ପ୍ରାଣ ହରାଇଥିବା ସିଂହ (ଫାଇଲ ଫଟୋ)
ହାତ ଯୋଡ଼ି ୨୮ ବର୍ଷୀୟ ମାୟାଙ୍ଗଲାମବାମ ରିଶିକାନ୍ତ ସିଂହ ସମସ୍ତଙ୍କୁ ନିଜ ଜୀବନ ଭିକ୍ଷା କଲେ। ତାଙ୍କୁ ଛାଡ଼ି ଦେବାକୁ ନେହୁରା ହେଲେ। ତଥାପି କିଛି ବି ଲାଭ ମିଳିଲା ନାହିଁ। ଉଗ୍ରବାଦୀମାନେ ଗୋଟିଏ ଏକେ ସିରିଜ ଆସଲ୍ଟ ରାଇଫଲ ବ୍ୟବହାର କରି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ଏହାର ଦୃଶ୍ୟକୁ କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ଭାଇରାଲ ହେବାରେ ଲାଗିଛି।
ବିଦ୍ରୋହୀମାନେ ମୈତୈ ସଂପ୍ରଦାୟର ଶ୍ରୀ ସିଂହଙ୍କୁ ହତ୍ୟା କରିଥିବାର ଭିଡିଓକୁ ରିଲିଜ କରି ଲେଖିଛନ୍ତି ଯେ “ଶାନ୍ତି ନାହିଁ ତ କୌଣସି ଲୋକପ୍ରିୟ ସରକାର ନାହିଁ।”
ଭିଡିଓରେ କୌଣସି ସାଉଣ୍ଡ୍ ନାହିଁ। ଭିଡିଓରୁ ଜଣାପଡ଼ୁଛି ଯେ ରାତି ସମୟରେ ଗୋଟିଏ ପାହାଡ଼ିଆ ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଶ୍ରୀ ସିଂହ ଆଣ୍ଠୁ ମାଡ଼ି ବସିବା ସହ ହାତ ଯୋଡ଼ିଛନ୍ତି। ଉଗ୍ରବାଦୀମାନେ ଆସଲ୍ଟ ରାଇଫଲ ଚଳାଇବା ମାତ୍ରେ ଅନ୍ଧାର ଭିତରେ ସବୁ କିଛି ଚକଚକ ହୋଇ ଉଠିଥିବା ଦେଖାଯାଉଛି।
ପୂରା ଘଟଣା ଘଟଣା ମଣିପୁର(Manipur)ର ଚୁରାଚାନ୍ଦପୁର ଜିଲ୍ଲାରେ ଘଟିଛି। ଏହା ରାଜଧାନୀ ଇମ୍ଫାଲ ଠାରୁ ୬୫ କିମି ଦୂର। ଶ୍ରୀ ସିଂହ ମୈତୈ ସଂପ୍ରଦାୟର ହୋଇଥିବା ବେଳେ ତାଙ୍କ ପତ୍ନୀ ସି ହାଓକିପ କୁକୁ ସଂପ୍ରଦାୟର। ମଣିପୁରରେ କୁକି ଓ ମୈତୈ ସଂପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷ କଥା କାହାକୁ ଅଛପା ନାହିଁ। ଏହାର ପରିଣାମ ସ୍ୱରୂପ ଶ୍ରୀ ସିଂହଙ୍କୁ କ୍ୟାମେରା ସାମ୍ନାରେ ନିର୍ମମ ଭାବେ ହତ୍ୟା କରାଯାଇଛି।
ଶ୍ରୀ ସିଂହ ହେଉଛନ୍ତି କାକଚିଙ୍ଗ ଖୁନୌ ଉପତ୍ୟକାର ବାସିନ୍ଦା। ସେ ନେପାଳରେ କାମ କରନ୍ତି। କିଛି ଦିନ ତଳେ ସେ ଛୁଟି ନେଇ ନିଜ ଘରକୁ ଆସିଥିଲେ। ଏହପରେ ତାଙ୍କ ପତ୍ନୀ ହାଓକିପ କୁକି ଜାତୀୟ ସଂଗଠନ(କେଏନଓ) ଓ ଏହାର ତୁବଙ୍ଗ ଜିଲ୍ଲାମୁଖ୍ୟାଳୟ ଠାରୁ ଭେଟିବାକୁ ଅନୁମତି ଆଣିଥିଲେ। ଅନୁମତି ମିଳିବା ପରେ ଶ୍ରୀ ସିଂହ କୁକୁ ସଂପ୍ରଦାୟର ନିଜ ପତ୍ନୀଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ଏବେ ତାଙ୍କୁ ଜୀବନ ଦେବାକୁ ପଡ଼ିଛି।
ପତ୍ନୀ ହାଓକିପ ଅନୁମତି ଆଣିଥିବା କଥା କହିଥିଲେ ହେଁ କେଏନଓ ଏହାକୁ ଖଣ୍ଡନ କରିଛି। କେଏନଓ କହିଛି ଯେ ଶ୍ରୀ ସିଂହଙ୍କ ଆସିବା ଖଣବ ସଂଗଠନ ପାଖରେ ନଥିଲା। ଭେଟଘାଟ ପାଇଁ ସଂଗଠନ କୌଣସି ଅନୁମତି ଦେଇ ନାହିଁ। ସେହିପରି ଶ୍ରୀ ସିଂହଙ୍କ ହତ୍ୟାରେ ସଂଗଠନର କୌଣସି ଭୂମିକା ନାହିଁ।
ପୁଲିସ୍ର କହିବା କଥା ଯେ ସେମାନେ ରାତି ପ୍ରାୟ ୧.୩୦ରେ ସ୍ଥାନୀୟ ହସ୍ପିଟାଲରୁ ଶ୍ରୀ ସିଂହଙ୍କ ମୃତଦେହକୁ ଠାବ କରିଥିଲେ। ଏବେ ଏହି ଘଟଣା ୨୦୨୩ରୁ କୁକି ଓ ମୈତୈ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦକୁ ବଳ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/22/singh-2026-01-22-12-21-45.jpg)