Advertisment

ଆସାମ ରାଇଫଲ୍ସ ହଟାଇବାକୁ ନେଇ ଭିନ୍ନ ମତ; ମୈତୀ ଓ କୁକୀ ସମ୍ପ୍ରଦାୟ ପକ୍ଷରୁ ମୋଦିଙ୍କୁ ଚିଠି

ଅଶାନ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଓ ସ୍ଥିତି ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ଆସାମ ରାଇଫଲ୍ସକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁକୀ ଓ ମୈତୀ ସମ୍ପ୍ରଦାୟ ।

Assam Rifles

Assam Rifles

Advertisment

ଅଶାନ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଓ ସ୍ଥିତି ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ଆସାମ ରାଇଫଲ୍ସକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁକୀ ଓ ମୈତୀ ସମ୍ପ୍ରଦାୟ । ଉଭୟ ପକ୍ଷ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ମଣିପୁରରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ମୈତୀ ସମ୍ପଦାୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ବେଳେ କୁକୀ ସମ୍ପ୍ରଦାୟ କିନ୍ତୁ କରିଛନ୍ତି ଓଲଟା ଦାବି। ରାଜ୍ୟରେ ଆଦିବାସୀଙ୍କ ସୁରକ୍ଷା ପାଇଁ ଆସାମ ରାଇଫଲ୍ସ ସେନାଙ୍କ ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

ମେ’ ପ୍ରାରମ୍ଭରେ ମଣିପୁରରେ ମୈତୀ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ଘଟଣା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିଲା। ବହୁ ସମ୍ପତ୍ତିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିବା ବେଳେ ବହୁ ନୀରିହ ଲୋକଙ୍କ ଜୀବନ ନେବାକୁ ପଛାଇ ନ ଥିଲେ। ଅଶାନ୍ତ ମଣିପୁରକୁ ନିୟନ୍ତ୍ରଣକୁ ଆଣିବାକୁ ଆସାମ ରାଇଫଲ୍ସ ସମେତ ଦେଶର ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳକୁ ମଧ୍ୟ ସେଠାକୁ ପଠା ଯାଇଥିଲା।

ତେବେ ଦୀର୍ଘ ୩ ମାସ ପରେ ମୈତୀ ସମ୍ପ୍ରଦାୟର ୪୦ ବିଧାୟକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଆସାମ ରାଇଫଲ୍ସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ଫେରାଇ ଆଣିବା ନିମନ୍ତେ ରାଜ୍ୟ ପୁଲିସ୍‌ ଫୋର୍ସ ସକ୍ଷମ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

ସେମାନେ ଏହା ମଧ୍ୟ କହିଛନ୍ତି, ରାଜ୍ୟରେ ତୁରନ୍ତ ନିରାପତ୍ତା ଫେରାଇ ଆଣିବା ନିମନ୍ତେ ସୁରକ୍ଷା ବଳଙ୍କୁ ନିୟୋଜିତ କରିବା ଏକମାତ୍ର ବିକଳ୍ପ ନୁହେଁ। ଯଦିଓ ପାରିପାର୍ଶ୍ୱିକ ଅଞ୍ଚଳରେ ହିଂସାକୁ ରୋକିବା ଜରୁରୀ ଅଟେ, ତଥାପି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ହେବା ଆବଶ୍ୟକ।

ଏହି ବିଧାୟକମାନେ କୁକୀ ମିଲଟାରୀ ଗ୍ରୁପ୍‌ ସହ (SoO) ଚୁକ୍ତିନାମା ପ୍ରତ୍ୟାହାର, ରାଜ୍ୟରେ NRC କାର୍ଯ୍ୟକାରୀ କରିବା ଏବଂ ସ୍ୱୟଂଶାସିତ ଜିଲ୍ଲା ପରିଷଦ (ଏଡିସି) କୁ ମଜବୁତ କରିବାକୁ ମଧ୍ୟ ଦାବି କରିଛନ୍ତି।

ରାଜ୍ୟରେ ଗତ ୩ ମାସ ମଧ୍ୟରେ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ବର୍ଷଣରେ ବ୍ୟାପକ ବିଦେଶୀ ଅନୁପ୍ରବେଶ ହୋଇଛି। ତେଣୁ କେନ୍ଦ୍ରୀୟ ବାହିନୀ ସକ୍ରିୟ ଭାବରେ ସେମାନଙ୍କ ସନ୍ଧାନ କରିବା ଉଚିତ। ମାତ୍ର ମଣିପୁରରେ ରାଜ୍ୟ ପୁଲିସ୍‌ ଫୋର୍ସ ସହ କେନ୍ଦ୍ରୀୟ ବାହିନୀ ମଧ୍ୟରେ ବିବାଦ ଲାଗି ରହିଥିବା ସ୍ମାରକପତ୍ରରେ ଉଲ୍ଲେଖ ଅଛି।

