର ଓ ଜମ୍ମୁରେ କଂଗ୍ରେସକୁ ପିଡିପି ସମର୍ଥନ କରିବ ବୋଲି କୁହାଯାଇଛି।

ମେହବୁବା ମୁଫତୀ ପୂର୍ବରୁ ମଧ୍ୟ ଅନନ୍ତନାଗ ଆସନରୁ ସାଂସଦ ରହିସାରିଛନ୍ତି। ସେହିପରି ଗୁଲାମ ନବି ଆଜାଦ୍ ମଧ୍ୟ ଏହି ଆସନରୁ ସାଂସଦ ରହିସାରିଛନ୍ତି। ତେଣୁ ଏହି ଆସନରେ ଏଥର ଏକ ରୋଚକ ଲଢେଇ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି।

Advertisment

ମେହବୁବା ମୁଫତୀ କହିଛନ୍ତି, ନ୍ୟାସନାଲ କନଫରେନ୍ସ ବିନା କୌଣସି ଚର୍ଚ୍ଚା ଆଲୋଚନାରେ ପ୍ରାର୍ଥୀ ଘୋଷଣା କରିଥିବାରୁ ସେ ଦୁଃଖିତ। ଏହାଦ୍ୱାରା ପିଡିପିର କାର୍ଯ୍ୟକର୍ତ୍ତାମାନେ ନିରାଶ ଅଛନ୍ତି। ତେବେ ଆମେ ଆମର ଶକ୍ତି ନ୍ୟାସନାଲ କନଫରେନ୍ସକୁ ଦେଖାଇବୁ।

Jammu Kashmir Mehbooba Mufti Ghulam Nabi Azad Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe