Advertisment

ସ୍ୱିଜରଲ୍ୟାଣ୍ଡ ଖସି ଯିବାକୁ ଚାହୁଁଥିଲେ ମେହୁଲ ଚୋକ୍ସି, କେମିତି ଧରାପଡ଼ିଲେ?

ଭାରତୀୟ ତଦନ୍ତକାରୀ ସଂସ୍ଥା ୭ ବର୍ଷ ଧରି ୩ ଦେଶରେ ମେହୁଲ ଚୋକ୍ସିଙ୍କୁ ଧରିବା ପାଇଁ ଚଳାଇଥିବା କୂଟନୀତିକ ପ୍ରୟାସ କିଛି ମାତ୍ରାରେ ସଫଳ ହୋଇଛି।

ଅଦ୍ୟତନ ହୋଇଛି
Chokis

Chokis

Advertisment

ପଳାତକ ଘୋଷିତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତୀୟ ତଦନ୍ତକାରୀ ସଂସ୍ଥା ୭ ବର୍ଷ ଧରି ୩ ଦେଶରେ ମେହୁଲ ଚୋକ୍ସିଙ୍କୁ ଧରିବା ପାଇଁ ଚଳାଇଥିବା କୂଟନୀତିକ ପ୍ରୟାସ କିଛି ମାତ୍ରାରେ ସଫଳ ହୋଇଛି। କିନ୍ତୁ ଚୋକ୍ସିଙ୍କୁ ଭାରତ ଫେରାଇ ଆଣିବାରେ ତଦନ୍ତକାରୀ ସଂସ୍ଥା ସଫଳ ହେବାର ଆଶା ବହୁତ କମ।

Advertisment

ଗୀତାଗଞ୍ଜଳି ଗ୍ରୁପର ମାଲିକ ଚୋକ୍ସି ପିଏନବିରେ ହୋଇଥିବା ୧୩ ହଜାର କୋଟି ଋଣ ଜାଲିଆତିର ମାଷ୍ଟରମାଇଣ୍ଡ। ସେ ତାଙ୍କ ଭଣଜା ନୀରବ ମୋଦିଙ୍କ ସହ ମିଶି ଜାଲିଆତି କରିଥିଲେ। ଜାଲିଆତିରେ ନୀରବ ମୋଦିଙ୍କ ପତ୍ନୀ ଆମୀ, ଭାଇ ନୀଶାଲ ମୋଦି ଓ କିଛି ବ୍ୟାଙ୍କ ଅଧିକାରୀଙ୍କ ନାଁ ରହିଛି। ଜାଲିଆତି ଖବର ସାମ୍ନାକୁ ଆସିବାର କିଛି ଦିନ ପୂର୍ବରୁ ଚୋକ୍ସି ଓ ନୀରବ ଭାରତରୁ ୨୦୧୮ରେ ଫେରାର ହୋଇ ଯାଇଥିଲେ। ଚୋକ୍ସି ଆଣ୍ଟିଗୁଆରେ ନିଜର ପୁଞ୍ଜିନିବେଶ କାର୍ଯ୍ୟକ୍ରମ ଜରିଆରେ ନାଗରିକତା ଗ୍ରହଣ କରି ନେଇଥିଲେ।

୨୦୨୧ରେ ଚୋକ୍ସିଙ୍କୁ ଡୋମିନିକାରେ ବେଆଇନ ପ୍ରବେଶ ପାଇଁ ଗିରଫ କରାଯାଇଥିଲା। ଗୋଟିଏ ସିବିଆଇ ଟିମ ଉକ୍ତ ଦେଶକୁ ଯାଇ ଚୋକ୍ସିଙ୍କୁ ଭାରତକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲା। ହେଲେ ଚୋକ୍ସିଙ୍କ ଓକିଲ ଚିକତ୍ସା ପାଇଁ ତାଙ୍କର ଆଣ୍ଟିଗୁଆ ଯିବା ଜରୁରୀ ଓ ସେ ପରବର୍ତ୍ତୀ ସମୟରେ ବିଚାର ପ୍ରକ୍ରିୟାର ସାମ୍ନା କରିବେ ବୋଲି କହିଥିଲେ। ୫୧ ଦିନ ଧରି ବିଚାର କରିବା ପରେ ବ୍ରିଟିଶ କ୍ୱିନର ପ୍ରିଭୀ କାଉନସିଲ ଚୋକ୍ସିଙ୍କୁ ଆଶ୍ୱସ୍ତି ଦେଇଥିଲେ ଓ ତାଙ୍କ ପ୍ରତ୍ୟର୍ପଣ ସମ୍ଭବ ହୋଇପାରି ନଥିଲା। ସେଠାରୁ ସେ ଆଣ୍ଟିଗୁଆ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ଡୋମିନିକାରେ ବେଆଇନ ପ୍ରବେଶ ପାଇଁ ଲାଗିଥିବା ଦଫା ହଟାଇ ଦିଆଯାଇଥିଲା।