ଗତ ୮ ତାରିଖରେ ବିଜେପିର ମଣିପୁର ୟୁନିଟ୍ ମଧ୍ୟ ମୋଦିଙ୍କୁ ଆସାମ ରାଇଫଲ୍ସର ବିକଳ୍ପ ଭାବେ ରାଜ୍ୟରେ ଅନ୍ୟ କୌଣସି ସାମରିକ ବାହିନୀ ମୁତୟନ କରିବାକୁ ଅନୁରୋଧ କରିଥିଲେ।

କିନ୍ତୁ କୁକୀ ସମ୍ପ୍ରଦାୟ ଏହାକୁ ବିରୋଧ କରିଛନ୍ତି। କୁକୀ ସମ୍ପ୍ରଦାୟର ୧୦ ବିଧାୟକ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ କହିଛନ୍ତି ଯେ, ମଣିପୁରରେ ଆସାମ ରାଇଫଲ୍ସ ନିଜ କାମ ଉପରେ ଗୁରୁତ୍ୱ ଦେଉଛି। ତେଣୁ ଆମ ସୁରକ୍ଷା ପାଇଁ ଏହି ଫୋର୍ସକୁ ଆମ ରାଜ୍ୟରୁ ହଟାନ୍ତୁ ନାହିଁ।

ଏଥିସହ ରାଜ୍ୟର ପୁଲିସ୍‌ ଫୋର୍ସକୁ ନିୟନ୍ତ୍ରଣ କରିବା ସହ ତାହାର ନିୟନ୍ତ୍ରଣ କ୍ଷମତାକୁ ହ୍ରାସ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ପାରାମିଲିଟାରୀ ଦ୍ୱାରା ହୋଇଥିବା ବଫର୍ ଜୋନ୍ ଉଲ୍ଲଂଘନ ନକରିବାକୁ ନି ରାଜ୍ୟର ପୁଲିସ୍‌ ଫୋର୍ସକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।

ଆଦିବାସୀ ବିଧାୟକମାନେ ଦାବି କରିଛନ୍ତି ରାଜ୍ୟ ପୁଲିସ୍‌ ଫୋର୍ସ ଆସାମ ରାଇଫଲ୍ସକୁ ହଟାଇବାକୁ ତା’ ନାଁରେ ମିଥ୍ୟା ଅଭିଯୋଗ ଆଣିବା ସହ ମାମଲା ରୁଜୁ କରୁଛି। ମିଥ୍ୟା ଓ ପ୍ରରୋଚିତ ମାମଲା ରୁଜୁ କରି ରାଜ୍ୟର ଅଶାନ୍ତ ଅଞ୍ଚଳରୁ ଆସାମ ରାଇଫଲ୍ସକୁ ହଟାଇବାକୁ ଚେଷ୍ଟା କରାଯାଉଛି।

ଗତ ୫ ତାରିଖରେ ଆସାମ ରାଇଫଲ୍ସ ନାଁରେ ଏକ ମାମଲା ରୁଜୁ କରିଥିଲା ମଣିପୁର ପୁଲିସ୍‌ । ବିଷ୍ଣୁପୁର ଅଞ୍ଚଳରେ ଆସାମ ରାଇଫଲ୍ସର ସୈନ୍ୟ ମଣିପୁର ପୁଲିସ୍‌ର ଗାଡ଼ିକୁ ଅଟକାଇଥିବା ସେମାନେ ଅଭିଯୋଗ କରିଥିଲେ।

ରାଜ୍ୟରେ କୁକୀ ସମ୍ପ୍ରଦାୟର ବିଧାୟକମାନେ ସେମାନଙ୍କ ସଂଖ୍ୟାବହୁଳ ଅଞ୍ଚଳରେ ଏକ ପୃଥକ ଶାସନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛନ୍ତି। ତେବେ ଏନେଇ ପ୍ରଧାନମନ୍ତ୍ରୀଙ୍କ ତରଫରୁ କୌଣସି ନିଷ୍ପତ୍ତି ନିଅଯାଇନି।

PM Modi Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe