Advertisment

ୱାଣ୍ଟେଡ୍‌ ଲିଷ୍ଟରୁ ବାଦ ପଡ଼ିଲେ ମେହୁଲ ଚୋକସି, ଏଣିକି ସବୁଆଡ଼େ ଯାଇ ପାରିବେ

ଇଣ୍ଟରପୋଲ ତାଙ୍କ ନାଁରେ ଜାରି କରିଥିବା ରେଡ କର୍ଣ୍ଣର ନୋଟିସକୁ ପ୍ରତ୍ୟାହାର କରି ନେଇଛି। ଏହାର ଅର୍ଥ ଆଉ ଅନ୍ତର୍ଜାତୀୟ ସ୍ତରରେ ଚୋକିସ ୱାଣ୍ଟେଡ୍‌ ଲିଷ୍ଟରେ ନାହାନ୍ତି।

author-image
Hemant Lenka
Mehul Choksi

Mehul Choksi

ଭାରତ ଦ୍ୱାରା ପଳାତକ ଘୋଷିତ ବ୍ୟବସାୟୀ ମେହୁଲ ଚୋକିସଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଇଣ୍ଟରପୋଲ ତାଙ୍କ ନାଁରେ ଜାରି କରିଥିବା ରେଡ କର୍ଣ୍ଣର ନୋଟିସକୁ ପ୍ରତ୍ୟାହାର କରି ନେଇଛି। ଏହାର ଅର୍ଥ ଆଉ ଅନ୍ତର୍ଜାତୀୟ ସ୍ତରରେ ଚୋକିସ ୱାଣ୍ଟେଡ୍‌ ଲିଷ୍ଟରେ ନାହାନ୍ତି।

Advertisment

ତେଣୁ ସେ ବେଶ ଅନାୟଶରେ ବିଶ୍ୱର ଯେକୌଣସି ଦେଶକୁ ଯାତ୍ରା କରିପାରିବେ ବୋଲି ଖବର ପ୍ରକାଶ ପାଇଛି। କିନ୍ତୁ ଭାରତରେ ଥିବା ଇଣ୍ଟରପୋଲର ନୋଡାଲ ଏଜେନ୍ସି ପକ୍ଷରୁ ସିବିଆଇ କିମ୍ବା ଭାରତ ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇନି।

ମେହୁଲ ଚୋକିସ ନିକଟରେ ଆଣ୍ଟିଗୁଆ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ। ଏଥିରେ ଭାରତ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ। ଆବେଦନରେ ସେ କହିଥିଲେ ଯେ ଦୁଇ ଜଣ ଭାରତୀୟ ଏଜେଣ୍ଟ ନିଜକୁ ର’ର ସଦସ୍ୟ କହି ତାଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ନେଇଥିଲେ। ଏହାପରେ ତାଙ୍କୁ ୨୦୨୧ ଜୁନ ମାସରେ ବଳପୂର୍ବକ ଡୋମିନିକାରେ ଛାଡ଼ି ଦେଇଥିଲେ।

Advertisment

୨୦୧୮ରେ ଭାରତ ସରକାର ଆଣ୍ଟିଗୁଆକୁ ଚୋକିସଙ୍କ ପ୍ରତ୍ୟର୍ପଣ ପାଇଁ କହିଥିଲେ। କାରଣ ଭାରତରୁ ଋଣ ଜାଲିଆତି କରି ଫେରାର ହୋଇଯାଇଥିବା ଚୋକିସ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରି ସାରିଥିଲେ। ହେଲେ ଏହି ଆବେଦନ ଏଯାଏ କାର୍ଯ୍ୟକାରୀ ହୋଇନି।

ମେହୁଲ ଚୋକିସ ଓ ତାଙ୍କ ଭଣଜା ନୀରବ ମୋଦି ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୧୧ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ନୀରବ ମୋଦି ଏବେ ବ୍ରିଟେନରେ ଥିବା ବେଳେ ଚୋକିସଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

Mehul Choksi Nirab Modi