Advertisment

ସିବିଆଇ ଓ ଇଡି ଟିମ ସେବେଠାରୁ ଚୋକ୍ସିଙ୍କୁ ଟ୍ରାକ କରି ଚାଲିଥିଲେ। ଗତବର୍ଷ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଥିଲେ ଯେ ଚୋକ୍ସି ବେଲଜିୟମରେ ରହିଛନ୍ତି। ଏହି ଖବର ତୁରନ୍ତ ବେଲଜିୟମ ଅଧିକାରୀଙ୍କୁ ଦିଆଯାଇଥିଲା। ଋଣ ଜାଲିଆତି ଓ ମୁମ୍ବାଇ କୋର୍ଟ ୨୦୧୮ ଏବଂ ୨୦୨୧ରେ ଜାରି କରିଥିବା ଜାମିନ ବିହୀନ ଗିରଫପରୱାନା ସହ ଜଡ଼ିତ ଦସ୍ତାବିଜ ଭାରତ ପକ୍ଷରୁ ବେଲଜିୟମକୁ ଦିଆଯାଇଥିଲା।

ଏହି ଦସ୍ତାବିଜକୁ ଯାଞ୍ଚ କରିବା ପରେ ପୁଲିସ୍‌ ଶନିବାର ଚୋକ୍ସିଙ୍କୁ ଗିରଫ କରିଥିଲା। ଗିରଫ ସମ୍ପର୍କରେ ଚୋକ୍ସି ପୂର୍ବରୁ ଜାଣି ପାରିଥିଲେ। ଏଥିପାଇଁ ସେ ବେଲଜିୟମରୁ ସ୍ୱଜରଲ୍ୟାଣ୍ଡ ଖସି ଯିବାକୁ ଚେଷ୍ଟା କରୁଥିଲେ। ହେଲେ ବେଲଜିୟମ ପୁଲିସ୍‌ ତାଙ୍କୁ ଠିକଣା ସମୟରେ ଗିରଫ କରିବାକୁ ସକ୍ଷମ ହୋଇଛି। ଚୋକ୍ସିଙ୍କ ପତ୍ନୀ ପ୍ରୀତି ଜଣେ ବେଲଜିୟମ ନାଗରିକ। ତେଣୁ ଚୋକ୍ସି ନିଜର ଚିକିତ୍ସା ଆଳରେ ସେଠାକୁ ଯାଇଥିଲେ।

ରିପୋର୍ଟରେ କୁହାଯାଇଛି ଯେ ଚୋକ୍ସି ନକଲି ଦସ୍ତାବିଜ ଜରିଆରେ ବେଲଜିୟମରେ ରହିବା ପାଇଁ ଆବଶ୍ୟକ କାର୍ଡକୁ ହାତେଇଥିଲେ। ସେ ଭାରତ ଓ ଆଣ୍ଟିଗୁଆର ନାଗରିକତା ରଖିଥିବା ତଥ୍ୟକୁ ଲଚାଇଥିଲେ। ଫେବୃଆରୀ ମାସରେ ଚୋକ୍ସିଙ୍କ ଓକିଲ ମୁମ୍ବାଇ କୋର୍ଟଙ୍କୁ କହିଥିଲେ ଯେ ବ୍ଲଡ କ୍ୟାନସର ଚିକିତ୍ସା ପାଇଁ ସେ ବର୍ତ୍ତମାନ ବେଲଜିୟମରେ ରହିଛନ୍ତି। ତେଣୁ ସେ ଭାରତ ଆସି ପାରିବେ ନାହିଁ।

ବେଲଜିୟମରେ ଚିକିତ୍ସା ଚାଲିଥିଲେ ହେଁ ସେ ଭାରତୀୟ ତଦନ୍ତକାରୀ ଅଧିକାରୀଙ୍କୁ ସହାୟତା କରିବେ ଓ ଭିଡିଓ କନଫରେନ୍ସିଂରେ ହାଜର ହେବେ ବୋଲି ଚୋକ୍ସିଙ୍କ ଓକିଲ ପ୍ରସ୍ତାବ ଦେଇଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ତଦନ୍ତକାରୀ ସଂସ୍ଥା ଚୋକ୍ସିଙ୍କ ପ୍ରତ୍ୟର୍ପଣ ଉପରେ କାମ ଆରମ୍ଭ କରିଥିଲା। ଦୀର୍ଘ ଦିନ ଧରି ଚାଲିଥିବା ପ୍ରୟାସ ଏବେ କିଛି ସଫଳତା ଆଣି ଦେଇଛି। ବେଲଜିୟମରେ ଚୋକ୍ସି ଗିରଫ ହୋଇଥିବାରୁ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ତେବେ ତାଙ୍କ ଓକିଲ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆଳ କରି ସେ ଜାମିନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Mehul Choksi PNB Scam Nirav Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe